www.samajalive.in
Sunday, December 14, 2025
26.1 C
Bhubaneswar

ରକ୍ତଦାନ ମାନବସେବାର ଶ୍ରେଷ୍ଠ ନିଦର୍ଶନ

ଆଠଗଡ : ରକ୍ତର ବିକଳ୍ପ ଆଜି ପର୍ଯ୍ୟନ୍ତ ବିଜ୍ଞାନ ସୃଷ୍ଟି କରି ପାରିନାହିଁ । କେବଳ ଜଣଙ୍କର ଦାନ ରକ୍ତରେ ଅନ୍ୟଜଣଙ୍କର ଜୀବନ ବଞ୍ଚିପାରୁଥିବାରୁ ରକ୍ତଦାନ ହିଁ ମାନବସେବାର ଶ୍ରେଷ୍ଠ ନିଦର୍ଶନ ବୋଲି ଆଠଗଡ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମତବ୍ୟକ୍ତ କରିଛନ୍ତି । ବିଜୁ ଯୁବ-ଛାତ୍ର-ମହିଳା ଜନତା ଦଳ ଆନୁକୁଲ୍ୟରେ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ସହଯୋଗରେ ମହାକାଳବସ୍ତ ପଞ୍ଚାୟତ ଅନ୍ତର୍ଗତ ଦହିସରାଠାରେ ରବିବାର ଆୟୋଜିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରକୁ ମୁଖ୍ୟଅତିଥି ଭାବେ ଉଦ୍‌‌ଘାଟନ କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଏହି ମନ୍ତବ୍ୟ ଦେଇଥିଲେ। ତେଣୁ ସୁସ୍ଥସବଳ ଯୁବକ, ପ୍ରାପ୍ତ ବୟସ୍କ ଛାତ୍ରଛାତ୍ରୀ ଓ ମହିଳାମାନେ ସ୍ୱେଚ୍ଛାକୃତ ରକ୍ତଦାନ କରି ନିଜ ଜୀବନକୁ ସାର୍ଥକ କରିବା ଲାଗି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆହ୍ୱାନ ଜଣାଇଥିଲେ।

ଏହି ରକ୍ତଦାନ ଶିବିରରେ ବହୁ ମହିଳାଙ୍କ ସମେତ ୨୦୧ଜଣ ସ୍ୱେଚ୍ଛାକୃତ ରକ୍ତଦାନ କରିଥିବାବେଳେ କଟକର ଏସସିବି ମେଡିକାଲ କଲେଜ ରକ୍ତଭଣ୍ଡାର ଡାକ୍ତରୀଦଳ ପକ୍ଷରୁ ରକ୍ତ ସଂଗ୍ରହ କରାଯାଇଥିଲା। ଏଥିରେ ସମ୍ମାନିତ ଅତିଥି ଭାବେ ବ୍ଲକ ବିଜେଡି ସଭାପତି ରବିନ୍ଦ୍ରନାଥ ରାଉତ, ଜିଲ୍ଲା ପରିଷଦ ସଭ୍ୟ ବଳଭଦ୍ର ବାଘ, ରାଜ୍ୟ ମହିଳା ବିଜେଡି ସଂପାଦିକା ବାସନ୍ତି ରାଉଳ, ଏନଏସି ସଭାପତି ଶିଶିର ପ୍ରସାଦ ମାନସିଂହ, ବ୍ଲକ ଉପାଧ୍ୟକ୍ଷ ସୁବାସ ମଲ୍ଲିକ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ଛାତ୍ରବିଜେଡି ସଭାପତି ସତ୍ୟପ୍ରିୟ ମହାନ୍ତି ଓ ମହମ୍ମଦ ଖଲିଦ୍‌‌, ଯୁବ ବିଜେଡି ସଭାପତି ବିନୋଦ ମାଝି, ଶୁଭେନ୍ଦୁ ବେଉରା ଶ୍ୟାମା ପ୍ରସାଦ ପଣ୍ଡା, ପଞ୍ଚାୟତ ସଭାପତି କୁମୁଦ ଚନ୍ଦ୍ର ବେହେରା, ଜୀବନବିନ୍ଦୁ ଆବାହକ ରାକେଶ ଦାଶ, ସଂଯୋଜକ ପ୍ରଦୀପ୍ତ କୁମାର ଦାସ, ବିଜେଡି ସଂପାଦକ ରଞ୍ଜନ ଜେନା, ସୁରେଶ ବାଘ, ବିଷ୍ଣୁଚରଣ ପୁହାଣ, ଜୟନ୍ତ ରାଉତ, ବିଚିତ୍ରାନନ୍ଦ ପାଢୀ, ରାକେଶ ପୁହାଣ, ବ୍ରଜକିଶୋର ସାହୁ, ଜୟନ୍ତ ରାଉତ, ଲକ୍ଷ୍ମୀକାନ୍ତ ରାଉଳ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories