www.samajalive.in
Sunday, December 14, 2025
23.1 C
Bhubaneswar

୧୦ ଜିଲାରେ ନିଅଣ୍ଟିଆ ବର୍ଷା, ଆଗେଇ ପାରୁନି ଚାଷ କାର୍ଯ୍ୟ

ଭୁବନେଶ୍ବର: ଚଳିତ ମାସ ଆରମ୍ଭରୁ ସାରା ରାଜ୍ୟରେ ଲଗାଣ ବର୍ଷା ହେବା ଦ୍ବାରା ମଧ୍ୟମ ଧରଣ ବନ୍ୟା ଆସିଥିଲା। ପ୍ରଭାବିତ ଜିଲାଗୁଡ଼ିକ ମଧ୍ୟରୁ କିଛି ଅଞ୍ଚଳରେ ପାଣି ମାଡ଼ିବା ଦ୍ବାରା ଧାନ ଚାଷ ପ୍ରଭାବିତ ହୋଇଥିଲା। ଅନ୍ୟାନ୍ୟ ଜିଲାଗୁଡ଼ିକରେ ଚାଷୀ ତଳି ରୁଆ ବେଉଷଣ କରିଥିଲେ। ବର୍ଷାକୁ ନେଇ ଚାଷୀ ବେଶ୍‌ ଉତ୍ସାହିତ ହୋଇଥିଲେ। ପଛାଇଥିବା ଚାଷ କାମ ଆଗେଇବ ବୋଲି ଆଶା ରଖିଥିଲେ; କିନ୍ତୁ ପରବର୍ତ୍ତୀ ସମୟରେ ବର୍ଷା ଉଭାନ ହୋଇଯିବା ଦ୍ବାରା ରୁଆ ତଳି ଟାଣ ଖରାରେ ଝାଉଁଳି ଗଲାଣି। ଜମିରେ ପାଣି ନ ଥିବାରୁ ମାଟିର ବତର ଶୁଖି ଗଲାଣି। ଫଳରେ ରୁଆ ବେଉଷଣ ହୋଇପାରୁନାହିଁ।

ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସହିତ ସୁବର୍ଣ୍ଣପୁର, ବଲାଙ୍ଗୀର ଏବଂ ବୌଦ୍ଧର କିଛି ଅଞ୍ଚଳରେ ବିଜୁଳି ଘଡଘଡ଼ି ସହ ବର୍ଷା ହୋଇପାରେ। କଳାହାଣ୍ଡି, ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୋଳ, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଏବଂ କେନ୍ଦ୍ରାପଡ଼ାକୁ ବଜ୍ରପାତ ସତର୍କ ସୂଚନା ଜାରି କରାଯାଇଛି। ୧୫ରୁ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ପାଇବା ସମ୍ଭାବନା ରହିଛି।

- Advertisement -

ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ଜୁନ ୧ରୁ ଅଗଷ୍ଟ ୧୨ ମଧ୍ୟରେ ରାଜ୍ୟର ସ୍ବାଭାବିକ ବର୍ଷା ୬୯୮.୪ମି.ମି ତୁଳନାରେ ୬୩୫.୮ମି.ମି ବର୍ଷା ରେକର୍ଡ ହୋଇଛି। ଯାହାକି ୬% ବର୍ଷା ସ୍ବାଭାବିକରୁ କମ୍‌ ରହିଛି। ୧୦ଜିଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୪ ଜିଲାରେ ସ୍ବାଭାବିକରୁ ଅଧିକ ଏବଂ ୧୬ଜିଲାରେ ସ୍ବାଭାବିକ ବର୍ଷା ହୋଇଛି। କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଯାଜପୁରରେ ନିଅଣ୍ଟିଆ ବର୍ଷା ହୋଇଥିବାରୁ ଚାଷ କାର୍ଯ୍ୟ ଆଗେଇ ପାରିନାହିଁ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories