‘ସମାଜ’ ପ୍ରଭାବ, ହିମାଂଶୁଙ୍କ ପାଖରେ ପଂହଚିଲା ମେଡିକାଲ ଟିମ୍
ହରଭଙ୍ଗା : ହରଭଙ୍ଗା ପଂଚାୟତ ସୁରୁଣ୍ଡି ଗ୍ରାମର ପକ୍ଷପାତରେ ଆକ୍ରାନ୍ତ ହିମାଂଶୁ ଝାଙ୍କର ଭଳି ଜଣେ ଗରିବ ଶ୍ରେଣୀର ରୋଗୀର ଚିକିତ୍ସା ପାଇଁ ଅର୍ଥବାଧକ ସାଜିଛି ଏକ ଶୀର୍ଷକ ଖବର ରବିବାର ‘ସମାଜ’ରେ ପ୍ରକାଶ ପାଇଥିଲା। ଖବର ପ୍ରକାଶ ପରେ ହରଭଙ୍ଗା ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶ୍ରୀମନ୍ତ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ହରଭଙ୍ଗା ମେଡିକାଲର ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ରଞିତା ସାହୁ ହିମାଂଶୁଙ୍କ ପାଖରେ ପଂହଚି ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରିବୁଝିଛନ୍ତି। ତାଙ୍କ ରିପୋର୍ଟ ଆଧାରରେ ମେଡିକାଲ ଟିମ୍ ତାଙ୍କର ଅଧିକ ଚିକିତ୍ସା ପାଇଁ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ ବୋଲି ଜଣାପଡିଛି ।
Comments are closed.