www.samajalive.in
Monday, December 15, 2025
17.1 C
Bhubaneswar

କିଙ୍ଗ୍‌, ପୁରନ୍ ପ୍ରହାର ; ଭାରତ ବିପକ୍ଷରେ ଇଣ୍ଡିଜ୍ ଶୃଙ୍ଖଳା ଜିତିଲା

ଲୌଡରହିଲ (ଆମେରିକା) : ରବିବାର ୫ମ ତଥା ଅନ୍ତିମ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଜିତିବା ସହ ଭାରତ ବିପକ୍ଷରେ ଟ୍ବେଣ୍ଟି-୨୦ ଶୃଙ୍ଖଳା ହାତେଇ ନେଇଛି ୱେଷ୍ଟଇଣ୍ଡିଜ୍‌। ରୋମାରିଓ ସେଫର୍ଡଙ୍କ ୪ ୱିକେଟ ଦଖଲ ପରେ ବ୍ରାଣ୍ଡନ୍ କିଙ୍ଗ୍‌ ଓ ନିକୋଲାସ୍ ପୁରନ୍‌ଙ୍କ ଆକ୍ରମଣାତ୍ମକ ଇନିଂସ ବଳରେ ରବିବାର ଭାରତକୁ ୮ ୱିକେଟରେ ସହଜରେ ୱେଷ୍ଟଇଣ୍ଡିଜ୍‌ ପରାସ୍ତ କରିଛି । ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ପୋରକ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଭାରତ ୯ ୱିକେଟ ହରାଇ ୧୬୫ ରନ୍‌ କରିଥିଲା। ପରେ ୧୮ ଓଭରରେ ୨ ୱିକେଟ ହରାଇ ୱେଷ୍ଟଇଣ୍ଡିଜ୍‌ ଜିତିଥିଲା। ଇଣ୍ଡିଜ୍ ପ୍ରଥମ ୨ଟି ଓ ଭାରତ ପରବର୍ତ୍ତୀ ୨ଟି ଟ୍ବେଣ୍ଟି-୨୦ ଜିତିଥିବା ବେଳେ ଏହି ମ୍ୟାଚ୍‌ ଜିତି ୱେଷ୍ଟଇଣ୍ଡିଜ୍‌ ୩-୨ରେ ଶୃଙ୍ଖଳା ଜିତିନେଇଛି। ୨୦୧୭ ପରେ ଭାରତ ବିପକ୍ଷରେ ଇଣ୍ଡିଜ୍‌ର ଏହା ପ୍ରଥମ ଟି-୨୦ ଶୃଙ୍ଖଳା ବିଜୟ। ପୁଣି ଇଣ୍ଡିଜ୍‌ ବିପକ୍ଷରେ କ୍ରମାଗତ ୫ଟି ଦ୍ବିପାକ୍ଷିକ ଟ୍ବେଣ୍ଟି-୨୦ ଶୃଙ୍ଖଳା ଜିତିବା ପରେ ଭାରତ ପରାସ୍ତ ହୋଇଛି।
୧୬୬ ରନ୍‌ ବିଜୟଲକ୍ଷ୍ୟର ପିଛାକରି ୱେଷ୍ଟଇଣ୍ଡିଜ୍‌ର ଓପ୍‌ନର କାଏଲ୍‌ ମେୟର୍ସ ୧୦ ରନ୍‌କରି ଆଉଟ୍‌ ହୋଇ ଯାଇଥିଲେ। ଇଣ୍ଡିଜ୍‌ର ବ୍ୟାଟିଂ ହିରୋ ନିକୋଲାସ୍ ପୁରନ୍ କ୍ରିଜ୍‌କୁ ଆସିବା ମାତ୍ରେ ଆକ୍ରମଣ କରିଥିଲେ। ପରେ ଅନ୍ୟ ଓପ୍‌ନର ବ୍ରାଣ୍ଡନ୍ କିଙ୍ଗ୍‌ ମଧ୍ୟ ରନ୍‌ଭୋଜିରେ ମାତିଥିଲେ। ୪୯ ବଲ୍‌ରେ କିଙ୍ଗ୍‌ ଅର୍ଦ୍ଧଶତକ ହାସଲ କରିଥିଲେ। ୬ ଓଭରର ପାୱରପ୍ଲେ ଶେଷରେ ୱେଷ୍ଟଇଣ୍ଡିଜ୍‌ ୧ ୱିକେଟରେ ୬୧ ରନ୍‌ କରିଥିଲା। ୧୦ ଓଭରରେ ଇଣ୍ଡିଜ୍‌ ୯୬ ରନ୍‌ କରିଥିଲା। କିଙ୍ଗ୍‌ ଓ ପୁରନ୍‌ ୨ୟ ୱିକେଟ ପାଇଁ ୧୦୭ ରନ୍‌ ଯୋଡ଼ିଥିଲେ। ଆନ୍ତର୍ଜାତିକ କ୍ରିକେଟ୍‌ରେ ତାଙ୍କ ୨ୟ ବଲ୍‌ରେ ତିଳକ ବର୍ମାଙ୍କୁ ୱିକେଟ ମିଳିଥିଲା। ପୁରନ୍‌ ୩୫ ବଲ୍‌ରୁ ୪ଟି ଛକା ଓ ଗୋଟିଏ ଚୌକା ସହ ୪୭ ରନ୍‌କରି ଆଉଟ୍‌ ହୋଇଥିଲେ। ସୈ ହୋପ୍ ଓ ବାଣ୍ଡନ୍ କିଙ୍ଗ୍‌ ଦଳକୁ ଜିତାଇଥିଲେ। କିଙ୍ଗ୍‌ ୫୫ ବଲ୍‌ରୁ ୬ଟି ଛକା ଓ ୫ଟି ଚୌକା ସହ ୮୫ ଏବଂ ହୋପ୍ ୧୩ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୨୨ ରନ୍‌କରି ଅପରାଜିତ ଥିଲେ।
ଟସ୍ ଜିତି ବ୍ୟାଟିଂ ନେବା ପରେ ଭାରତକୁ ପ୍ରାରମ୍ଭିକ ଝଟ୍‌କା ମିଳିଥିଲା। ଦିନକ ତଳେ ବିସ୍ଫୋରକ ଅର୍ଦ୍ଧଶତକ ମାରି ଭାରତକୁ ଜିତାଇଥିବା ଦୁଇ ଓପ୍‌ନର ଯଶସ୍ବୀ ଜୟସୱାଲ ଓ ଶୁବ୍‌ମାନ ଗିଲ୍‌ ବିଫଳ ହୋଇଥିଲେ। ବାମହାତି ସ୍ପିନର ଅକିଲ୍‌ ହୋସେନ୍ ଉଭୟ ୱିକେଟ ନେଇଥିଲେ। ଯଶସ୍ବୀ ୫ ଓ ଶୁବ୍‌ମାନ ୯ ରନ୍‌କରି ବିଦାୟ ନେଇଥିଲେ। ପରେ ଏହି ଶୃଙ୍ଖଳାର ଦୁଇ ସଫଳ ବ୍ୟାଟ୍‌ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଓ ତିଳକ ବର୍ମା ମୋର୍ଚ୍ଚା ସମ୍ଭାଳିଥିଲେ। ୬ଷ୍ଠ ଓଭରରେ ତିଳକ ବର୍ମା ୧୯ ରନ୍‌ ନେଇଥିଲେ। ୬ ଓଭର ପାୱରପ୍ଲେରେ ଭାରତ ୨ ୱିକେଟରେ ୫୧ ରନ୍‌ କରିଥିଲା। ସୂର୍ଯ୍ୟକୁମାର ଓ ତିଳକ ୩ୟ ୱିକେଟ ପାଇଁ ୩୦ ବଲ୍‌ରୁ ୪୯ ରନ୍‌ ଯୋଡ଼ିଥିଲେ। ତିଳକ ବର୍ମା ୧୮ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୨୭ ରନ୍‌ କରିଥିଲେ। ସଞ୍ଜୁ ସାମ୍‌ସନ ପୁଣି ସୁଯୋଗ ହାତଛଡ଼ା କରି ୯ ବଲ୍‌ରୁ ୨ଟି ଚୌକା ସହ ୧୩ ରନ୍‌କରି ଆଉଟ୍‌ ହୋଇଥିଲେ। ୫ମ ୱିକେଟ ପାଇଁ ସୂର୍ଯ୍ୟକୁମାର ଓ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ୬ ଓଭରରେ ୪୩ ରନ୍‌ ଯୋଡ଼ିଥିଲେ। ହାର୍ଦିକ ୧୮ ବଲ୍‌ରୁ ୧୪ ରନ୍‌ କରିଥିଲେ। ୧୮ଶ ଓଭରରେ ଆଉଟ୍‌ ହୋଇଥିବା ବିଶ୍ବର ୧ନଂ ଟ୍ବେଣ୍ଟି୨୦ ବ୍ୟାଟ୍‌ସମ୍ୟାନ୍ ସୂର୍ଯ୍ୟକୁମାର ୪୫ ବଲ୍‌ରୁ ୩ଟି ଛକା ଓ ୪ଟି ଚୌକା ସହ ୬୧ ରନ୍‌ କରିଥିଲେ। ଅକ୍ଷର ପଟେଲ ୧୩ ରନ୍‌ କରିଥିଲେ। ଭାରତ ୩୧ ରନ୍‌ରେ ଶେଷ ୫ଟି ୱିକେଟ ହରାଇଥିଲା। ରୋମାରିଓ ସେଫର୍ଡ ୪ଟି ଏବଂ ଅକିଲ୍‌ ହୋସେନ୍ ଓ ଜେସନ୍ ହୋଲ୍‌ଡର ୨ଟି ଲେଖାଏଁ ୱିକେଟ ନେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories