www.samajalive.in
Sunday, December 14, 2025
17.1 C
Bhubaneswar

ମନ୍ଦିର ପୂଜାରୀ ନିଯୁକ୍ତି ପାଇଁ ଲିଖିତ ପରୀକ୍ଷା, ମହିଳାଙ୍କ ଲାଗି ୫୦% ସ୍ଥାନ ସଂରକ୍ଷଣ; କେଉଁଠି ଜାଣନ୍ତୁ

ସରକାରୀ ଚାକିରି ନିଯୁକ୍ତି କ୍ଷେତ୍ରରେ ଲିଖିତ ପରୀକ୍ଷା ଓ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିବା ସାଧାରଣ କଥା। ମାତ୍ର ଏବେ ମହାରାଷ୍ଟ୍ରର ବିଶ୍ୱ ପ୍ରସିଦ୍ଧ ମହାଲକ୍ଷ୍ମୀ ମନ୍ଦିରରେ ପୂଜାରୀ ନିଯୁକ୍ତି ପାଇଁ ଏହି ବ୍ୟବସ୍ଥା ଲାଗୁ ହେବ। ଆବେଦନକାରୀ ଲିଖିତ ପରୀକ୍ଷା ଦେବେ। ଏତିକି ନୁହେଁ କୋହ୍ଲାପୁରର ଏହି ମହାଲକ୍ଷ୍ମୀ ମନ୍ଦିରରେ ପୂଜାରୀ ଚୟନ ଲାଗି ମହିଳାଙ୍କ ପାଇଁ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ ରହିବ। ଏଥିପୂର୍ବରୁ ପୂଜାରୀ ଚୟନ ପ୍ରକ୍ରିୟା ଶିରିଡିରେ ଆରମ୍ଭ ହୋଇସାରିଛି। ଯାହା ଉପରେ ଏବେ ସରକାରୀ ମୋହର ଲାଗିବାର ବାକି ଅଛି।
ମହାରାଷ୍ଟ୍ରରେ ଏବେ ପୂଜାରୀ ଚୟନ ପାଇଁ ପରୀକ୍ଷା ହେବାକୁ ଏକ ବିଧେୟକ ବିଧାନସଭାରେ ପାରିତ ହୋଇଛି। ଏହି ନିଷ୍ପତ୍ତିକୁ ଚାରିଆଡୁ ସ୍ୱାଗତ କରାଯାଇଛି। ବିଗତ ଦିନରେ ମହାଲକ୍ଷ୍ମୀ ମନ୍ଦିରରେ ପୂଜାରୀ ହଟାଅ ଆନ୍ଦୋଳନ ତୀବ୍ରତର ହୋଇଥିଲା। ମନମୁଖୀ ଓ ଟଙ୍କା ଲୁଟୁଥିବା ପୂଜାରୀ ହଟାଇବା ପାଇଁ ଆନ୍ଦୋଳନ ନେଇ ବିଧାନସଭାରେ ବିତର୍କ ସୃଷ୍ଟି ହୋଇଥିଲା। ପରେ ରାଜ୍ୟ ସରକାର ଏହି ମାମଲାକୁ ବିଶେଷ ଗୁରୁତ୍ୱ ଦେଇଥିଲେ। ପୂଜାରୀ ନିଯୁକ୍ତି ଲାଗି ପରୀକ୍ଷା ବାଧ୍ୟତାମୂଳକ ହେବା ନେଇ ବିଧେୟକ ପାରିତ ହୋଇଛି। ଏବେ ଏଥିରେ ରାଜ୍ୟପାଳଙ୍କ ମୋହର ଲାଗିବା ପରେ ତାହା ଆଇନରେ ପରିଣତ ହେବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories