www.samajalive.in
Monday, December 15, 2025
16.1 C
Bhubaneswar

ଓଡ଼ିଶାରେ ମେରୀ ମାଟି ମେରା ଦେଶ ଅଭିଯାନ ଆରମ୍ଭ

ପଞ୍ଚ ପ୍ରାଣ ପ୍ରତିଶ୍ରୁତି, ବସୁଧା ବନ୍ଦନ, ବୀରଙ୍କୁ ବନ୍ଦନ, ଜାତୀୟ ପତାକା ଉତ୍ତୋଳନ ଏବଂ ରାଷ୍ଟ୍ରଗାନ ଆୟୋଜନ କରାଯିବ

ପ୍ରତି ପଞ୍ଚାୟତରୁ ମାଟି ସଂଗ୍ରହ କରାଯାଇ ନୂଆଦିଲ୍ଲୀର ଅମୃତ ବାଟିକାରେ ସ୍ଥାପନ କରାଯିବ

 ଭୁବନେଶ୍ୱର  : ଓଡ଼ିଶାରେ ମେରୀ ମାଟି ମେରା ଦେଶ ଅଭିଯାନ ଆରମ୍ଭ ହୋଇଛି । ଏହା ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ନେହରୁ ଯୁବ କେନ୍ଦ୍ର ସହଯୋଗରେ କାର୍ଯ୍ୟକ୍ରମ ଆୟୋଜନ କରାଯିବା ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ଓଡିଶାରେ ସଂସ୍କୃତି ବିଭାଗର ନିର୍ଦ୍ଦେଶ କ୍ରମେ ସମଗ୍ର ରାଜ୍ୟର ପଞ୍ଚାୟତ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଯେଉଁଥିରେ ଓଡ଼ିଶାର କ୍ରୀଡ଼ା ଏବଂ ଯୁବ ସେବା ବିଭାଗ,  ନେହରୁ ଯୁବ କେନ୍ଦ୍ର ସଂଗଠନ ଏବଂ ଜାତୀୟ ସେବା ଯୋଜନା ଆଦି ବିଭାଗ ଓ ସଂଗଠନ ସହଯୋଗ କରୁଛନ୍ତି ।

- Advertisement -

ଓଡିଶା ସରକାର ସମସ୍ତ ଜିଲ୍ଲା ପ୍ରଶାସନ ଅଧୀନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି ଏବଂ ୧୫ ଅଗଷ୍ଟ ସୁଦ୍ଧା ସମସ୍ତ ୬୮୪୬ଟି ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ସମାପ୍ତ କରାଯିବ । ଅଭିଯାନର କାର୍ଯ୍ୟସୂଚୀ ଅନୁଯାୟୀ, ୯ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ପଞ୍ଚାୟତ ସ୍ତରରେ, ୧୬ରୁ ୨୦ ଅଗଷ୍ଟ ପର୍ଯ୍ୟନ୍ତ ବଡ଼ ପୌରାଞ୍ଚଳ ଓ ମହାନଗର ସ୍ତରରେ ଏବଂ ୧୬ରୁ ୨୫ ଅଗଷ୍ଟ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ମେରୀ ମାଟି ମେରା ଦେଶ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଶେଷରେ ୨୭ ଏବଂ ୨୮ ଅଗଷ୍ଟରେ ଦିଲ୍ଲୀରେ ଯୁବ ପ୍ରତିନିଧିମାନେ ଏକତ୍ରିତ ହେବେ ଏବଂ ୨୯ ଓ ୩୦ ଅଗଷ୍ଟରେ କର୍ତ୍ତବ୍ୟ ପଥରେ ସମାପନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ପଞ୍ଚ ପ୍ରାଣ ପ୍ରତିଶ୍ରୁତି, ବସୁଧା ବନ୍ଦନ, ବୀରଙ୍କୁ ବନ୍ଦନ,  ଜାତୀୟ ପତାକା ଉତ୍ତୋଳନ ଏବଂ ରାଷ୍ଟ୍ରଗାନ ଆୟୋଜନ କରାଯିବ । ନୂଆଦିଲ୍ଲୀରେ “ଅମୃତ ବାଟିକା” ସୃଷ୍ଟି କରାଯିବାର ଲକ୍ଷ୍ୟ ରଖି ଦେଶର ପ୍ରତ୍ୟେକ ପଞ୍ଚାୟତରୁ କଳସରେ ମାଟି ସଂଗ୍ରହ କରାଯିବ । ଉକ୍ତ କଳସକୁ ଅମୃତ ବାଟିକାରେ ସ୍ଥାପନ କରାଯିବ । ପଞ୍ଚାୟତ ସ୍ତରରେ ୭୫ଟି ଚାରା ରୋପଣ କରାଯିବ ଯାହାକି ଭାରତର ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତିର ସ୍ମୃତିଚାରଣ କରିବ । ଏହାଛଡ଼ା ଦେଶବାସୀଙ୍କ ସେବାରେ ବଳିଦାନ ଦେଇଥିବା ଅବସରପ୍ରାପ୍ତ ସେନା କର୍ମଚାରୀ ଏବଂ ବିଭିନ୍ନ ସଶସ୍ତ୍ର ବାହିନୀର ଶହୀଦମାନଙ୍କ ପରିବାରକୁ ସମ୍ମାନିତ କରାଯିବ ।

ଓଡିଶାର ବିଭିନ୍ନ ଯୁବ ସଂଗଠନ, ଆମର ଜାତୀୟ ଯୁବ ସ୍ୱେଚ୍ଛାସେବୀ ଏବଂ ଯୁବ ନେତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ନେହରୁ ଯୁବା କେନ୍ଦ୍ର ଓ ଏନଏସଏ ସ୍ୱେଚ୍ଛାସେବୀ ସେଲଫି ନେବା ସହିତ ପ୍ରୋଗ୍ରାମର ଭିଡିଓ ସୁଟ୍ କରିପାରିବେ । ଉକ୍ତ ଭିଡିଓକୁ ୱେବସାଇଟ୍ www. merimaatimeradesh.gov.in ରେ ଅପଲୋଡ୍ କରିପାରିବେ, ଯାହାକୁ ସମସ୍ତେ ଦେଖିପାରିବେ। ସେମାନେ “#merimaatimeradesh” ଏବଂ “#veeronkavandan” ହ୍ୟାଶଟ୍ୟାଗ୍ ସହିତ ସୋଶାଲ୍ ମିଡିଆ ଆକାଉଣ୍ଟରେ ପ୍ରୋଗ୍ରାମର ଫଟୋଗ୍ରାଫ୍ ଏବଂ ଭିଡିଓ ପୋଷ୍ଟ ମଧ୍ୟ କରିପାରିବ ।

ସୂଚନାଯୋଗ୍ୟ ୩୦ ଜୁଲାଇ ୨୦୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ”ର ୧୦୩ତମ ସଂସ୍କରଣରେ “ମେରୀ ମାଟି ମେରା ଦେଶ” କାର୍ଯ୍ୟକ୍ରମକୁ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମ ୯ ଅଗଷ୍ଟରୁ ୩୦ ଅଗଷ୍ଟ ମଧ୍ୟରେ ସମଗ୍ର ଭାରତରେ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି । “ମେରୀ ମାଟି ମେରା ଦେଶ”ର ମୁଖ୍ୟ ଉପାଦାନ ହେଉଛି “ମାଟିକୁ ପ୍ରଣାମ, ବୀରଙ୍କୁ ବନ୍ଦନ”। ଏହି କାର୍ଯ୍ୟକ୍ରମ ପାଇଁ ଭାରତ ସରକାର ମଧ୍ୟ ଏକ ୱେବସାଇଟ୍ www.merimaatimeradesh.gov.in ଉତ୍ସର୍ଗୀକୃତ କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ନେହରୁ  ଯୁବ କେନ୍ଦ୍ରର ଉପ ନିର୍ଦ୍ଦେଶକ ବିମଳ ପାଟ୍ରିକ ଶାହା, ଆଞ୍ଚଳିକ ନିର୍ଦ୍ଦେଶକ ସରିତା ପଟେଲ, ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟର ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

Related Articles

Popular Categories