www.samajalive.in
Sunday, December 14, 2025
17.1 C
Bhubaneswar

ସ୍କୁଲ ଉପରେ ପଡ଼ିଲା ବିଶାଳକାୟ ବରଗଛ

ଫୁଲବାଣୀ : କନ୍ଧମାଳ ଜିଲାରେ ଲାଗି ରହିଛି ବର୍ଷା ବିତ୍ପାତ। ସୂଚନା ଅନୁସାରେ, ଫିରିଙ୍ଗିଆ ବ୍ଲକର କ୍ରାଣ୍ଡିବାଲିଠାରେ ଥିବା ଉନ୍ନୀତ ଉଚ୍ଚବିଦ୍ୟାଳୟ କାନ୍ଥକୁ ଲାଗିରହିଥିବା ଏକ ବିରାଟ ପୁରୁଣା ବରଗଛ ଭାଙ୍ଗିପଡ଼ିଛି। ଫଳରେ ସ୍କୁଲ ଘର ସମେତ ପାଖରେ ଥିବା ଅଙ୍ଗ । ଟ୍ରାନ୍ସଫର୍ମର ଭାଙ୍ଗିଯିବାରୁ ବିଦ୍ୟୁତ୍ ସରବରାହ ବ୍ୟାହତ ହେବା ସାଙ୍ଗକୁ ରାସ୍ତା ଉପରେ ତାର ପଡ଼ି ରହିଥିବାରୁ ଗୋଚ୍ଛାପଡ଼ା-ବାଲନ୍ଦାପଡ଼ା ରାସ୍ତାରେ ପ୍ରାୟ ଚାରି ଘଣ୍ଟା ଯାଏ ଯାତାୟାତ ବନ୍ଦ ହୋଇଯାଇଥିଲା। ଖବର ପାଇ ଫିରିଙ୍ଗିଆରୁ ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି ପଡିରହିଥିବା ଗଛକୁ କାଟି ସଫା କରିଥିଲେ । ଫିରିଙ୍ଗିଆ ବ୍ଲକରେ ବହୁ ସ୍ଥାନରେ ରାସ୍ତା ଓ କଲଭର୍ଟ ଧୋଇ ହୋଇଯିବା ସହ କେଳା ପଡାରେ ମଧ୍ୟ ଘର ଭାଙ୍ଗିଥିବା ସୂଚନା ମିଳିଥିବାବେଳେ ବହୁସଂଖ୍ୟକ କଚ୍ଚା ଘର ଭାଙ୍ଗି ଯାଇଥିବା ସୂଚନା ମିଳିଛି । ଅନ୍ୟପଟେ ଲଗାଣ ବର୍ଷା ଯୋଗୁଁ ଏହି ଫିରିଙ୍ଗିଆ ବ୍ଳକ ସାଡିଙ୍ଗିଆ ପଞ୍ଚାୟତର ବେଡାକେତା ଗାଁ ନିକଟରେ ଥିବା ଏକ ଚେକ ଡ୍ୟାମ ଭାଙ୍ଗି ଯିବାରୁ ଏହାର ପ୍ରଭାବରେ ଅଞ୍ଚଳର ପ୍ରାୟ ଏକର ଏକର ଚାଷ ଜମିରେ ପାଣିମାଡିଯାଇ ଚାଷ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି । ସେହିପରି ସାଲାଗୁଡା ପଞ୍ଚାୟତର ମାଣୀଜିରୀ ପୋଲ ଉପରେ ପାଣି ଚାଲୁଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ସେହିପରି ସେହି ସାଲାଗୁଡା ପଞ୍ଚାୟତ ମୁଣ୍ଡାସାହି ଠାରୁ ଗାଡି ପଦର ରାସ୍ତା ଧୋଇ ହୋଇଯାଇଥିବାରୁ ଏହି ରାସ୍ତା ଉପରେ ନିର୍ଭର କରି ଅସୁଥୁବା ୧୦ରୁ ଊର୍ଦ୍ଧ୍ବ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ପଡିଛି । ସେହିପରି ଗୋଛାପଡା ଓ ବାଲାନ୍ଦାପଡା ରାସ୍ତାର ପକାରୀ ଘାଟି ନିକଟରେ ଏକ ଗଛ ପଡି ରାସ୍ତା ଅବରୋଧ ହେବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ସେହିପରି ପାଙ୍ଗା ପଞ୍ଚାୟତର ବାଘନଦୀ ଉପରେ ନିର୍ମାଣ ହୋଇଥିବା ଅସ୍ଥାୟୀ କାଠ ପୋଲ ଭାଙ୍ଗି ଯାଇଥିବା ବେଳେ ମାର୍କାଳୀ, ସିକେରି, ଵାକେପାଙ୍ଗ, ବ୍ରାହାପଦର, ଡେଡିସରୁ ଗାଁ ସହ ପ୍ରାୟ ୫ଟି ଗାଁ ବାହ୍ୟଜାଗତରୁ ବିଛିନ୍ନ ହୋଇପଡିଛି । ସେହି ପଞ୍ଚାୟତର କାଲାଡୀ ଗାଁ ନିକଟରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମାଣ ହୋଇଥିବା ରାସ୍ତା ଧୋଇ ହୋଇଯାଇଛି ।  ଅନ୍ୟପଟେ ଏହି ନାଳ କାମ ଅତିନିମ୍ନମାନର ହୋଇଥିବାରୁ କାମ ସାରିବାର ୩ ମାସ ନପୂରୁଣୁ ଭାଙ୍ଗି ଯାଉଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories