www.samajalive.in
Monday, December 15, 2025
17.1 C
Bhubaneswar

ମନୋନୟନକାରୀଙ୍କ ପାଖରେ ଏକାଧିକ ପ୍ରଶ୍ନ ଓ ବିକଳ୍ପ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ ଦଳ ଏବେ ୱେଷ୍ଟଇଣ୍ଡିଜ୍‌​ରେ‌ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳୁଛି। ଏହାପରେ ଆୟରଲାଣ୍ଡରେ ମଧ୍ୟ ଭାରତ ୩ଟି ଟି-୨୦ ଖେଳିବ। ଏହାପରେ ଅଜିତ ଅଗରକରଙ୍କ ନେତୃତ୍ବାଧୀନ ବରିଷ୍ଠ ମନୋନୟନ କମିଟିକୁ ୩ଟି ଗୁରୁତ୍ବପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ/ଶୃଙ୍ଖଳା ପାଇଁ ଦିନିକିଆ ଦଳ ବାଛିବାକୁ ପଡ଼ିବ। ସେପ୍ଟେମ୍ବରରେ ଭାରତୀୟ ଦଳ ଏସିଆ କପ୍‌ ଖେଳିବ। ପରେ ଘରୋଇମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ୩ ମ୍ୟାଚ୍‌ର ଦିନିକିଆ ଶୃଙ୍ଖଳା ରୋହିତ ଶର୍ମାଙ୍କ ଦଳ ଖେଳିବ। ଅକ୍ଟୋବରରୁ ଘରୋଇମାଟିରେ ଦିନିକିଆ ବିଶ୍ବକପ୍‌ ଭାରତ ଖେଳିବ। ଏହି ୨ଟି ଟୁର୍ଣ୍ଣାମେଣ୍ଟ/ଶୃଙ୍ଖଳା ପାଇଁ ଦିନିକିଆ ଦଳ ବାଛିବା ନେଇ ମନୋନୟନକାରୀଙ୍କ ପାଖରେ ଏକାଧିକ ପ୍ରଶ୍ନ ସହ ବିକଳ୍ପ ମଧ୍ୟ ରହିଛି। ସେମାନଙ୍କ ପାଖରେ ପ୍ରଥମ ପ୍ରଶ୍ନ ରହିବ ଆନ୍ତର୍ଜାତିକ କ୍ରିକେଟ୍ ଖେଳିବାକୁ ଶ୍ରେୟାସ ଆୟର ଓ କେ.ଏଲ୍‌. ରାହୁଲ କେତେ ଫିଟ୍‌ ଏବଂ କେବେ ଖେଳିବାକୁ ପ୍ରସ୍ତୁତ ହେବେ? ୱେଷ୍ଟଇଣ୍ଡିଜ୍‌ରେ ଟି୨୦ରେ ଚମତ୍କାର ପ୍ରଦର୍ଶନ ବଳରେ ତିଳକ ବର୍ମା କ’ଣ ଦିନିକିଆ ଦଳରେ ସ୍ଥାନ ପାଇବାକୁ ଯୋଗ୍ୟ? ଦିନିକିଆରେ ଖରାପ ପ୍ରଦର୍ଶନ ସତ୍ତ୍ବେ ସୂର୍ଯ୍ୟକୁମାରଙ୍କୁ ଦଳରେ ରଖାଯିବ? ଇଶାନ୍ କିଷନ୍‌ ଅତିରିକ୍ତ ୱିକେଟ ରକ୍ଷକ ଓ ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ୍‌ଙ୍କ ​‌େ​‌ଦ୍ବୖତ ଭୂମିକା ନିର୍ବାହ କରିପାରିବେ? ଅକ୍ଷର ପଟେଲ, ସାର୍ଦୁଳ ଠାକୁର ଓ ୟୁଜ​‌େ​‌ବନ୍ଦ୍ର ଚହଲଙ୍କ ମଧ୍ୟରୁ କିଏ ବାଦ୍‌ପଡ଼ିବେ?
ଏହାସତ ଯେ ବିଶ୍ବକପ୍‌ ଦଳ ମନୋନୟନ କରିବା ପୂର୍ବରୁ ମନୋନୟନକାରୀଙ୍କୁ ଅଷ୍ଟ୍ରେଲିଆ ଶୃଙ୍ଖଳାରେ ଖେଳାଳିଙ୍କ ପ୍ରଦର୍ଶନ ଦେଖିବାକୁ ମିଳିବ ନାହିଁ। କାରଣ ବିଶ୍ବକପ୍‌ ପାଇଁ ସେପ୍ଟେମ୍ବର ୫ ସୁଦ୍ଧା ସେମାନଙ୍କୁ ଚୂଡ଼ାନ୍ତ ୧୫ ଜଣିଆ ବିଶ୍ବକପ୍‌ ଦଳ ଘୋଷଣା କରିବାକୁ ପଡ଼ିବ। ପୁଣି ସେପ୍ଟେମ୍ବର ୨୭ ସୁଦ୍ଧା ବିଶ୍ବକପ୍‌ ଦଳରେ ଭାରତ ପରିବର୍ତ୍ତନ କରିପାରିବ। ତେଣୁ ଅନୁମାନ କରାଯାଉଛି ଯେ ଅଗଷ୍ଟ ୩୦ରୁ ଆରମ୍ଭ ହେଉଥିବା ଏସିଆ କପ୍‌ ପାଇଁ ମନୋନୟନକାରୀ ୧୭ରୁ ୧୮ ଖେଳାଳି ମନୋନୀତ କରିବେ। ପରେ ସେମାନଙ୍କ ମଧ୍ୟରୁ ବିଶ୍ବକପ୍‌ ଦଳ ଘୋଷଣା କରାଯିବ। ଋଷଭ ପନ୍ତ୍‌ଙ୍କୁ ଛାଡ଼ି ସମସ୍ତ ଭାରତୀୟ ଖେଳାଳି ଫିଟ୍‌ ଥିଲେ ମନୋନୟନକାରୀଙ୍କୁ ପ୍ରଥମ ୭ ଜଣଙ୍କୁ ବାଛିବାରେ ଅସୁବିଧା ହେବନାହିଁ। ପ୍ରଥମ ୩ଟି ସ୍ଥାନରେ ରହିବେ ରୋହିତ ଶର୍ମା, ଶୁବ୍‌ମାନ ଗିଲ୍‌ ଓ ବିରାଟ କୋହଲି। ୪ର୍ଥ ଓ ୫ନଂ ସ୍ଥାନରେ ରହିବେ ଶ୍ରେ୍ୟାୟ ଆୟର ଓ ରାହୁଲ। ୬ଷ୍ଠ ଓ ୭ମ ସ୍ଥାନରେ ୨ ଅଲ୍‌ରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡ଼େଜା ରହିବେ। ହେଲେ ଆୟର ଓ ରାହୁଲ ଫିଟ୍‌ ନହେଲେ ମନୋନୟନକାରୀଙ୍କ ମୁଣ୍ଡବିନ୍ଧା ବଢ଼ିଯିବ। ରାହୁଲ ଫିଟ୍‌ ନ ​‌େ​‌ହଲେ କିଷନ୍‌ ୱିକେଟ ରକ୍ଷକ ଓ ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ୍ ଭାବେ ରହିବେ। ଆୟର ଫିଟ୍‌ ନହେଲେ ସେମାନଙ୍କୁ ୪ନଂ ବ୍ୟାଟ୍‌ସମ୍ୟାନ୍ ଖୋଜିବାକୁ ପଡ଼ିବ। ଏହି ସ୍ଥାନ ପାଇଁ ୩ ଜଣ ବିକଳ୍ପ ହେଲେ ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମ୍‌ସନ ଓ ତିଳକ ବର୍ମା। ବହୁତ ସୁଯୋଗ ମିଳିଥିଲେ ମଧ୍ୟ ଦିନିକିଆରେ ସୂର୍ଯ୍ୟ ସଫଳ ହୋଇନାହାନ୍ତି। ୨୬ଟି ଦିନିକିଆରେ ସୂର୍ଯ୍ୟକୁମାର ୨୪.୩୩ ଆଭ୍‌ରେଜ୍‌ରେ ୫୧୧ ରନ୍‌ କରିଛନ୍ତି। ତେବେ ସୂର୍ଯ୍ୟ ଜଣେ ମ୍ୟାଚ୍‌ ବିଜେତା। ସେଟ୍‌ ହୋଇଗଲେ ବିପକ୍ଷ ବୋଲରଙ୍କ ପାଇଁ ଦୁଃସ୍ବପ୍ନ ପାଲଟି ପାରନ୍ତି। ସାମ୍‌ସନ ଅତ୍ୟନ୍ତ ପ୍ରତିଭାବାନ। ଯେକୌଣସି ବୋଲିଂ ବିପକ୍ଷରେ ସାମ୍‌ସନ ରନ୍ କରିପାରନ୍ତି। ହେଲେ ତାଙ୍କର ଦୁର୍ବଳତା ହେଉଛି ଅନିୟମିତତା। ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ୨ଟି ଦିନିକିଆରେ ସେ ୯ ଓ ୫୧ ରନ୍‌ କରିଥିଲେ। ତାଙ୍କ ଅର୍ଦ୍ଧଶତକୀୟ ଇନିଂସ୍ ବେଶ୍‌ ଦର୍ଶନୀୟ ଥିଲା। ୨ଟି ଟ୍ବେଣ୍ଟି୨୦ରେ ସଞ୍ଜୁ ୧୨ ଓ ୭ ରନ୍‌ କରିଛନ୍ତି। ତିଳକ ବର୍ମା ଦିନିକିଆ ଖେଳିନଥିଲେ ହେଁ ଇଣ୍ଡିଜ୍‌ ବିପକ୍ଷ ଟି୨୦ ଶୃଙ୍ଖଳାରେ ସେ ୩୯, ୫୦ ଓ ଅପରାଜିତ ୪୯ ରନ୍‌ କରିଛନ୍ତି।
ପେସ୍‌ ବୋଲିଂ ବିଭାଗରେ ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି ଓ ମହମ୍ମଦ ସିରାଜ୍‌ ଦଳରେ ରହିବା ନିଶ୍ଚିତ। ହେଲେ ୪ର୍ଥ ପେସର୍ କିଏ? ପ୍ରଥମ ନାମ ହେଉଛି ପ୍ରସିଦ୍ଧ କ୍ରିଷ୍ଣା। ୧୪ଟି ଦିନିକିଆରୁ ପ୍ରସିଦ୍ଧ ୨୫ଟି ୱିକେଟ୍‌ ନେଇଛନ୍ତି। ଏମାନଙ୍କ ପଛକୁ ଅନ୍ୟ ୨ ବିକଳ୍ପ ହେଲେ ମୁକେଶ କୁମାର ଓ ଜୟଦେବ ଉନାଦ୍‌କତ। ୱେଷ୍ଟଇଣ୍ଡିଜ୍‌ରେ କୁଲଦୀପଙ୍କ ପ୍ରଦର୍ଶନ ଯୋଗୁଁ ସେ ଦଳର ୧ନଂ ଦିନିକିଆ ସ୍ପିନର। ରବୀନ୍ଦ୍ର ଜାଡ଼େଜାଙ୍କ ସ୍ଥାନ ପ୍ରତି ପ୍ରଶ୍ନବାଚୀ ନାହିଁ। ଏହାପରେ ଆଉ ୨ଟି ସ୍ଥାନ ରହିଲା ଏବଂ ୩ ଜଣ ବିକଳ୍ପ ହେଲେ ପ୍ରସିଦ୍ଧ, ସାର୍ଦୁଳ, ଅକ୍ଷର ଓ ଚହଲ। ୮ନଂ ସ୍ଥାନରେ ସାର୍ଦୁଳ ଜଣେ ଉପଯୋଗୀ ବ୍ୟାଟ୍‌ସମ୍ୟାନ। ପୁଣି ୩ୟ ସ୍ପିନର ଭାବେ ଅକ୍ଷର ପଟେଲ ଖେଳିଲେ ବ୍ୟାଟିଂ ମଜ୍‌ଭୁତ ହୋଇପାରିବ। ଦଳରେ ବିଶେଷଜ୍ଞ ଅଫ୍‌ସ୍ପିନର ନାହାନ୍ତି। ଏଥିପାଇଁ ରବିଚନ୍ଦ୍ରନ ଅଶ୍ବିନଙ୍କ କଥା ମଧ୍ୟ ବିଚାର କରା ଯାଇପାରେ। ୧୧୩ଟି ଦିନିକିଆ ଖେଳିଥିବା ଅଶ୍ବିନ ଚଳିତବର୍ଷ ଜାନୁଆରୀରେ ଅନ୍ତିମ ୫୦ ଓଭରର ମ୍ୟାଚ୍‌ ଖେଳିଥିଲେ।
ସମ୍ଭାବ୍ୟ ଏସିଆ କପ୍‌ ଦଳ: ରୋହିତ ଶର୍ମା, ଶୁବ୍‌ମାନ ଗିଲ୍‌, ବିରାଟ କୋହଲି, ଶ୍ରେୟାସ ଆୟର, କେ.ଏଲ୍‌. ରାହୁଲ, ସୂର୍ଯ୍ୟକୁମାର ଯାଦବ/ତିଳକ ବର୍ମା, ଈଶାନ୍ କିଷନ୍, ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, ସାର୍ଦୁଳ ଠାକୁର, କୁଲଦୀପ ଯାଦବ, ମହମ୍ମଦ ସିରାଜ୍, ମହମ୍ମଦ ସାମି, ଯଶପ୍ରୀତ ବୁମ୍‌ରା, ଅକ୍ଷର ପଟେଲ/ୟୁଜବେନ୍ଦ୍ର ଚହଲ/ପ୍ରସିଦ୍ଧ କ୍ରିଷ୍ଣା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories