ଧଳପୁର ଓ ରାମଗଡ କ୍ଲଷ୍ଟରରେ ମୌଳିକ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମ

ହରଭଙ୍ଗା : ଜବାହର ନବୋଦୟ ବିଦ୍ୟାଳୟ ,ପାଲଝର ତରଫରୁ ବରିଷ୍ଠ ଶିକ୍ଷକ ଦିଲୀପ କୁମାର ବାଡତ୍ୟାଙ୍କ ପ୍ରଚେଷ୍ଟାରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ(ଏଫଏଲଏନ)କୁ ନେଇ ଏକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ହରଭଙ୍ଗା ବ୍ଲକ ଅନ୍ତର୍ଗତ ଧଳପୁର ଓ ରାମଗଡ କ୍ଲଷ୍ଟରର  ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଗଦ୍ୟ ପଠନ ଓ ପଦ୍ୟ ଆବୃତ୍ତି ମାଧ୍ୟମରେ ମୌଳିକ ସାକ୍ଷରତା ଜ୍ଞାନ ପ୍ରତି ସଚେତନତା ସମ୍ପର୍କିତ କର୍ମଶାଳାରେ ଉପସ୍ଥିତ ରହି ଦିଲୀପ କୁମାର ବାଡତ୍ୟା ତାଙ୍କ ବକ୍ତବ୍ୟରେ  ଅକ୍ଷର ଜ୍ଞାନ ଓ ପଠନ  ଉପରେ ଗୁରୁତ୍ଵ ଦେବା ସଙ୍ଗେ ସଙ୍ଗେ  ପିଲାମାନକୁ ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ଅଧିକରୁ ଅଧିକ ଆବେଦନ କରିବା ପାଇଁ ସଚେତନ କରାଇ ଥିଲେ। ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ  ମୌଳିକ ପଠନ, ଆବୃତ୍ତି  ବିଷୟରେ ଆଲୋଚନା କରାଯାଇଥିଲା। ପିଲାଙ୍କ ପାଇଁ ଆୟୋଜିତ  ପଦ୍ୟ ଆବୃତ୍ତି  ଓ ଗଦ୍ୟ ପଠନ ପ୍ରତିଯୋଗୀତାରେ ଧଳପୁର ପ୍ରାଥମିକ ବିଦ୍ୟାଳୟର ଅମୃତା  ନାୟକ, ସ୍ମୃତିମୟୀ ବେହେରା ଶୁଶ୍ରୀ ସ୍ଵସ୍ତିକ ଭୋକ୍ତା, ଆଦ୍ୟାଶା ପ୍ରଧାନ, ପ୍ରୀତିପଦ୍ମା ପ୍ରଧାନ, ପ୍ରତୀକ ବେହେରା ନିଜର ଦକ୍ଷତା ପ୍ରଦର୍ଶନ କରିଥିବା ବେଳେ ରାମଗଡ  ପ୍ରାଥମିକ ବିଦ୍ୟାଳୟର ଶିବାନୀ ସେଠି, ଅଙ୍କିତା ସେଠୀ, ସୁକଦେବ ସାହୁ ପଦ୍ୟ ଆବୃତ୍ତିରେ  ଦକ୍ଷତା ପ୍ରଦର୍ଶନ କରି ଅତିଥିଙ୍କ ଠାରୁ  ପ୍ରଶଂସାପତ୍ର  ଗ୍ରହଣ କରିଥିଲେ।

prayash

ଧଳପୁର  ସିଆରସିସି ସତ୍ୟ ନାରାୟଣ ନାୟକ ଓ ରାମଗଡ  ସିଆରସିସି  ସୁଭାଷ ଚନ୍ଦ୍ର  ବିଶି ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ତଦାରଖ କରିବା ସଙ୍ଗେ ସଙ୍ଗେ ପିଲାମାନଙ୍କୁ ଖେଳଣା ମାଧ୍ୟମରେ ଶିକ୍ଷା ଦାନ କରି ଉତ୍ସାହିତ କରିଥିଲେ। ରାମଗଡ ସିଆରସିସି ସୁଭାଷ ଚନ୍ଦ୍ର  ବିଶିଙ୍କ ଖେଳଣା  ଆଧାରିତ କାର୍ଯ୍ୟକ୍ରମ ମନମୁଗ୍ଧ କରିଥିଲା। ଧଳପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର  ପ୍ରଧାନ ଶିକ୍ଷକ ପୁଲସ୍ତି ଭୋକ୍ତା ଓ ରାମଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ  ଶିକ୍ଷକ ବିବେକାନନ୍ଦ ଯୋଶୀ କର୍ମଶାଳାକୁ ସଂଯୋଜନା  କରିଥିଲେ । ଆଲୋଚନାରେ ବେଲପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହାୟକ ଶିକ୍ଷକ ରଞ୍ଜିତ କୁମାର ହୋତା, କ୍ଷରସଙ୍କୁଲେଇ ଉଚ୍ଚ ପ୍ରାଥମିକ  ବିଦ୍ୟାଳୟର ସୁରେନ୍ଦ୍ର ମାହାକୁଡ, ଜବଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହଜାରି ନାୟକ, ଟଭାପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲ୍ଲୀପ ପ୍ରଧାନ, ଶଙ୍କୁଲେଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହାୟକ ଶିକ୍ଷକ ରବୀନ୍ଦ୍ର ବେହେରା, କାମ୍ପଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୂର୍ଯ୍ୟକାନ୍ତି  ବାରିକ, ଖଣ୍ଡତୋଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରତିଭୂ କୁମାର ପାଢୀ, ପଳାସକୁଟଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସଞ୍ଜୀବ କୁମାର  ନାୟକ, ସରସ୍ଵତୀ ଶିଶୁ ମନ୍ଦିରର ସହାୟକ ଶିକ୍ଷକ ସପନ କୁମାର ନାୟକ, କୋଇଲିସୁତା ଉଚ୍ଚ ପ୍ରାଥମିକ  ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଘବ ବେହେରା, ବୈକୁଣ୍ଠପୁର ଉଚ୍ଚ ପ୍ରାଥମିକ  ବିଦ୍ୟାଳୟର  ରଜନୀକାନ୍ତ ବାରିକ, ଶ୍ୟାମସୁନ୍ଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଞ୍ଜିତ ପ୍ରଧାନ, ଉଅନଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହାୟକ ଶିକ୍ଷକ  କୃଷ୍ଣ ଚନ୍ଦ୍ର ସାହୁ ପ୍ରମୁଖ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ । ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଧଳପୁର ଓ ରାମଗଡ ଉଚ୍ଚ ପ୍ରାଥମିକ  ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ସହକାରୀ ଶିକ୍ଷକ, ଶିକ୍ଷୟତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Comments are closed.