www.samajalive.in
Monday, December 15, 2025
14.1 C
Bhubaneswar

ଆଜି ରାଜ୍ୟ କ୍ୟାବିନେଟ୍ : କୃଷକ, ମହିଳା, ଯୁବବର୍ଗଙ୍କ ପାଇଁ ଆସିବ ସ୍ବତନ୍ତ୍ର ଯୋଜନା

ଭୁବନେଶ୍ବର : ରାଜ୍ୟ କ୍ୟାବିନେଟ୍ ବୈଠକ ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ଏଥର କୃଷକ, ମହିଳା ଓ ଯୁବବର୍ଗଙ୍କ ଲାଗି ସ୍ବତନ୍ତ୍ର ଯୋଜନା ପ୍ରସ୍ତାବ ଆସିବ। ଏହାସହିତ ଅସହାୟ ବୃଦ୍ଧ/ବୃଦ୍ଧା ପ୍ରଭୃତିଙ୍କ ଉପରେ ସରକାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିବାକୁ ରହିଛି।
ମହିଳା ସଶକ୍ତୀକରଣ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ନିକଟରେ ‘ସ୍କୁଟି ଯୋଜନା’ ଲାଗୁ କରାଯାଇଥିବାବେଳେ ଆସନ୍ତାକାଲି ପୁଣି ଏକ ବଡ଼ ଘୋଷଣା ହେବାକୁ ରହିଛି। ସେହିପରି ଯୁବବର୍ଗଙ୍କୁ ସଶକ୍ତୀକରଣ କରି ବିଶ୍ବରେ ଓଡ଼ିଶାର ଦକ୍ଷତା ପ୍ରତିପାଦନ କରିବା ଲାଗି ଦକ୍ଷତା ବିକାଶ ବିଭାଗ ପକ୍ଷରୁ ‘ନୂତନ ଓଡ଼ିଶା’ ନାମକ ଏକ ଯୋଜନାର ପରିକଳ୍ପନା କରାଯାଇଛି। କୃଷକମାନଙ୍କୁ ସ୍ବାବଲମ୍ବୀ କରିବା ଲାଗି ପୂର୍ବରୁ କାଳିଆ, ବଳିଆ, ମାଣ୍ଡିଆ ଭଳି ବହୁ ଯୋଜନା କରାଯାଇଥିବାବେଳେ ଏଥର ‘କଫି ମିସନ’ ଭଳି କେତେକ ଯୋଜନା ଅଣାଯିବାକୁ ରହିଛି। ସେହିପରି ଦ୍ରବ୍ୟ ଓ ସେବା କର(ଜିଏସଟି)କୁ ସରଳୀକରଣ କରିବା ଲାଗି ନିୟମରେ ସଂଶୋଧନ କରାଯିବା ସହିତ ନଗର ଉନ୍ନୟନ ବିଭାଗ ପକ୍ଷରୁ ମ୍ୟୁନିସିପାଲିଟିରେ କାର୍ଯ୍ୟରତ କର୍ମଚାରୀଙ୍କ ଦୀର୍ଘଦିନର ଦାବି ପୂରଣ ଲାଗି କ୍ୟାଡର ନିୟମରେ ସଂଶୋଧନ ଅଣାଯିବାକୁ ରହିଛି। ଏହାବାଦ୍ କ୍ରୀଡ଼ା, ଅର୍ଥ, ସ୍ବାସ୍ଥ୍ୟ ଓ ସୂଚନା ପ୍ରଯୁକ୍ତି ଓ ବିଦ୍ୟା ବିଭାଗ ପକ୍ଷରୁ ୧୦ଟିରୁ ଊର୍ଦ୍ଧ୍ବ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ଲାଗି ରହିଛି। ସୂଚନାଯୋଗ୍ୟ ଯେ, ଶୁକ୍ରବାର ରାଜ୍ୟ କ୍ୟାବିନେଟ ସନ୍ଧ୍ୟା ୬ଟାରେ ହେବାପାଇଁ ସ୍ଥିର ହୋଇଥିଲା। ଏ ସଂକ୍ରାନ୍ତରେ କ୍ୟାବିନେଟ୍ ମନ୍ତ୍ରୀ ଓ ସଚିବମାନଙ୍କୁ ଅବଗତ କରାଯାଇଥିଲା। ମାତ୍ର କେତେକ ଅନିବାର୍ଯ୍ୟ କାରଣ ଯୋଗୁଁ ଏହି ସମୟରେ ପରିବର୍ତ୍ତନ କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories