www.samajalive.in
Sunday, December 14, 2025
19.1 C
Bhubaneswar

ସାହାରପଡା ସରସ୍ବତୀ ଶିଶୁ ମନ୍ଦିରରେ ଜ୍ଞାନବିଜ୍ଞାନ ମେଳା

ପାଟଣା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ସଙ୍କୁଳ ସାହାରପଡା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଶନିବାର ଦିନ ଅନୁଷ୍ଠିତ ହୋଇଯାଇଅଛି। ଏହି ଜ୍ଞାନ ବିଜ୍ଞାନ ମେଳାରେ ମୋଟ ୧୭୭ ଜଣ ଶିଶୁ ଏବଂ ଛାତ୍ରଛାତ୍ରୀ ବିଜ୍ଞାନ ଓ ଗଣିତ ପ୍ରକଳ୍ପ, ପତ୍ରବାଚନ, ମୂର୍ତ୍ତି କଳା ପ୍ରତିଯୋଗିତା, ବିଜ୍ଞାନ ପ୍ରୟୋଗ, ବିଜ୍ଞାନ, ଗଣିତ ଓ ସଂସ୍କୃତି ଜ୍ଞାନ ପ୍ରଶ୍ନମଞ୍ଚ ଆଦିରେ ଅଂଶଗ୍ରହଣ କରିଥିଲେ। ଏହି ଜ୍ଞାନ ବିଜ୍ଞାନ ମେଳାରେ ମୁଖ୍ୟ ଅତିଥି ଭାବେ ସାହାରପଡା ଗ୍ରାମ ପଞ୍ଚାୟତର ସରପଞ୍ଚ ପଦ୍ମଲୋଚନ ନାଏକ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବିଭାଗ ନିରୀକ୍ଷକ ଶିକ୍ଷା ବିକାଶ ସମିତି ଓଡିଶାର କ୍ଷେତ୍ର ମୋହନ ଦାସ ଏବଂ ଶିଶୁ ମନ୍ଦିରର ସଭାପତି ରମାକାନ୍ତ ମହାନ୍ତ, ସଂପାଦକ ନିରୋଜ କୁମାର ମହାନ୍ତ, ସଂଯୋଜକ ଚିତ୍ତରଞ୍ଜନ ମହାନ୍ତ, ମହେନ୍ଦ୍ର କୁମାର ସାହୁ, ରୋହିତ କୁମାର ମହାନ୍ତ ଯୋଗ ଦେଇଥିଲେ। ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଶୁକଦେବ ମହାନ୍ତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ସହିତ ମଞ୍ଚ ପରିଚାଳନା କରି ଧନ୍ୟବାଦ ଅର୍ପଣ କରିଥିଲେ। ଏଠାରେ ତୁରୁମୁଙ୍ଗା, ମୁରୁସୁଆଁ, ଗଦଗଦି, ସାହାରପଡା, ଖିରେଇଟାଙ୍ଗୀରି, ଡେ଼ଣୁଆଁ ଏବଂ ଜଡ଼ିଚାତର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ସମସ୍ତ ଗୁରୁଜୀ ଗୁରୁମା ଏହି ଜ୍ଞାନ ବିଜ୍ଞାନ ମେଳାରେ ସହଯୋଗ କରିଥିଲେ। ପରିଶେଷରେ କୃତିତ୍ବ ହାସଲ କରିଥିବା ଶିଶୁ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories