www.samajalive.in
Monday, December 15, 2025
17.1 C
Bhubaneswar

ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ମଡେଲ ଶ୍ରେଣୀ କକ୍ଷ ଉଦଘାଟିତ

ସମ୍ବଲପୁର: ସମ୍ବଲପୁର ଜିଲା ଧନକଉଡା ବ୍ଲକ ଅର୍ନ୍ତଗତ ବ୍ରୃକ୍ସହିଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ମଡେଲ ଶ୍ରେଣୀ କକ୍ଷ ଉଦଘାଟିତ ହୋଇଯାଇଛି। ମଙ୍ଗଳବାର ଜିଲା ଶିକ୍ଷା ଅଧିକାରୀ ମୀନାରାଣୀ ମଙ୍ଗଳଙ୍କ ଦ୍ୱାରା ଏହାର ଉଦଘାଟନ କରାଯାଇଛି। ଏହି ଅବସରରେ ଅତିଥି ରୂପେ ଜିଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ରବି ନାରାୟଣ ବଘାର, ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଜୟଶ୍ରୀ ଦୋରା, ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ. ସୁରେନ୍ଦ୍ର ସାହୁ, ବିଆରସିସି ରମେଶ ମିଶ୍ର, ଶିକ୍ଷକ ପ୍ରଶିକ୍ଷକ ଆଜାଦ ଶେଖର ପ୍ରଧାନ ଓ ମଧୁମିତା ଦାସ ଉପସ୍ଥିତ ରହିଥିଲେ। ନିପୁଣ ଭାରତ ଆଧାରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷଣ ଅଭିବୃଦ୍ଧିରେ କିଭଳି ସହାୟକ ହେବ ତାହା ଆଲୋକପାତ କରାଯାଇଥିଲା। ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଶିକ୍ଷଣ କାର୍ଯ୍ୟକଳାପ ପ୍ରଦର୍ଶିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଆୟୋଜନ ଓ ପରିଚାଳନାରେ ପ୍ରଧାନ ଶିକ୍ଷୟତ୍ରୀ କୁନ୍ତୀରାଣୀ କଚ୍ଛପ, ସିଆରସିସି ବେଞ୍ଜୁରାଣୀ ବେହେରା ଓ ଶିକ୍ଷକ ଶିକ୍ଷୟତ୍ରୀ ସହାୟତା କରିଥିବା ବେଳେ ବୀରେଶ୍ୱର କର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories