www.samajalive.in
Monday, December 15, 2025
15.1 C
Bhubaneswar

ସିବିଏସ୍‌ଇ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଦେଶ ବ୍ୟାପୀ ବିକ୍ଷୋଭ, ଜାଭେଦକରଙ୍କ ଘର ଆଗରେ ୧୪୪ ଧାରା ଜାରି

ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀର ଗଣିତ ଓ ଦ୍ୱାଦଶ ଶ୍ରେଣୀର ଅର୍ଥନୀତି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଦେଶ ବ୍ୟାପୀ ବିରୋଧ ପ୍ରଦର୍ଶନ ଜାରି ରହିଛି । ଶୁକ୍ରବାର କେତେକ ସହରରେ ସିବିଏସ୍‌ଇ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିକ୍ଷୋଭ ପ୍ରଦର୍ଶନକୁ ଦୃଷ୍ଟିରେ ରଖି କେନ୍ଦ୍ର ଶିକ୍ଷା ଏବଂ ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କ ଘର ଆଗରେ ୧୪୪ ଧାରା ଲାଗୁ କରାଯାଇଛି। ସେଠାରେ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି । ସେପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏହି ମାମଲାରେ ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସିବିଏସ୍‌ଇ ପ୍ରଶ୍ନପତ୍ର ପ୍ରଘଟ ମାମଲା ଏବେ ରାଜନୈତିକ ପ୍ରସଙ୍ଗରେ ପରିଣତ ହୋଇଛି । ପ୍ରଶ୍ନପତ୍ର ପ୍ରଘଟକୁ ନେଇ ଲୁଧିଆନା, କାନପୁର ଏବଂ ଦିଲ୍ଲୀରେ ଛାତ୍ରଛାତ୍ରୀ ଓ ଅଭିଭାବକ ବିରୋଧ ପ୍ରଦର୍ଶନ କରିଛନ୍ତି । ଯେଉଁ ରାଜ୍ୟରେ ପ୍ରଶ୍ନପତ୍ର ଲିକ୍‌ ହୋଇଛି ସେହି ରାଜ୍ୟକୁ ଛାଡ଼ି ଅନ୍ୟ ରାଜ୍ୟରେ ପୁନଃ ପରୀକ୍ଷା ନ କରିବାକୁ ଛାତ୍ରଛାତ୍ରୀ ଓ ଅଭିଭାବକ ନିବେଦନ କରିଛନ୍ତି । ପ୍ରାୟ ସବୁ ଛାତ୍ରଛାତ୍ରୀ ପ୍ରଶ୍ନପତ୍ର ଲିକ୍‌ ପାଇଁ ସିବିଏସ୍‌ଇକୁ ଦାୟୀ କରିଛନ୍ତି । କଂଗ୍ରେସ ଛାତ୍ର ମଞ୍ଚ ଏନ୍‌ଏସ୍‌ୟୁଆଇ ପକ୍ଷରୁ ଶୁକ୍ରବାର ସକାଳେ ଶୋଭାଯାତ୍ରା କରାଯାଇଥିଲା । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଟ୍ୱିଟ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏଗଜାମ ୱାରିୟର୍ସ-୨ ଲେଖିବା ଆବଶ୍ୟକ ବୋଲି କଟାକ୍ଷ କରିଛନ୍ତି । କଂଗ୍ରେସ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଗଡ଼ଗେ ଏଥିପାଇଁ ଏଚ୍‌ଆରଡି ମନ୍ତ୍ରଣାଳୟକୁ ଦାୟୀ କରିନ୍ତି । ଏହାଦ୍ୱାରା ୨୮ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଚାଲି ଯାଇଛି ବୋଲି ସେ କହିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories