ସମ୍ବଲପୁର ସିଟି – ଷ୍ଟେସନ ମଧ୍ୟରେ ଆଧୁନିକୀକରଣ କାର୍ଯ୍ୟ, ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

ଡେସ୍କ: ସମ୍ବଲପୁର ସିଟି ଏବଂ ସମ୍ବଲପୁର ଷ୍ଟେସନ ମଧ୍ୟରେ ଦୋହରୀକରଣ କାର୍ଯ୍ୟକ୍ଷମ ସହିତ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ସମ୍ବଲପୁର-ଭୁବନେଶ୍ୱର ରେଳ ମାର୍ଗରେ ଟ୍ରେନ୍ ସେବା ସାମୟିକ ଭାବରେ ପ୍ରଭାବିତ ହେବ। ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟପାଇଁ କିଛି ଟ୍ରେନ ସେବାକୁ ସାମୟିକ ଭାବେ ବାତିଲ କରାଯାଇଥିବା ବେଳେ କେତେକର ମାର୍ଗ ପରିବର୍ତ୍ତନ କରାଯାଇଅଛି ଏବଂ କେତେକକୁ ଆଂଶିକ ପରିବର୍ତ୍ତନ କରାଯାଇଛି।

ବାତିଲ୍ ହେବାକୁ ଥିବା ଟ୍ରେନ:
୧) ୧୮୩୦୧/୧୮୩୦୨ ସମ୍ବଲପୁର-ରାୟଗଡା-ସମ୍ବଲପୁର ଏକ୍ସପ୍ରେସ ଅଗଷ୍ଟ ୧୯ରୁ ୨୩ ପର୍ଯ୍ୟନ୍ତ ଉଭୟ ଦିଗରୁ
୨) ୧୮୩୦୩/୧୮୩୦୪ ସମ୍ବଲପୁର-ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ ଅଗଷ୍ଟ ୧୯ରୁ ୨୩ ପର୍ଯ୍ୟନ୍ତ ଉଭୟ ଦିଗରୁ |
୩) ୧୮୧୨୮/୧୮୧୨୬ ରାଉରକେଲା-ପୁରୀ-ରାଉରକେଲା ଏକ୍ସପ୍ରେସ ଅଗଷ୍ଟ ୧୯ରୁ ୨୩ ପର୍ଯ୍ୟନ୍ତ ଉଭୟ ଦିଗରୁ
୪) ୨୦୮୦୯ ସମ୍ବଲପୁର-ନନ୍ଦେଡ୍ ଏକ୍ସପ୍ରେସ ସମ୍ବଲପୁରରୁ ଅଗଷ୍ଟ ୨୦ ଏବଂ ୨୧ ଦିନ
୫) ୨୦୮୧୦ ନନ୍ଦେଡ-ସମ୍ବଲପୁର ଏକ୍ସପ୍ରେସ ନନ୍ଦେଡରୁ ଅଗଷ୍ଟ ୨୧ ଏବଂ ୨୨
୬) ୧୮୩୦୯ ସମ୍ବଲପୁର-ଜାମ୍ମୁ ତାୱି ଏକ୍ସପ୍ରେସ ସମ୍ବଲପୁରରୁ ଅଗଷ୍ଟ ୧୯, ୨୧ ଏବଂ ୨୨
୭) ୧୮୩୨୦ ଜାମ୍ମୁ ତାୱି-ସମ୍ବଲପୁର ଏକ୍ସପ୍ରେସ ଜାମ୍ମୁ ତାୱିରୁ ଅଗଷ୍ଟ ୧୮ ଏବଂ ୨୦
୮) ୧୮୩୨୧ ସମ୍ବଲପୁର-ବନାରସ ଏକ୍ସପ୍ରେସ ସମ୍ବଲପୁରରୁ ଅଗଷ୍ଟ ୨୦ ଏବଂ ୨୩
୯) ୧୮୩୨୨ ବନାରସ-ସମ୍ବଲପୁର ଏକ୍ସପ୍ରେସ ବନାରସରୁ ଅଗଷ୍ଟ ୨୧ ଏବଂ ୨୪
୧୦) ୨୦୮୩୨ ସମ୍ବଲପୁର-ଶାଲିମାର ଏକ୍ସପ୍ରେସ ସମ୍ବଲପୁରରୁ ଅଗଷ୍ଟ ୨୦ ଏବଂ ୨୨
୧୧) ୨୦୮୩୨ ଶାଲିମାର-ସମ୍ବଲପୁର ଏକ୍ସପ୍ରେସ ଶାଲିମାରରୁ ଅଗଷ୍ଟ ୨୧ ଏବଂ ୨୩
୧୨) ୦୮୩୨୭ ସମ୍ବଲପୁର-ଜୁନାଗଡ଼ ରୋଡ୍ ପାସେଞ୍ଜର ସ୍ପେଶାଲ ସମ୍ବଲପୁରରୁ ଅଗଷ୍ଟ ୧୮ରୁ ୨୪
୧୩) ୦୮୩୨୮ ଜୁନାଗଡ଼ ରୋଡ୍-ସମ୍ବଲପୁର ପାସେଞ୍ଜର ସ୍ପେଶାଲ ଜୁନାଗଡ଼ ରୋଡରୁ ଅଗଷ୍ଟ ୧୯ରୁ ୨୫
୧୪) ୦୮୨୬୪/୦୮୨୭୭ବିଳାସପୁର-ଟିଟିଲାଗଡ-ରାୟପୁର ପାସେଞ୍ଜର ସ୍ପେଶାଲ ଅଗଷ୍ଟ ୧୮ରୁ ୨୩
୧୫) ୦୮୨୬୩/୦୮୨୭୮ ରାୟପୁର-ଟିଟିଲାଗଡ-ବିଳାସପୁର ପାସେଞ୍ଜର ସ୍ପେଶାଲ ଅଗଷ୍ଟ ୧୯ରୁ ୨୪
୧୬) ୦୮୩୨୧ ସମ୍ବଲପୁର-ଏରୋଡ ସ୍ପେଶାଲ ଏକ୍ସପ୍ରେସ ସମ୍ବଲପୁରରୁ ଅଗଷ୍ଟ ୨୩
୧୭) ୦୮୩୨୨ ଏରୋଡ-ସମ୍ବଲପୁର ଏକ୍ସପ୍ରେସ ଏରୋଡରୁ ଅଗଷ୍ଟ ୨୫
୧୮) ୦୮୧୬୯/୦୮୧୭୦ ଝାରସୁଗୁଡା-ସମ୍ବଲପୁର-ଝାରସୁଗୁଡା ମେମୁ ଅଗଷ୍ଟ ୧୯ରୁ ୨୩
୧୯) ୦୮୧୭୧/୦୮୧୭୨ ଝାରସୁଗୁଡା-ସମ୍ବଲପୁର-ଝାରସୁଗୁଡା ମେମୁ ଅଗଷ୍ଟ ୧୯ରୁ ୨୩

Comments are closed.