ସମ୍ବଲପୁର: ସମ୍ବଲପୁରର ହାଉସିଂ ବୋର୍ଡ କଲୋନୀ ଠାରେ ସମ୍ବଲପୁରୀ ଦିନ ପାଳିତ ହୋଇଯାଇଛି। ନାରୀ ଜାଗୃତି ମହିଳା ସମିତି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜୀବନ ବିନ୍ଦୁ ସଂଯୋଜିକା କବିତା ପୁରୋହିତ ଯୋଗ ଦେଇଥିଲେ। ନାରୀ ଜାଗ୍ରତ ହେଲେ ଦେଶ ଜାଗ୍ରତ ହୋଇ ପାରିବ ବୋଲି ମୁଖ୍ୟ ଅତିଥି ଶ୍ରୀମତୀ ପୁରୋହିତ ତାଙ୍କର ବକ୍ତବ୍ୟରେ କହିଥିଲେ। ସମିତିର ଅଧ୍ୟକ୍ଷା ବବିତା ରାୟଙ୍କ ସଂଯୋଜନା ଓ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମରେ ସମ୍ପାଦିକା ବବିତା ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମସ୍ତ ସଦସ୍ୟା ମାନେ ଆୟୋଜନରେ ସକ୍ରିୟ ସହାୟତା କରିଥିଲେ। ଶେଷରେ ରିଙ୍କି ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।
Popular Categories



