www.samajalive.in
Tuesday, December 9, 2025
17.1 C
Bhubaneswar

ପ୍ରାଥମିକ ବିଦ୍ୟାଳୟର ଛାତରୁ ଲୁହା ବାହାରି ଆଁ କରିଛି,ସିମେଣ୍ଟ ଖଣ୍ଡ ପଡ଼ି ଗଳୁଛି ପାଣି

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନଖଣ୍ଡି ପଞ୍ଚାୟତ କରଡ଼ା ପଦର ଗ୍ରାମର ବିଦ୍ୟାଳୟ ଛାତରୁ ଲୁହା ବାହାରି ଆଁ କରି ଅନାଉଥିବା ବେଳେ ବର୍ଷା ଆସିଲେ ସିମେଣ୍ଟ ଖଣ୍ଡ ପଡ଼ିବା ସହ ଛାତରୁ ପାଣି ଗଳୁଛି ଯାହା ଫଳରେ ପିଲାଙ୍କୁ ପାଠପଢାରେ ଅସୁବିଧା ହେଉଛି । ଏନେଇ ଗ୍ରାମର ଜିୟନା ପେରିସିକା, ରାମସି କୁଲିସିକା, ଉତ୍ତରା ପେରିସିକା, ମନସୀ ରାଓ ହୁଈକା, ମକର ନେମାଲପୁରୀ ପ୍ରମୁଖ ଅଭିଯୋଗ କରିଛନ୍ତି ।
ସରକାରୀ ପ୍ରାଥମିକ ବିଦ୍ୟାଳୟ ଆଜିକୁ ୧୫ ବର୍ଷ ପୁରୁଣା ହୋଇଥିଲେ ମଧ୍ୟ ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ୟ୍ୟନ୍ତ ଶ୍ରେଣୀ ରହିଛି । ଛାତ୍ର ୯ଜଣ ଆଉ ଛାତ୍ରୀ ୧୩ ମୋଟ ୨୨ ଜଣ ଛାତ୍ରଛାତ୍ରୀ ସହ ଶିକ୍ଷକ, ଦୁଇ ଜଣ ରହିଥିବା ଜଣା ପଡିଛି।
ସରକାର ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେବା ସହ ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପିଲାଙ୍କ ପାଠପଢା ପାଇଁ ବହୁ ପଦକ୍ଷେପ ନେଇ ଅଧାରୁ ପାଠ ଛାଡୁ ଥିବା ପିଲାମାନଙ୍କୁ ପାଠ ପଢ଼ିବା ଉଦ୍ୟମ ଜାରି ରଖିଥିବା ବେଳେ ଅଳ୍ପ ବର୍ଷା ହେଲେ ବିଦ୍ୟାଳୟ କୋଠରିରୁ ପାଣି ଗଳୁଥିବାରୁ କାଗଜ ପତ୍ର ପାଣିରେ ଭିଜି ନଷ୍ଟ ହେବା ସହ ଛାତ୍ର ଛାତ୍ରୀମାନେ ଅସୁବିଧା ଭୋଗୁଥିବା ସାମ୍ନାକୁ ଆସିଛି।

ଯଦି ଆଗାମୀ ଦିନରେ ଗାଁକୁ ନୂତନ ଭାବେ ଗୃହ ନ ଦିଆଗଲେ ଗାଁ ପିଲା ମାନଙ୍କୁ ଗାଈ ଗୋରୁ ଛେଳି ମେଣ୍ଢା ଚରେଇବା ପାଇଁ ପଠେଇବୁ ବୋଲି ଗ୍ରାମବାସୀ କହିଛନ୍ତି ।
ଅନ୍ୟ ପଟେ ଶୌଚାଳୟ  ଗୃହରେ ତାଲା ଝୁଲୁ ଥିବା ଦେଖିବାକୁ ମିଳିଛି। ଉକ୍ତ ବିଷୟ ନେଇ ସରପଞ୍ଚ ଠାରୁ ଆରମ୍ଭ କରି ବ୍ଲକ ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ଗୁହାରି ଜଣାଇଥିଲେ ମଧ୍ୟ କୌଣସି କାର୍ୟ୍ୟକାରୀ ହେଉନାହିଁ ବୋଲି ଗ୍ରାମବାସୀ ଓ ବିଦ୍ୟାଳୟ ପରିଚାଳନା କମିଟି କହିଛନ୍ତି ।
ତେବେ ସରକାରୀ ଶିକ୍ଷା ବ୍ୟବସ୍ଥାରେ ଏମିତି ବିଦ୍ୟାଳୟଗୁଡ଼ିକୁ ସ୍ବତନ୍ତ୍ର ଦୃଷ୍ଟି ଦେଇ ଏହାର ବିକାଶ ଦିଗରେ ପଦକ୍ଷେପ ନେଇ ପିଲାମାନଙ୍କୁ ପ୍ରୋତ୍ସାହିତ କରିବା, ଅଭିଭାବକମାନଙ୍କ ମଧ୍ୟରେ ସରକାରୀ ବିଦ୍ୟାଳୟ ପ୍ରତି ରହିଥିବା ବିମୁଖତାକୁ ଦୂର କରିବା ସରକାରଙ୍କ ଗୁରୁ ଦାୟିତ୍ଵ ବୋଲି ଗ୍ରାମର ବୁଦ୍ଧିଜୀବୀ ମହଲରେ ଦାବି କରିଥିବା ଦେଖିବାକୁ ମିଳିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories