ପାଟଣା: ଅଖିଳ ଭାରତ କଂଗ୍ରେସ କମିଟି ନିଷ୍ପତ୍ତି ଅନୁଯାୟୀ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପ୍ରସ୍ତାବ କ୍ରମେ ପାଟଣା ନିର୍ବାଚନ ମଣ୍ଡଳୀର ନିର୍ବାଚନ ମଣ୍ଡଳୀସ୍ତରୀୟ ସଂଯୋଜକ ଭାବେ ସାହାରପଡ଼ା ବ୍ଲକ ସିଲିପଦା ଗ୍ରାମର ଶିବ କୁମାର ବେହେରାଙ୍କୁ ନିଯୁକ୍ତ କରାଯାଇଛି। ପାଟଣା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳର ସଂଗଠନକୁ ସୁଦୃଢ଼ କରି ନୂତନ ଓ ଦକ୍ଷ ନେତୃତ୍ୱ ସୃଷ୍ଟି କରିବା ଓ ଅନୁସୂଚୀତ ଜାତି, ଜନଜାତି, ପଛୁଆ ବର୍ଗ ଓ ସଂଖ୍ୟା ଲଘୁ ଲୋକମାନଙ୍କୁ କଂଗ୍ରେସ ସହିତ ଅଧିକରୁ ଅଧିକ ଯୋଡ଼ିବା ଏବଂ ବୁଥ ସ୍ତରରେ ସଂଗଠନକୁ ସୁଦୃଢ଼ କରିବା ପାଇଁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସଂଯୋଜକ ନିଯୁକ୍ତ କରାଯାଇଛି। ପାଟଣା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ ଉପସଭାତି, ସାମାଜିକ ଗଣମାଧ୍ୟମ ଇଂ ବିନୋଦ ବିହାରୀ ନାଏକ ନବ ନିଯୁକ୍ତ ସଂଯୋଜକଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
Popular Categories



