www.samajalive.in
Sunday, December 14, 2025
17.1 C
Bhubaneswar

ଦିଲ୍ଲୀ ସେବା ବିଧେୟକ ସମେତ ୪ ବିଧେୟକକୁ ରାଷ୍ଟ୍ରପତିଙ୍କ ସ୍ୱୀକୃତି

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନରେ ଗୃହୀତ ୪ଟି ବିଧେୟକକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ସ୍ବୀକୃତି ପ୍ରଦାନ କରିଛନ୍ତି। ଏହି ୪ଟି ହେଉଛି ଗଭର୍ଣ୍ଣମେଣ୍ଟ ଅଫ୍‌ ନ୍ୟାସନାଲ କ୍ୟାପିଟାଲ ଟେରିଟୋରି ଅଫ୍‌ ଦିଲ୍ଲୀ (ସଂଶୋଧନ) ବିଧେୟକ, ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍‌ସନ ବିଧେୟକ, ରେଜିଷ୍ଟ୍ରେସନ୍‌ ଅଫ ବାର୍ଥସ୍‌ ଆଣ୍ଡ ଡେଥ୍‌ସ୍‌ (ସଂଶୋଧନ) ବିଧେୟକ ଓ ଜନ ବିଶ୍ବାସ (ସଂଶୋଧନ) ବିଧେୟକ। ସଂସଦ ଅଧିବେଶନ ଶେଷ ହେବାର ଦିନକ ପରେ ରାଷ୍ଟ୍ରପତିଙ୍କ ସ୍ବାକ୍ଷର ସହିତ ଏଗୁଡ଼ିକ ଆଇନରେ ପରିଣତ ହୋଇଛି।

ଦିଲ୍ଲୀ ପ୍ରଶାସନ ଉପରେ ନିୟନ୍ତ୍ରଣ ଉଦ୍ଦେଶ୍ୟରେ ଆଗତ ଅଧ୍ୟାଦେଶ ଆଧାରିତ ଗଭର୍ଣ୍ଣମେଣ୍ଟ ଅଫ୍‌ ନ୍ୟାସନାଲ କ୍ୟାପିଟାଲ ଟେରିଟୋରି ଅଫ୍‌ ଦିଲ୍ଲୀ (ସଂଶୋଧନ) ବିଧେୟକ ବା ଦିଲ୍ଲୀ ସେବା ବିଧେୟକ ଖୁବ୍ ବିରୋଧର ସମ୍ମୁଖୀନ ହୋଇଥିଲା। ବିରୋଧୀଙ୍କ ଅନୁପସ୍ଥିତିରେ ଏହା ଲୋକସଭାରେ ଗୃହୀତ ହୋଇଥିଲା। ରାଜ୍ୟସଭାରେ ଏହା ସପକ୍ଷରେ ୧୩୧ଟି ଓ ବିପକ୍ଷରେ ୧୦୨ଟି ଭୋଟ୍‌ ପାଇଥିଲା। ଏହାଦ୍ବାରା କେନ୍ଦ୍ର ସରକାର ଜାତୀୟ ରାଜଧାନୀ ଅଞ୍ଚଳ ଉପରେ ଆଇନ ପ୍ରଣୟନ ସହ ପ୍ରଶାସନିକ ଅଧିକାରୀଙ୍କ ନିଯୁକ୍ତି ଓ ବଦଳି ଅଧିକାର ପାଇଛନ୍ତି। ସେହିପରି ଡିଜିଟାଲ ଡାଟା ପ୍ରୋଟେକ୍‌ସନ୍‌ ବିଧେୟକ ବାଚନିକ ଭୋଟ୍‌ରେ ଗୃହୀତ ହୋଇଥିଲା। ଏଥିରେ ଅନ୍‌ଲାଇନ୍‌ ପ୍ଲାଟଫର୍ମରେ ବ୍ୟକ୍ତିଗତ ତଥ୍ୟ ପ୍ରଘଟ ବା ସୁରକ୍ଷା ବ୍ୟବସ୍ଥା ଉଲ୍ଲଙ୍ଘନ ହେଲେ ୨୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଜୋରିମାନା ବ୍ୟବସ୍ଥା ରହିଛି। ଏହି ଆଇନ ଦ୍ବାରା ନାଗରିକଙ୍କ ବିନାନୁମତିରେ ତଥ୍ୟ ସରକାର ହାସଲ କରିପାରିବେ ଏବଂ ଏହା ଭାରତକୁ ଏକ ଯାଞ୍ଚକାରୀ ରାଷ୍ଟ୍ରରେ ପରିଣତ କରିବା ଆଶଙ୍କା ରହିଛି। ୨୦୧୯ରେ ସରକାର ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଧେୟକ ଆଣିଥିଲେ; କିନ୍ତୁ ସଂସଦୀୟ କମିଟି ଯାଞ୍ଚ ପରେ ଏହାକୁ ପ୍ରତ୍ୟାହାର କରିନେଇଥିଲେ। ଜନ୍ମ ଓ ମୃତ୍ୟୁ ସଂକ୍ରାନ୍ତ ଆଇନ ବଳରେ ନାଗରିକଙ୍କୁ ଏକ ଡିଜିଟାଲ ପ୍ରମାଣପତ୍ର ମିଳିବ; ଯାହା ବୟସ, ଡ୍ରାଇଭିଂ ଲାଇସେନ୍ସ, ଶିକ୍ଷାନୁଷ୍ଠାନରେ ନାମଲେଖା, ବିବାହ ପଞ୍ଜୀକରଣ ଓ ନିଯୁକ୍ତି ଭଳି ବହୁବିଧ ଆଇନଗତ କାର୍ଯ୍ୟ ପାଇଁ ଏକକ ପ୍ରମାଣପତ୍ର ଭାବେ ବ୍ୟବହାର ହୋଇପାରିବ। ସେହିପରି ଜନ ବିଶ୍ବାସ ଆଇନ ବ୍ୟବସାୟ ବାଣିଜ୍ୟକୁ ସହଜ ତଥା ସରଳ କରିବା ପାଇଁ ଅଭିପ୍ରେତ। ସୂଚନାଯୋଗ୍ୟ ଯେ ଦିଲ୍ଲୀ ସେବା ବିଧେୟକକୁ ଅଗଣତାନ୍ତ୍ରିକ ଦର୍ଶାଇ ଆମ୍‌ ଆଦ୍‌ମୀ ପାର୍ଟି ସମେତ ବିରୋଧୀମାନେ ଖୁବ୍‌ ବିରୋଧ କରିଥିଲେ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories