www.samajalive.in
Sunday, December 14, 2025
19.1 C
Bhubaneswar

ଓଡିଶା ଖାଦ୍ୟ ଆୟୋଗ ଅଧ୍ୟକ୍ଷଙ୍କ ପାତ୍ରପୁର ବ୍ଲକ ଗସ୍ତ

ପାତ୍ରପୁର: ଓଡିଶା ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଗୁରୁବାର ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଗ୍ରସ୍ତରେ ଆସି ବ୍ଲକ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ କରିଥିଲେ। ପାତ୍ରପୁର ତହସିଲଦାର ଅମିତ୍ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଓଡିଶା ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଅବନୀକାନ୍ତ ସାହୁ, ଏଏସ୍‌ଓ ବିକ୍ରମ କୁମାର ମେହର, ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଳକର୍ଣ୍ଣୀ, ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ଦାସ, ଜିଲ୍ଲା ଯୋଗାଣ ଅଧିକାରୀ ପୁଷା ମୁଣ୍ଡା, ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ନରସିଂହ ପଣ୍ଡା ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ମଧ୍ୟାହ୍ନ ଭୋଜନ, ପୃଷ୍ଟିକର ଖାଦ୍ୟ ଓ ରାସନ କାର୍ଡରେ ରାସନ ଯୋଗାଣ ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିଥିବା ବେଳେ ଲୋକଙ୍କ ଅସୁବିଧାର କିପରି ସମାଧାନ ହେବ ତା ଉପରେ ଗୁରୁତ୍ୱ ଦେଇ ଆଗାମୀ ଦୁଇ ମାସ ଭିତରେ ରାସନ କାର୍ଡ ପୋର୍ଟାଲ୍ କାର୍ଯ୍ୟକାରୀ ହେବ ବୋଲି ପ୍ରକାଶ କରିଥିଲେ।

ସମୀକ୍ଷା ପରେ ସୁରଙ୍ଗୀ ପଞ୍ଚାୟତ କାର୍ଯ୍ୟାଳୟ, ସାହାସପୁର ଅଙ୍ଗନୱାଡି କେନ୍ଦ୍ର, ପୋଲରାଜପୁର ପ୍ରାଥମିକ ବିଦ୍ୟାଳୟ ପ୍ରମୁଖ ସ୍ଥାନକୁ ଯାଇ ସମୀକ୍ଷା କରିଥିଲେ। ଉକ୍ତ ସମୟରେ ପାତ୍ରପୁର ବ୍ଲକ୍ ଯୋଗାଣ ଅଧିକାରୀ ପଦ୍ମେମେଶ୍ ଶତପଥି, ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡ. ସମ୍ବିତ ବେଗରାୟ, ସିପି ଦେବାଶିସ ପ୍ରଧାନ, ଏପିଓ ପ୍ରଣତି ପୁରୋହିତ ପ୍ରମୁଖ ସମେତ ବ୍ଲକ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories