ସମ୍ବଲପୁର: ଗଞ୍ଜାମ ଜିଲାର କୁପତି ଗ୍ରାମରେ ମିଟର ରିଡର ଲକ୍ଷ୍ମୀ ନାରାୟଣ ତ୍ରିପାଠୀଙ୍କୁ ଅଧିକ ବିଦ୍ୟୁତ ବିଲ ଆସିଥିବା ଯୋଗୁଁ ଜଣେ ଗ୍ରାହକ ଉତ୍ତ୍ୟକ୍ତ ହୋଇ ତାଙ୍କର ବେକ କାଟି ଦେଇ ସୋମବାର ହତ୍ୟା କରିଛନ୍ତି। ଏହାର ପ୍ରତିବାଦରେ ମଙ୍ଗଳବାର ସମ୍ବଲପୁର ଠାରେ ମିଟର ରିଡର ସଂଘ ତରଫରୁ ଏକ ରାଲି ଅଇଁଠାପାଲି ଛକରୁ କ୍ୟାଣ୍ଡେଲ ଧରି ଅଇଁଠାପାଲି ସ୍ଥିତ ବିଦ୍ୟୁତ ମଣ୍ଡଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। କାର୍ଯ୍ୟାଳୟ ଠାରେ ସ୍ୱର୍ଗତ ତ୍ରିପାଠୀଙ୍କ ଅମର ଆତ୍ମାର ସଦଗତି କାମନା କରି ୨ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା। ମିଟର ରିଡିର ଶ୍ରୀ ତ୍ରିପାଠୀଙ୍କ ହତ୍ୟାକାରୀଙ୍କୁ ଆଇନ ଅନୁଯାୟୀ କଠୋର ଶାସ୍ତି ଦେବାକୁ ଦାବି କରାଯାଇଥିଲା। ସଂଘର ସମ୍ପାଦକ ଗଣେଶ ବାଗଙ୍କ ନେତୃତ୍ୱରେ ସୁରେନ କୁସୁମ, ସୁଶାନ୍ତ ପଣ୍ଡା, ଅଶ୍ୱିନୀ ରାଉତ, ସୁରେଶ ଆଚାରୀ, ମନୋଜ ମିର୍ଦ୍ଧା, ଶେଷଦେବ ତ୍ରିପାଠୀ, ଗଜପତି ରାଓ ଙ୍କ ସମେତ ଅନେକ ସଦସ୍ୟ ଉପସ୍ଥିତ ରହି ପ୍ରତିବାଦ କରିଥିଲେ।
Popular Categories



