www.samajalive.in
Monday, December 15, 2025
24.1 C
Bhubaneswar

ଚାନ୍ଦବାଲି-ବାସୁଦେବପୁର ନିର୍ବାଚନମଣ୍ଡଳୀର ସଂଯୋଗୀକରଣ ନେଇ ସ୍ଥାନ ଚିହ୍ନଟ, ଖୁବଶୀଘ୍ର ମନ୍ତେଇରେ ସେତୁ ଆରମ୍ଭ ନେଇ ସୂଚନା

ଧାମରା:ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଏବଂ ବାସୁଦେବପୁର ନିର୍ବାଚନ ମଣ୍ଡଳୀକୁ ନେଇ ରହୁଥିବା ଦୂରତା ଖୂବ ଶୀଘ୍ର ଶେଷ ହୋଇ ଯିବ ବୋଲି ସୂଚନା ମିଳିଛି। ଏ ନେଇ ରହୁଥିବା ଦୂରତାକୁ ଭଦ୍ରକ ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗ ଘଣ୍ଟେଶ୍ୱର ବାଲିଆପାଳ ଠାରେ ଥିବା ମନ୍ତେଇ ନଦୀ ଉପରେ ଏକ ସେତୁ ନିର୍ମାଣ କରିବାକୁ ଯୋଜନା କରିବା ସହ ଏହାର ଚୁଡାନ୍ତ ରୂପରେଖ ମଧ୍ୟ ଦେଇଥିବା ଜଣାଯାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ ବାଲିଆପାଳ ଠାରେ ହେବାକୁ ଥିବା ସେତୁ ନିର୍ମାଣ ଦାୟିତ୍ୱ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଦିଆଯାଇଥିବା ବେଳେ ଏହି ବିଭାଗ ପାଖରେ ଅତିରିକ୍ତ ବଜେଟ ନଥିବାରୁ ଏହା ଫସର ଫାଟି ଯାଇଥିଲା। ୨୦୨୨ ମସିହାରେ ଏହି ସେତୁ ନିର୍ମାଣ ବିଭାଗ ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗ(ପିଡ୍ୱୁଡି )କୁ ହସ୍ତାନ୍ତରିତ କରାଗଲା। ଏହା ହସ୍ତାନ୍ତରିତ ହେବା ପରେ ବାସୁଦେବପୁର ଏବଂ ଚାନ୍ଦବାଲି ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗୀୟ ଅଧିକାରୀ ଘଣ୍ଟେଶ୍ୱର ବାଲିଆପାଳ ଏବଂ ପିରହାଟ ଚାରବାଟିଆ ଠାରେ ସେତୁ ନିର୍ମାଣ କରିବାକୁ ୨ଥର ଆକଳନ କରି ଏହାର ଚୁଡାନ୍ତ ରିପୋର୍ଟ ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗର ମୁଖ୍ୟଯନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ବିଭାଗୀୟ ଅଧିକାରୀ ଏହି ଟି-ସେତୁକୁ ଗୋଟିଏ ପ୍ୟାକେଜ କରି ଖୁବ ଶୀଘ୍ର ଟେଣ୍ଡର କରିବାକୁ ସ୍ଥିରୀକୃତ କରିଛନ୍ତି ।

- Advertisement -

ବିଭାଗୀୟ ଅଧିକାରୀଙ୍କ କହିବାନୁଯାୟୀ ପିରାହାଟ ଠାରେ ଥିବା ଚାରିବାଟିଆ ଏବଂ ଘଣ୍ଟେଶ୍ୱର ଠାରେ ଥିବା ବାଲିଆପାଳ ସେତୁର ଲମ୍ବ ଏବଂ ଓସାର ସମାନ। କେବଳ ଏହି ସେତୁ ସ୍ଥାନରେ ପଙ୍କ ମାଟି ହୋଇଥିବାରୁ ଏହାର ଖର୍ଛ ଦିନକୁ ଦିନ ବୃଦ୍ଧି ପାଇ ଚାଲିଛି ,ଫଳରେ ଆଜି ପର୍ଯ୍ୟନ୍ତ ହୋଇଥିବା ଆକଳନରେ ଏହି ୨ଟି ସେତୁ ପାଇଁ ୮୬କୋଟି ଟଙ୍କାର ବ୍ୟୟ ଆକଳନ କରାଯାଇଛି। ବାଲିଆପାଳ ଠାରେ ହେବାକୁ ଥିବା ସେତୁ ୧୧୦ ମିଟର ଲମ୍ବ ହେବାକୁ ଆକଳନ କରାଯାଇଥିବା ବେଳେ ଓସାର ୧୦ ମିଟର ଏବଂ ୪ଟି ପିଲାର ଉପରେ ଏହା ନିର୍ମାଣ କରାଯିବ ବୋଲି ଆକଳନ ହୋଇଛି।

ସେହିପରି ପିରାହାଟ ଚାରିବାଟିଆ ଠାରେ ହେବାକୁ ଥିବା ସେତୁ ୧୦୨ ମିଟର ଲମ୍ବ, ୧୦ମିଟର ଓସାର ଏବଂ ୪ଟି ପିଲାର ଉପରେ ନିର୍ମାଣ ହେବାକୁ ମଧ୍ୟ ଆକଳନ କରାଯାଇଛି। ଭଦ୍ରକ ଜିଲାପାଳଙ୍କ ନିର୍ଦେଶକ୍ରମେ ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର, ସୁପରଭାଇଜର ଦାଶରଥି ଦାସ, ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗର ଯନ୍ତ୍ରୀ ଚରଣ ସିଂ ପ୍ରମୁଖ ଆସି ବାଲିଆପାଳ ଠାରେ ପହଞ୍ଚି ନଦୀକୂଳରେ ଥିବା ସରକାରୀ ସ୍ଥାନକୁ ଦେଖିବା ସହ କେଉଁଠାରେ ସେତୁ ନିର୍ମାଣ କରାଗଲେ ଖୁବ କମ ଲୋକ ବାସଚ୍ୟୁତ ହେବେ ତାହାର ଆକଳନ କରିବା ସହ ତାହାର ଚୁଡାନ୍ତ ରିପୋର୍ଟ ଭଦ୍ରକ ଜିଲାପାଳଙ୍କୁ ଦେବେ। ଜିଲ୍ଲାପାଳଙ୍କ ରିପୋର୍ଟ ପାଇବା ପରେ ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗର ମୁଖ୍ୟଯନ୍ତ୍ରୀ ଏହି ୨ଟି ସେତୁ ପାଇଁ ଟେଣ୍ଡର କରିବେ ବୋଲି ଏକ ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ।

ଏହି ସେତୁ ନିର୍ମାଣ ହେଲେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଏବଂ ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଭିତରେ ଥିବା ଦୂରତା ହ୍ରାସ ପାଇବା ସହ ୨ନିର୍ବାଚନ ମଣ୍ଡଳୀ ମଧ୍ୟରେ ସହଯୋଗ ବୃଦ୍ଧି ପାଇବ ବୋଲି ମତ ପ୍ରକାଶ ପାଇଛି।ଅନ୍ୟ ପକ୍ଷରେ ଏହି ସେତୁ ନିର୍ମାଣ କରାଯିବାକୁ ବହୁବାର ଆକଳନ ହୋଇଥିବା କଥା ସ୍ଥାନୀୟ ବାଲିଆପାଳ ଅଧିବାସୀ କହୁଥିବା ବେଳେ ଆଗକୁ ନିର୍ବାଚନ ଅଛି ବୋଲି ଏହା ଏକ ନିର୍ବାଚନ ଭେଳିକି ବୋଲି ମତ ରଖିଛନ୍ତି।

Hot this week

ରାତିରେ ସ୍ଵେଟର ଏବଂ ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories