www.samajalive.in
Monday, December 15, 2025
16.1 C
Bhubaneswar

‘ତଦନ୍ତରେ ଉତ୍କର୍ଷ ପଦକ-୨୦୨୩’ : ଦେଶରୁ ୧୪୦ ଓଡ଼ିଶାରୁ ୪ ପୁଲିସ କର୍ମଚାରୀ

ନୂଆଦିଲ୍ଲୀ : ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ‘ତଦନ୍ତରେ ଉତ୍କର୍ଷ ପଦକ-୨୦୨୩’ ପାଇଁ ୧୪୦ ଜଣ ପୁଲିସ୍‌‌ କର୍ମଚାରୀଙ୍କୁ ମନୋନୀତ କରାଯାଇଛି । ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖରେ ଏହି ପୁରସ୍କାର ଘୋଷଣା କରାଯାଇଥାଏ। ୨୦୧୮ରେ ଏହି ପୁରସ୍କାର ସ୍ଥାପନ କରାଯାଇଥିଲା। ଅପରାଧ ତଦନ୍ତରେ ପେଶାଦାରୀତା ବୃଦ୍ଧି ଓ ତଦନ୍ତରେ ଉତ୍କୃଷ୍ଟ କାର୍ଯ୍ୟର ସ୍ୱୀକୃତି ପ୍ରଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଉଛି ।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅନୁସାରେ ଚଳିତଥର ଏହି ପୁରସ୍କାର ପାଇଥିବା କର୍ମଚାରୀଙ୍କ ମଧ୍ୟରେ ସିବିଆଇରୁ ୧୫ ଜଣ, ଏନ୍‌‌ଆଇଏରୁ ୧୨ ଜଣ, ଉତ୍ତରପ୍ରଦେଶରୁ ୧୦ଜଣ, କେରଳ ଓ ରାଜସ୍ଥାନରୁ ୯ ଜଣ ଲେଖାଏଁ, ତାମିଲନାଡୁରୁ ୮ ଜଣ, ମଧ୍ୟପ୍ରଦେଶରୁ ୭ ଜଣ , ଗୁଜରାଟରୁ ୬ ଜଣ ଓ ଚାରି ଜଣ ଓଡ଼ିଆ ପୁଲିସ କର୍ମଚାରୀ ଅଛନ୍ତି। ଅବଶିଷ୍ଟ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ ଅନ୍ୟ ସଂଗଠନ ଗୁଡ଼ିକରୁ ଅବଶିଷ୍ଟ କର୍ମଚାରୀ ରହିଛନ୍ତି । ପୁରସ୍କାର ବିଜେତା କର୍ମଚାରୀମାନଙ୍କ ମଧ୍ୟରେ ୨୨ ଜଣ ମହିଳା ପୁଲିସ୍‌‌ ଅଫିସର ରହିଛନ୍ତି ।
ଓଡ଼ିଶାରୁ ଉପ ଅଧିକ୍ଷକ ପ୍ରଭାତ କୁମାର ବିଶ୍ବାଳ ଓ ମାନସ ରଞ୍ଜନ ପ୍ରଧାନ ଏବଂ ଇନିସପେକ୍ଟର ପ୍ରଶାନ୍ତ କୁମାର ସାହୁ ଓ ଦୁର୍ଗେଶ ନନ୍ଦିନୀ ମହାନ୍ତି ପ୍ରମୁଖ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories