www.samajalive.in
Monday, December 15, 2025
14.1 C
Bhubaneswar

ଶ୍ରୀଅରବିନ୍ଦ

ଭାରତୀୟ ଦାର୍ଶନିକ, ସାହିତ୍ୟିକ, ଜାତୀୟତାବାଦୀ ବିପ୍ଳବୀ, ମହାଯୋଗୀ ଶ୍ରୀଅରବିନ୍ଦ ୧୮୭୨ ଅଗଷ୍ଟ ୧୫ତାରିଖ ଦିନ କଲକାତାରେ ଜନ୍ମଗ୍ରହଣ କରିଥିଲେ। ସେ ସାତ ବର୍ଷ ବୟସର ହୋଇଥିବାବେଳେ ବାପା କୃଷ୍ଣଧୁନ୍ ଘୋଷ ତାଙ୍କୁ ବଡ଼ ଦୁଇଭାଇଙ୍କ ସହ ପାଠପଢ଼ିବାକୁ ଲଣ୍ଡନ ପଠାଇଦେଲେ। ପାଶ୍ଚାତ୍ୟ ଶିକ୍ଷାଗ୍ରହଣ କରି ଇଂରାଜୀ, ଗ୍ରୀକ୍, ଫ୍ରେଞ୍ଚ, ଇଟାଲିଆନ୍ ଆଦି ଭାଷାରେ ପାରଙ୍ଗମ ହୋଇ ଦେଶକୁ ଫେରିଲେ ଶ୍ରୀଅରବିନ୍ଦ। କିଛି ସମୟ ମଧ୍ୟରେ ସେ ନିଜ ମାତୃଭାଷା ବଙ୍ଗଳା ସମେତ ସଂସ୍କୃତ ଶିଖି ବେଦ, ଉପନିଷଦ୍, ରାମାୟଣ, ମହାଭାରତ ଆଦି ଗ୍ରନ୍ଥ ମଧ୍ୟ ଆୟତ୍ତ କରିଥିଲେ। ବଙ୍ଗ ବିଭାଜନ ପରେ ୧୯୦୬ରେ ସେ ରାଜନୀତିକୁ ପ୍ରବେଶ କରି ଜ​‌ଣେ ପ୍ରଭାବଶାଳୀ ନେତା ହେଲେ। ସଂଗ୍ରାମୀ ବିପିନ୍‌ ଚନ୍ଦ୍ର ପାଲ୍‌ଙ୍କ ସହ ମିଶି ଦୈନିକ ଖବରକାଗଜ ‘ବନ୍ଦେ ମାତରମ୍’ର ମୁଖ୍ୟ ସମ୍ପାଦକ ଭାବେ ଯୋଗ ଦେଇ ନିଜର ନିୟମିତ ସ୍ତମ୍ଭ ମାଧ୍ୟମରେ ଦେଶବାସୀଙ୍କୁ ଉତ୍ସାହିତ କଲେ ଶ୍ରୀଅରବିନ୍ଦ। ବ୍ରିଟିଶ୍ ଶାସନ ବିରୋଧୀ ଲେଖା ପ୍ରକାଶ କରିବାରୁ ତାଙ୍କୁ ବର୍ଷେ କାଳ କାରାବରଣ କରିବାକୁ ପଡ଼ିଥିଲା। ଜେଲ୍‌ରେ ଥିବା ସମୟରେ ତାଙ୍କଠାରେ ଉଦୟ ହେଲା ଆଧ୍ୟାତ୍ମିକ ଚେତନା। ମୁକୁଳିବା ପରେ ୧୯୧୦ରେ ସେ ରାଜନୀତିରୁ ସନ୍ନ୍ୟାସ ନେଇ ପଣ୍ଡିଚେରୀ ଚାଲିଯାଇଥିଲେ। ସେଠାରେ ଆଧ୍ୟାତ୍ମିକ ସଂସ୍କାରକ ଭାବେ ମାନବିକ ବିକାଶ ଉପରେ ଗୁରୁତ୍ବ ଦେଉଥିବା ଶ୍ରୀଅରବିନ୍ଦ ମାନବ ଜୀବନକୁ ଦିବ୍ୟ ଜୀବନରେ ରୂପାନ୍ତରିତ କରିବା ତାଙ୍କ ଲକ୍ଷ୍ୟ ଥିଲା। ସମୟକ୍ରମେ ତାଙ୍କ ଅନୁଗାମୀଙ୍କ ସଂଖ୍ୟା ବଢ଼ିବାରୁ ୧୯୨୬ରେ ପ୍ରତିଷ୍ଠା ହେଲା ‘ଶ୍ରୀଅରବିନ୍ଦ ଆଶ୍ରମ’। ୧୯୫୦ ଡିସେମ୍ବର ୫ରେ ମହାନ୍‌ ସ୍ବାଧୀନତା ସଂଗ୍ରାମୀ ଶ୍ରୀଅରବିନ୍ଦ ଦେହ ତ୍ୟାଗ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories