www.samajalive.in
Monday, December 15, 2025
16.1 C
Bhubaneswar

ବିଜେପିର ‘ମିଶନ ଲାଇଫ’ କାର୍ଯ୍ୟକ୍ରମ

ଚୌଦ୍ୱାର : ବିଜେପି ତରଫରୁ ଚୌଦ୍ୱାରର ବିଭିନ୍ନ ସ୍ଥାନରେ ‘ମିଶନ ଲାଇଫ୍’ଅଭିଯାନ ମାଧ୍ୟମରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦଳର ରାଜ୍ୟ ଓବିସି ମୋର୍ଚ୍ଚା ସାଧାରଣ ସଂପାଦକ ଜ୍ଞାନେନ୍ଦ୍ର କୁମାର ସ୍ୱାଇଁଙ୍କ ନେତୃତ୍ୱରେ ସ୍ଥାନୀୟ ବାଣିପଦା ପଂଚାୟତର ବାଲୁଙ୍କେଶ୍ୱର ମନ୍ଦିର ପରିସର, ପୌର ପାଳିକାର ୧୪ନଂ ୱାର୍ଡ ଓ ପୋଟଳେଇ ମନ୍ଦିରଠାରେ ଚାରାରୋପଣ କରାଯାଇଥିଲା । ଶ୍ରୀ ସ୍ୱାଇଁଙ୍କ ସଭାପତିତ୍ୱରେ ପୋଟଳେଇ ପୀଠରେ ଆୟୋଜିତ ସଭାରେ ରାଜ୍ୟ ଉପ ସଭାପତି ଗୋଲକ ମହାପାତ୍ର, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରମେଶ ନାୟକ, ଜୟନ୍ତ କୁମାର ସ୍ୱାଇଁ, ନୃସିଂହ ସ୍ୱାଇଁ, ସୁକାନ୍ତ ବିଶ୍ୱାଳ, ଅକ୍ଷୟ କୁମାର ଭୁୟାଁ, ରଞ୍ଜିତା ନାୟକ, ପ୍ରଶାନ୍ତ ହୋତା, ଲିଲି ମହାପାତ୍ର, ଆର୍ଯ୍ୟାବାଳା ସ୍ୱାଇଁ, ନଗେନ୍ଦ୍ର ସାହୁ, ନିଗମ ସାହୁ ପ୍ରମୁଖ ବୃକ୍ଷ ରୋପଣକୁ ଏକ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ନବ ମନୋନିତ ରାଜ୍ୟ ଉପସଭାପତି ଗୋଲଖ ମହାପାତ୍ର ଓ ଓବିସି ମୋର୍ଚ୍ଚାର ରାଜ୍ୟ ସଭାପତି ସୁରଥ ବିଶ୍ୱାଳଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଚୌଦ୍ୱାର ବନପାଳ ପୁର୍ଣ୍ଣଚନ୍ଦ୍ର ମହାନ୍ତିଙ୍କ ସମେତ ବନ କର୍ମଚାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories