www.samajalive.in
Monday, December 15, 2025
24.1 C
Bhubaneswar

ସ୍କୁଲରେ ବଜ୍ରପାତ: ୧୫ ଛାତ୍ରଛାତ୍ରୀ ଆହତ, ୨ ଗୁରୁତର

କେନ୍ଦ୍ରାପଡ଼ା:କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୁଦାନଗରୀ ହାଇସ୍କୁଲରେ ବଜ୍ରପାତ ହେବାରୁ ୧୬ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୪ଜଣ ଆହତ ହୋଇଥିବାବେଳେ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଛି। ସମସ୍ତଙ୍କୁ ପାଟକୁରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ଚିକିତ୍ସା ପରେ ୧୪ଜଣ ଛାତ୍ରଛାତ୍ରୀ ସୁସ୍ଥ ହୋଇଥିବାବେଳେ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ସଂକଟାପନ୍ନ ଥିବା ଛାତ୍ରଙ୍କୁ କେନ୍ଦ୍ରାପଡ଼ା ମେଡ଼ିକାଲକୁ ଚିକିତ୍ସା ପାଇଁ ପଠାଯାଇଥିବା ସୂଚନା ମିଳିଛି।

ଆଜି ଗରଦପୁର ବ୍ଲକ କୁଦାନଗରୀ ହାଇସ୍କୁଲରେ ବଜ୍ରପାତ ହୋଇଥିଲା। ଅପରାହ୍ଣରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ଅସ୍ଥାୟୀ ଭାବେ ଚାଲିଥିବା ଆଦର୍ଶ ବିଦ୍ୟାଳୟ ଉପରେ ହଠାତ ବଜ୍ରପାତ ଘଟିଥିଲା। ବିଦ୍ୟାଳୟରେ ବିଜୁଳି ବିଚ୍ଛିନ୍ନ ହୋଇଯାଇଥିଲା। ବଜ୍ରପାତ ଯୋଗୁଁ ଛାତ୍ରଛାତ୍ରୀମାନେ ଅଚେତ ହୋଇଯାଇଥିଲେ। ସ୍କୁଲର ଶିକ୍ଷକ, ଅଭିଭାବକ, ସ୍ଥାନୀୟ ଲୋକ ସମେତ ଅନ୍ୟ ଛାତ୍ରଛାତ୍ରୀ ବଜ୍ରପାତରେ ଆହତ ହୋଇ ଚେତାଶୂନ୍ୟ ହୋଇପଡ଼ିଥିବା ଛାତ୍ରଛାତ୍ରୀଙ୍କୁ ତୁରନ୍ତ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ସମସ୍ତ ଆହତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ୧୪ଜଣ ସୁସ୍ଥ ହୋଇଥିବାବେଳେ ଅନ୍ୟ ଦୁଇଜଣ ଛାତ୍ରୀ ଗୁରୁତର ଅଛନ୍ତି। ସେମାନଙ୍କୁ କେନ୍ଦ୍ରାପଡ଼ା ମେଡ଼ିକାଲକୁ ପଠାଯାଇଛି ଏବଂ ସେଠାରେ ସେମାନେ ଚିକିତ୍ସିତ ହେବେ। ଗୁରୁତର ୨ ଛାତ୍ରୀ ପାଟି ଖୋଲୁନଥିବା ଜଣାପଡ଼ିଛି। ଉପଯୁକ୍ତ ଚିକିତ୍ସା ପରେ ଏହି ୨ ଛାତ୍ରୀ ସୁସ୍ଥ ହୋଇପାରିବେ ବୋଲି ଡାକ୍ତର ପ୍ରକାଶ କରିଛନ୍ତି।

Hot this week

ରାତିରେ ସ୍ଵେଟର ଏବଂ ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories