ପାଟଣା: ପାଟଣା ବ୍ଲକ ଡୁମୁରିଆ ସ୍ଥିତ ଭୀମକୁଣ୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ “ମେରି ମାଟି ମେରା ଦେଶ” କାର୍ଯ୍ୟକ୍ରମ ପାଳନ ଅବସରରେ କ୍ରାନ୍ତି ଦିବସ ଓ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟରେ ହୋଇଥିବା ସଭାରେ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ସେନା କର୍ମଚାରୀ ଅରୁଣ ମହାନ୍ତ ଯୋଗ ଦେଇଥିଲେ। ସଭାକାର୍ଯ୍ୟ ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜଳନ ପରେ ବୀର ଯବାନ ମାନେ ସେମାନଙ୍କ ଜୀବନରେ ଅବିସ୍ମରଣୀୟ ତଥା ବୀରତ୍ୱ ଗାଥା ଉପରେ ବକ୍ତବ୍ୟ ରଖିଥିଲେ। ଏନଏସଏସ ତରଫରୁ କାର୍ଯ୍ୟକ୍ରମ ଅଧିକାରୀ ରାଜୀବ ଲୋଚନ ରଥ ସଭା ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଅର୍ଥନୀତି ବିଭାଗର ଅଧ୍ୟାପକ ମିତ୍ରଭାନୁ ମହାନ୍ତ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉପସ୍ଥିତ ସମସ୍ତ ଅତିଥି ମାନଙ୍କୁ ଏନଏସଏସ ତରଫରୁ ଉପଢୌକନ ପ୍ରଦାନ କରାଯାଇଥିଲା। ସଭାରେ ଉପସ୍ଥିତ ଥବା ସମସ୍ତେ ଏନଏସଏସର ଲକ୍ଷ୍ୟ ଓ ଉପଯୋଗିତା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ବିଶେଷ କାର୍ଯ୍ୟକ୍ରମ ଅବସରରେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାର ଚାରା ରୋପଣ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ସନ୍ଦୀପ ମହାନ୍ତ, ରବିନ୍ଦ୍ର କୁମାର ପଲେଇ, କାହ୍ନୁ ଚରଣ ପଲେଇ, କାର୍ତିକ ମହାନ୍ତ, ସରୋଜ ଘଣା, ଅର୍ଜୁନ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।
Popular Categories



