ଗୋପାଳପୁର: ଆଜି ଅପରାହ୍ନରେ ଗୋପାଳପୁର ଓଭର ବ୍ରିଜରେ ଗୋପାଳପୁରରୁ ବ୍ରହ୍ମପୁର ଯାଉଥିବା ଏକ ସିଟି ବସ ମୋଟରସାଇକେଲକୁ ଧକ୍କା ଦେବା ଫଳରେ ମୋଟରସାଇକେଲରେ ଯାଉଥିବା ଦୁଇ କଲେଜ ବିଦ୍ୟାର୍ଥୀ ଆହତ ହୋଇଥିବା ଜଣାପଡିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ଏହି ସମୟରେ ପୁଲିସ ପେଟ୍ରୋଲିଂ ଗାଡ଼ି ପହଞ୍ଚି ଉଭୟ ଆହାତ ବିଦ୍ୟାର୍ଥୀଙ୍କୁ ବ୍ରହ୍ମପୁର ବଡ ମେଡିକାଲ ପଠାଇବା ସହ ବସ ଡ୍ରାଇଭରକୁ ଥାନାରେ ଅଟକ ରଖି ତଦନ୍ତ କରୁଥିବା ଜଣାପଡିଛି। ଅନ୍ୟ ପଟେ ଦୁର୍ଘଟଣା ରେ ଆହାତ ହୋଇଥିବା ଦୁଇ ବିଦ୍ୟାର୍ଥୀଙ୍କ ପକ୍ଷରୁ କୌଣସି ଲିଖିତ ଅଭିଯୋଗ କରାଯାଇନଥିବା ପୁଲିସ ସୂଚନା ଦେଇଛି।
Popular Categories



