www.samajalive.in
Monday, December 15, 2025
16.1 C
Bhubaneswar

ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ଛାତ୍ରୀଙ୍କୁ ସ୍ଵାଗତ ସମାରୋହ

କଣ୍ଟାବାଞ୍ଜି : ସ୍ଥାନୀୟ ମୁକୁନ୍ଦି ଲାଲ୍ ଅଗ୍ରୱାଲ ମହିଳା ଉଚ୍ଚ ବିଦ୍ୟାଳୟର ତମ ପ୍ରତିଷ୍ଠା ଦିବସ, ଅଧ୍ୟକ୍ଷା ରଞ୍ଜିତ ଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି ଓ ନୂତନ ଭାବରେ ବିଦ୍ୟାଳୟରେ କଳା ଓ ବାଣିଜ୍ୟ ବିଭାଗରେ ନାମ ଲେଖାଇଥିବା ଛାତ୍ରୀ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଉତ୍ସବରେ ପ୍ରତିଷ୍ଠାତା ପରିଚାଳନା କମିଟିର ସଭାପତି ତଥା କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ମୁଖ୍ୟ ଅତିଥି, ପ୍ରତିଷ୍ଠାତା ସମ୍ପାଦକ ତଥା ବିଶିଷ୍ଟ ଓକିଲ ବିଷ୍ଣୁ ପ୍ରସାଦ ଶର୍ମା, କଣ୍ଟାବାଞ୍ଜି ଓକିଲ ସଂଘ ସଭାପତି ତଥା ପ୍ରତିଷ୍ଠାତା ସଦସ୍ୟ ସମିମ  ଅହମଦ ଖାନ୍, ପ୍ରତିଷ୍ଠାତା ସଭ୍ୟ ଘନଶ୍ୟାମ ଗୁପ୍ତା, ଦୁଃଖୀ ଶ୍ୟାମ ରାଏ, ଭାରତୀ ଦେବୀ ଶର୍ମା , ଯୁକ୍ତ ତିନି ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପୁରୋହିତ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିଲେ। ପୂର୍ବତନ ଅଧ୍ୟକ୍ଷା ତଥା ରାଜନୀତି ଅଧ୍ୟାପିକା ସଂଜୀବନୀ ସୁଧା ରଥ ସ୍ଵାଗତ ଭାଷଣ ଓ ଅତିଥି ମାନଙ୍କୁ ମଞ୍ଚ ଉପରକୁ ସ୍ବାଗତ କରିଥିଲେ। ଅର୍ଥନୀତି ଅଧ୍ୟାପକ ଭାସ୍କର ମେହେର ସଭା ପରିଚାଳନା କରିଥିଲେ । ବରିଷ୍ଠ ଅଧ୍ୟାପକ ତର୍କ ଶାସ୍ତ୍ର ବିଭାଗ ବଳରାଜ୍ ସିଂଦେଓ, ଇଂରାଜୀ ଅଧ୍ୟାପିକା ଡକ୍ଟର ମିଲୀ କର, ବାଣିଜ୍ୟ ଅଧ୍ୟାପକ ଦେବେନ୍ଦ୍ର କୁମାର ପଣ୍ଡା,ମୁଖ୍ୟ କିରାଣୀ ପିଙ୍କି ନାଗ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଅଧ୍ୟକ୍ଷା ରଞ୍ଜିତା ଗୁରୁ ବିଦ୍ୟାଳୟର ବିଭିନ୍ନ ନିୟମାବଳୀ ନୂତନ ଛାତ୍ରୀ ମାନଙ୍କୁ ଜଣାଇଥିଲେ ଓ ଏହାକୁ ଅନୁସରଣ କରିବା ପାଇଁ କହିଥିଲେ । ପୂର୍ବ ପରିଚାଳନା କମିଟିର ସଦସ୍ୟ ମାନେ ବିଦ୍ୟାଳୟ ପ୍ରତିଷ୍ଠା ସମୟରେ କେଉଁ ଦିଗ କୁ ଧ୍ୟାନ ଦିଆଯାଇଥିଲା ଓ କେଉଁ ଆଧାରରେ ପ୍ରତିଷ୍ଠା କରାଗଲା ବର୍ଣ୍ଣନା କରିଥିଲେ ଓ ସମସ୍ତେ ଏକାସ୍ୱରରେ ଏହି ଅନୁଷ୍ଠାନ ଏକ ପରିବାର ଓ ଏଥିରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ,ଛାତ୍ରୀ ଓ ପରିଚାଳନା କମିଟି ସଦସ୍ୟ ଅଟନ୍ତି ବୋଲି ଭାବ ବ୍ୟକ୍ତ କରିଥିଲେ। ମୁଖ୍ୟ ଅତିଥି ପୁଣି ଥରେ ଆମର ପରିବାର ଏକାଠି ହୋଇଥିବାରୁ ଖୁସି ବ୍ୟକ୍ତ କରିଥିଲେ । ସେ ଯେଉଁ ସ୍ବପ୍ନ ନେଇ ଏହି ବିଦ୍ୟାଳୟର ପରିକଳ୍ପନା କରିଥିଲେ ତାହା ସାକାର ହୋଇଥିବା ସ୍ଵୀକାର କରିଥିଲେ,ଏଥିପାଇଁ ସେ ସମସ୍ତଙ୍କୁ ଶ୍ରେୟ ଦେଇଥିଲେ ।ନୂତନ ଛାତ୍ରୀ ମାନଙ୍କୁ ବିଦ୍ୟାଳୟରୁ ଭଲ ଶିକ୍ଷା ଗ୍ରହଣ କରି ତାଙ୍କର ପିତା ମାତା ,ବିଦ୍ୟାଳୟ ତଥା କଣ୍ଟାବାଞ୍ଜିର ସୁନାମ ବଜାୟ ରଖିବାକୁ ଅନୁରୋଧ କରିଥିଲେ । ଶେଷରେ ଇତିହାସ ଅଧ୍ୟାପିକା ଡକ୍ଟର ସସ୍ମିତା ପଟ୍ଟନାୟକ ଧନ୍ୟବାଦ୍ ଦେଇଥିଲେ।

ଅଧ୍ୟାପକ ରମେଶ ଚନ୍ଦ୍ର ପୁଜାହାରି, ଗ୍ରନ୍ଥାଗାର ରକ୍ଷକ ମନୋଜ ସାହୁ,ଖେଳ ଶିକ୍ଷୟତ୍ରୀ ଜ୍ୟୋତି ରାଣୀ ମହାନ୍ତି,କିରାଣୀ ଗାଗନ୍ ଦୀପ,ଲବ ପାଧାନ ଓ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ଓ ଦ୍ବିତୀୟ ବର୍ଷ କଳା ଓ ବାଣିଜ୍ୟ ଛାତ୍ରୀ ସଭା କୁ ସୁଚାରୁରୂପେ ପରିଚାଳନା କରିବାରେ ସାହାଯ୍ୟ କରିଥିଲେ। ଯୁକ୍ତ ତିନ ବିଭାଗର ସମସ୍ତ ଅଧ୍ୟାପକ, ଅଧ୍ୟାପିକା କର୍ମଚାରୀ ଉପସ୍ଥିତ ଥିଲେ।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories