BJD Bijuli 480×75 Mob

ଏପ୍ରିଲ ପହିଲାରୁ ଷ୍ଟେଟବ୍ୟାଙ୍କର ଏହି ନିୟମ ବଦଳିବ, ଉପକୃତ ହେବେ ୨୫ କୋଟି ଗ୍ରାହକ

BJD Bijuli 480×75 Mob
0

ନୂଆଦିଲ୍ଲୀ: ନୂତନ ଆର୍ଥିକ ବର୍ଷ ଆରମ୍ଭ ହେବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ଅଛି। ତେବେ ଦେଶର ସବୁଠୁ ବଡ଼ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ଏପ୍ରିଲ ୧ରୁ ନିୟମରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏଥିଯୋଗୁ ଏସ୍‍ବିଆଇର ପ୍ରାୟ ୨୫ କୋଟି ଗ୍ରାହକଙ୍କୁ ଫାଇଦା ମିଳିବ। ବିଗତ ଦିନରେ ବ୍ୟାଙ୍କ ଆକାଉଣ୍ଟରେ ସର୍ବନିମ୍ନ ଜମାରାଶି ନ ରଖିଲେ, ଅଧିକ ଜୋରିମାନା ଦେବାକୁ ପଡ଼ୁଥିଲା। ତେବେ ଏପ୍ରିଲ ୧ରୁ ଏହି ନିୟମରେ ପରିବର୍ତ୍ତନ କରି ବ୍ୟାଙ୍କ ଜୋରିମାନାକୁ ୭୫ ପ୍ରତିଶତ ହ୍ରାସ କରିଛି। ଫଳରେ କୌଣସି ଗ୍ରାହକଙ୍କୁ ୧୫ ଟଙ୍କାରୁ ଅଧିକ ଜୋରିମାନା ଦେବାକୁ ପଡ଼ିବ ନାହିଁ। କିନ୍ତୁ ସଞ୍ଚୟ ଖାତା ଉପରେ ଏହା ଲାଗୁ ହେବନାହିଁ।
ମେଟ୍ରୋ ଓ ସହରାଞ୍ଚଳରେ ସର୍ବନିମ୍ନ ଜମା ରାଶି ନ ରଖିବା ଉପରେ ଜୋରିମାନା ୫୦ ଟଙ୍କାକୁ ହ୍ରାସ କରାଯାଇ ୧୫ ଟଙ୍କା ହୋଇଛି। ଛୋଟ ସହରରେ ଜୋରିମାନା ୪୦ ଟଙ୍କାରୁ ୧୨ ଟଙ୍କା ଓ ଗ୍ରାମାଞ୍ଚଳରେ ଏହି ଜୋରିମାନା ୧୦ ଟଙ୍କା ରଖିଛି। ଏହି ଚାର୍ଜ ଉପରେ ଜିଏସ୍‍ଟି ଅଲଗା ଲାଗିବ। ଗ୍ରାହକଙ୍କ ଭାବନା ଓ ପ୍ରତିକ୍ରିୟା ନେବା ପରେ ଏହି ପଦକ୍ଷେପ ନିଆଯାଇଥିବା ବ୍ୟାଙ୍କର ରିଟେଲ ଓ ଡିଜିଟାଲ ବ୍ୟାଙ୍କିଂର ପରିଚାଳକ ସୂଚନା ଦେଇଛନ୍ତି।

Leave A Reply