www.samajalive.in
Monday, December 15, 2025
16.1 C
Bhubaneswar

ବଡ଼ବନ୍ଧ ରାସ୍ତାରେ ବନ୍ୟାଜଳ, ଖଣ୍ଡହତା – ସୋମପଡ଼ା ଯୋଗାଯୋଗ ବିଚ୍ଛିନ୍ନ

ତିଗିରିଆ: ମହାନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ବୁଧବାର ଠାରୁ ପ୍ରବାହିତ ହେଉଛି। ଉପର ଓ ତଳ ମୁଣ୍ଡରେ ଲଗାଣ ବର୍ଷା ପରେ ବିଭିନ୍ନ ଉପନଦୀ ଦେଇ ପ୍ରବାହିତ ବର୍ଷା ଜଳ ମହାନଦୀରେ ବନ୍ୟା ସୃଷ୍ଟି କରିଛି। ଉଭୟ ବାଙ୍କୀ ଓ ତିଗିରିଆ ମଧ୍ୟରେ ମହାନଦୀରେ ବନ୍ୟାଜଳ ଗୁରୁବାର ଦୁଇ କୂଳ ଛୁଇଁ ପ୍ରବାହିତ ହେଉଛି। ପ୍ରଭାବରେ ବାଙ୍କୀ ଘୋଡ଼ାବର ଠାରେ ହୁଳୁହୁଳା ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେବା ସହ ବାଙ୍କୀ ଉତ୍ତରକୂଳ ଏଵଂ ତିଗିରିଆର ନଦୀ କୂଳବର୍ତ୍ତୀ ପଞ୍ଚାୟତଗୁଡ଼ିକର ଆଭ୍ୟନ୍ତରୀଣ ଚାଷ ଜମିକୁ ପ୍ରବାହିତ ହେଉଛି। ଏହି ବନ୍ୟା ଜଳ ବଡବନ୍ଧ ପୋଲ ଉପରେ ପ୍ରବାହିତ ହେବା ଯୋଗୁ ଗୁରୁବାର ମଧ୍ୟାହ୍ନରେ ଖଣ୍ଡହତା – ସୋମପଡ଼ା ରାସ୍ତାରେ ଯୋଗା ଯୋଗ ବିଚ୍ଛିନ୍ନ ହୋଇଛି। ଉକ୍ତ ରାସ୍ତା ଉପରେ ସନ୍ଧ୍ୟା ସୁଦ୍ଧା ସ୍ଥଳ ବିଶେଷରେ ପ୍ରାୟ ୩/୪ ଫୁଟ ଉଚ୍ଚରେ ଜଳ ପ୍ରବାହିତ ହେଉଛି। ବଡ଼ ବନ୍ଧିଆଣୀ ଠାକୁରାଣୀଙ୍କ ପୀଠରେ ମଧ୍ୟ ବନ୍ୟାଜଳ ପ୍ରବାହିତ ହେଉଛି।

ତିଗିରିଆ ବ୍ଳକର ବଡ଼ନାଉପୁଟ, ହାଟମାଳ, ସୋମପଡ଼ା ଏବଂ ପୁରୁଣା ତିଗିରିଆ ପଞ୍ଚାୟତର ଚଷାଆଁରା ଆଦି ଅଞ୍ଚଳର ଶତାଧିକ ଏକର ପରିମିତ ଧାନଚାଷ ଏବଂ ପରିବା ଚାଷରେ ବନ୍ୟାଜଳ ମାଡ଼ି ଚାଲିଛି। ବର୍ଷା ଅଭାବରୁ ଚଳିତ ଖରିଫ୍ ଋତୁରେ ଧାନଚାଷରେ ବିଳମ୍ବିତ ପ୍ରକ୍ରିୟା ଲାଗି ରହିଥିଲା। ଗତ ଗୋଟିଏ ସପ୍ତାହର ବର୍ଷା ପରେ ଚାଷୀ ବେଉଷଣ ଆରମ୍ଭ କରିଥିବା ବେଳେ ବନ୍ୟାଜଳରେ ବୁଡ଼ିବା ଆରମ୍ଭ ହୋଇଛି। ହୀରାକୁଦରୁ ଜଳ ନିଷ୍କାସନ ବନ୍ଦ ରହିଥିବାରୁ ଆସନ୍ତାକାଲି ଅପରାହ୍ନ ସୁଦ୍ଧା ଏହି ସବୁ ଅଞ୍ଚଳରୁ ବନ୍ୟାଜଳ ହ୍ରାସ ପାଇବା ଅନୁମାନ କରାଯାଉଛି। ପ୍ରତିବର୍ଷ ବନ୍ୟାରେ ଚଷାଆଁରା ଗ୍ରାମ ପ୍ରଥମେ ଜଳବନ୍ଦୀ ହୋଇଥାଏ। ଚଳିତ ବର୍ଷ ଉକ୍ତ ଗ୍ରାମ ସଂଯୁକ୍ତ ରାସ୍ତାକୁ ଉଚ୍ଚତା ବୃଦ୍ଧି କରି ନବୀକରଣ କରାଯାଇଥିଲେ ମଧ୍ୟ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଚଷାଆଁରା ପାଇଁ ଦୁଇ ପ୍ଲାଟୁନ ଓଡ୍ରାଫ୍ ଯବାନଙ୍କୁ ପ୍ରସ୍ତୁତ ରଖାଯାଇଥିବା ବେଳେ ଏକ ଯନ୍ତ୍ରଚାଳିତ ବୋଟ ମହଜୁଦ ରଖାଯାଇଥିବା ବିଡ଼ିଓ ପ୍ରଣବ କୁମାର ବେହେରାଙ୍କ ଠାରୁ ସୂଚନା ମିଳିଛି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories