www.samajalive.in
Sunday, December 14, 2025
17.1 C
Bhubaneswar

ଚଳନ୍ତା ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

କଣ୍ଟାବାଞ୍ଜି : ଚଳନ୍ତା ଟ୍ରେନ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ଯୁବକ ଜଣକ ହେଉଛନ୍ତି କଣ୍ଟାବାଞ୍ଜି ସହର ଗୋରୁ ବଜାର ନିକଟ ପୁଡାପଦର ପଡା,୧୧ ନଂ ୱାର୍ଡର ବିଷ୍ଣୁ ଠାକୁର(୪୨)। ବୁଧବାର ରାତିରେ ଟିଟିଲାଗଡ଼ ପଟୁ ରାଏପୁର ଯିବା ପାଇଁ ଆସୁଥିବା ରଙ୍ଗବତୀ ପାସେଞ୍ଜର ଟ୍ରେନ୍ ଆଗକୁ ଡେଇଁ ବିଷ୍ଣୁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛତ। ବିଷ୍ଣୁ ଜଣେ ଗୁପଚୁପ ବ୍ୟବସାୟୀ।

ଗତକାଲି କୌଣସି କଥାକୁ ନେଇ ଘରେ ପରିବାର ସହ କଳହ ହେବା ପରେ ବିଷ୍ଣୁ ଘରୁ ରାତିରେ ଚାଲି ଆସିଥିଲେ। ପମ୍ପୁ ତାଲାବ ପୋଖରୀ ନିକଟରେ ଟିଟିଲାଗଡ଼ ପଟୁ ରାଏପୁର ଯିବା ପାଇଁ ଆସୁଥିବା ରଙ୍ଗବତୀ ପାସେଞ୍ଜର ଟ୍ରେନ୍ ଆଗକୁ ଡେଇଁ ପଡି ସେ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ପରେ ତାଙ୍କ ଅଧା ମୃତଦେହ ଘଟଣା ସ୍ଥଳରେ ପଡି ରହିଥିବା ବେଳେ ପେଟ ତଳୁ ଅଧା ଶରୀର ଟ୍ରେନ ଇଂଜିନ ସମ୍ମୁଖରେ ଲାଖି ହୋଇ କଣ୍ଟାବାଞ୍ଜି ରେଳ ଷ୍ଟେସନକୁ ଚାଲି ଯାଇଥିଲା। ପରେ ଜିଆରପି ଓ ଆରପିଏଫ୍ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଧା ମୃତଦେହ ଉଦ୍ଧାର କରିଥିବାବେଳେ ଅଧା ଶରୀର ରେଳ ଇଂଜିନରୁ ଉଦ୍ଧାର କରିଥିଲେ। ପରେ ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୩୫ ରୁଜୁ କରି ମୃତଦେହକୁ ସ୍ଥାନୀୟ ଡାକ୍ତରଖାନାକୁ ନେଇ ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରିଥିବା ତଦନ୍ତକାରୀ ପୁଲିସ ଏଏସଆଇ ଜୟଦେବ ସାହୁଙ୍କ ସୂତ୍ର ପ୍ରକାଶ। ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories