www.samajalive.in
Monday, December 15, 2025
16.1 C
Bhubaneswar

ବଦଳିଯିବ କେରଳର ନାଁ, ବିଧାନସଭାରେ ପ୍ରସ୍ତାବ ଗୃହୀତ

ତିରୁଅନନ୍ତପୁରମ: ବଦଳିବ ଦକ୍ଷିଣ ଭାରତୀୟ ରାଜ୍ୟ କେରଳର ନାଁ। ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ବୁଧବାର ବିଧାନସଭାରେ ରାଜ୍ୟର ନାମ ପରିବର୍ତ୍ତନ ସମ୍ବନ୍ଧୀୟ ପ୍ରସ୍ତାବ ଆଗତ କରିଛନ୍ତି। ସେ କହିଛନ୍ତି କେରଳର ନାମ ପରିବର୍ତ୍ତନ କରାଯାଇ ବିଧିବଦ୍ଧ ଭାବେ ‘କେରଳମ୍‌’ କରାଯାଉ। ବିଧାନସଭାରେ ଏହି ପ୍ରସ୍ତାବ ସର୍ବସମ୍ମତିକ୍ରମେ ପାରିତ ହୋଇଛି। କୌଣସି ରାଜନୈତିକ ଦଳ ଏହାକୁ ବିରୋଧ କରିନଥିବା ଜଣାପଡ଼ିଛି। ବିଧିବଦ୍ଧ ଭାବେ ନାମ ପରିବର୍ତ୍ତନ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି।

ମୁଖ୍ୟମନ୍ତ୍ରୀ ବିଜୟନ ପ୍ରସ୍ତାବ ଆଗତ କରି କେନ୍ଦ୍ର ସରକାରଙ୍କୁ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଅନ୍ତର୍ଭୁକ୍ତ ସମସ୍ତ ଭାଷାରେ ରାଜ୍ୟର ନାମ ପରିବର୍ତ୍ତନ କରି ‘କେରଳମ୍’ କରିବାକୁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୧୯୫୬ ମସିହା ନଭେମ୍ବର ୧ରେ ଭାଷା ଆଧାରରେ ରାଜ୍ୟ ଗଠନ କରାଯାଇଥିଲା। ମାଲାୟାଲମ୍ ଭାଷାରେ ରାଜ୍ୟର ନାମ ‘କେରଳମ୍’ ହୋଇଥିବାବେଳେ ସମ୍ବିଧାନର ପ୍ରଥମ ଅନୁସୂଚୀରେ ଆମ ରାଜ୍ୟର ନାମ କେରଳ ଲେଖାଯାଇଛି।

- Advertisement -

କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ୟୁଡିଏଫ(ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ) କୌଣସି ସଂଶୋଧନ କିମ୍ବା ପରିବର୍ତ୍ତନ ପ୍ରସ୍ତାବ ନଦେଇ ଏହି ପ୍ରସ୍ତାବକୁ ଗ୍ରହଣ କରିଥିଲା। ଏହାପରେ ବାଚସ୍ପତି ଏଏନ୍ ଶମସିର ହାତ ଉଠାଇ ସମର୍ଥନ ଆଧାରରେ ବିଧାନସଭାରେ ସର୍ବସମ୍ମତିକ୍ରମେ ପ୍ରସ୍ତାବଟି ଗୃହୀତ ହୋଇଥିବା ଘୋଷଣା କରିଥିଲେ।

 

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories