www.samajalive.in
Sunday, December 14, 2025
17.1 C
Bhubaneswar

ଧାମରାରେ ସ୍ୱତନ୍ତ୍ର ଭୂ – ଅର୍ଜନ ଅଧିକାରୀଙ୍କ ଅଫିସ ଉଦ୍‌ଘାଟିତ

ଧାମରା : ଧାମରା ଅଞ୍ଚଳ ଏବେ ବହୁ ମେଗା ପ୍ରକଳ୍ପ ସ୍ଥାନ ପାଇବ ଏଥି ପାଇଁ ଆଉ ଭଦ୍ରକ ଜିଲା ସଦର ମହକୁମାକୁ ଦୌଡିବାକୁ ପଡ଼ିବ ନାହିଁ, ସମସ୍ତ ପୁଞ୍ଜିନିବେଶକାରୀଙ୍କୁ ସିଙ୍ଗଲଉଇଣ୍ଡୋ ଦ୍ୱାରା ଜମି ଯୋଗାଇ ଦିଆଯିବ । ଏଥିପାଇଁ ସମସ୍ତ ସୁବିଧା ଧାମରାରେ ଆଜି ଖୋଲିଥିବା ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀଙ୍କ ଅଫିସରେ ଯୋଗାଇ ଦିଆଯିବ। ଆଜି ଠାରୁ ଏହି ଅଫିସରେ ୧୨ଜଣ କର୍ମଚାରୀ ନିୟୋଜିତ କରାଯିବ ।  ସେମାନଙ୍କ ମଧ୍ୟରୁ ୫ଜଣ ଅମିନ, ୪ଜଣ ପିଅନ ଏବଂ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ସମେତ ଆଉ ୩ଜଣ ଅଧିକାରୀଙ୍କୁ ମଧ୍ୟ ଏହି ଅଫିସରେ ନିୟୋଜିତ କରାଯିବ ବୋଲି ଜଣାଯାଇଛି। ଧାନରାସ୍ଥିତ ଜଳସେଚନ ବିଭାଗର ପରିଦର୍ଶନ ବଙ୍ଗଳା ପରିସରରେ ଏହି ଅଫିସର ଶୁଭଉନ୍ମୋଚନ ଅବସରରେ ଭଦ୍ରକ ଜିଲାପାଳ ସିଦ୍ଧେଶ୍ବର ବୋଳିରାମ ବୋନ୍ଦର ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ। ସଭାରେ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ସଭାପତିତ୍ୱ କରିଥିବାବେଳେ ଭଦ୍ରକ ଜିଲାପାଳ ମୁଖ୍ୟ ଅତିଥି ଏବଂ ସମ୍ମାନୀତ ଅତିଥି ଭାବେ ଏଡିଏମ ରାମନାଥ ଟୁଡୁ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପଜିଲାପାଳ ମନୋଜ ପାତ୍ର, ଶିଳ୍ପପାର୍କ ମଣ୍ଡଳ ଅଧିକାରୀ ସୁଧାଂଶୁ ଶେଖର ସ୍ୱାଇଁ, ଇଡକୋର ସାଧାରଣ ପରିଚାଳିକା ସ୍ୱାତୀ ମିଶ୍ର, ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର, ବନ୍ତ ତହସିଲଦାର ଅଙ୍କିତା ନାୟକ, ତିହିଡି ତହସିଲଦାର ପ୍ରତିକ ସାହୁ, ଭଣ୍ଡାରୀପୋଖରୀ ତହସିଲଦାର ସରୋଜକାନ୍ତ ନାୟକ, ବାସୁଦେବପୁର ତହସିଲଦାର ସୌଭାଗ୍ୟ ରତନ ପଣ୍ଡା, ଧାମନଗର ତହସିଲଦାର ସ୍ନିଗ୍ଧାରାଣୀ ଚାନ୍ଦବାଲି ତହସିଲ ସୁପରଭାଇଜର ଦାଶରଥି ଦାସ, ଧାମରା ଆରଆଇ, ତୁଷାରଞ୍ଜନ ମହାପାତ୍ର, କଇଥଖୋଲା ଆରଆଇ ଅଜାତଶତ୍ରୁ ଦାସ, ଚାନ୍ଦବାଲି ଏସଡିପିଓ ଦେବୀ ଶଙ୍କର ପ୍ରତାପ, ଧାମରା ଥାନାଧିକାରୀ ଶୋଭନ କୁମାର ସ୍ୱାଇଁ, ଧାମରା ସାମୁଦ୍ରିକ ଥାନାଧିକାରୀ ତୁସୀଲମାଝୀ ପ୍ରମୂଖ ଯୋଗ ଦେଇଥିଲେ। ଏହି ଶିଳ୍ପ ପାର୍କ ପ୍ରତିଷ୍ଠା ପରେ ଖୁବ ଶୀଘ୍ର ଧାମରା ଅଞ୍ଚଳ ଏସିଆର ଗଭୀରତମ ଜଳ ବନ୍ଦର,ବିମାନ ବନ୍ଦର, ସଡକ, ରେଳପଥ ଆଦି ଭିତ୍ତିଭୂମି ସମ୍ପନ୍ନ ଥିବା କାରଣରୁ କେବଳ ଓଡ଼ିଶା କାହିଁକି ଭାରତ ତଥା ବିଶ୍ୱ ଶିଳ୍ପ ମାନଚିତ୍ରରେ ମୁଖ୍ୟ ସ୍ଥାନ ଗ୍ରହଣ କରିବ ବୋଲି ଉପସ୍ଥିତ ବ୍ୟକ୍ତି ନିଜର ବକ୍ତବ୍ୟ ରଖିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories