QNETIC – Mobile

ପାଟଣାରେ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୁଖ୍ୟାଳୟରେ ହେବାକୁ ଥିବା ୭୭ତମ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବିଡ଼ିଓ ଶିବଶଙ୍କର ମୁର୍ମୁଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ସ୍ବାଧୀନତା ଦିବସ ଉପଲକ୍ଷେ ପାଟଣା ବ୍ଲକ ପ୍ରଶାସନ ପକ୍ଷରୁ ଜାତୀୟ ପତାକା ଉତ୍ତୋଳନ ସମୟ ସୀମା ନିର୍ଦ୍ଧାରଣ ହୋଇଛି। ବିଦ୍ୟାଳୟ, ମହାବିଦ୍ୟାଳୟ, ସରକାରୀ, ବେସରକାରୀ ଅନୁଷ୍ଠାନ ଓ ବିଭିନ୍ନ କାର୍ଯ୍ୟଳୟ ଗୁଡିକରେ ଜାତୀୟ ପତାକା ଉତ୍ତୋଳନ ସମୟ ସକାଳ ୮ଟା ନିର୍ଦ୍ଧାରଣ କରାଯାଇଥିବା ବେଳେ ପାଟଣା ଷ୍ଟାଡିୟମରେ ଜାତୀୟ ପତାକା ଉତ୍ତୋଳନ ସମୟ ସକାଳ ୮.୪୫ ନିର୍ଦ୍ଧାରଣ କରାଯାଇଛି। ଏଥି ସହ ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ୟାରେଡ଼ ପରିଚାଳନା କରାଯିବା ସହ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ହେବା ସ୍ଥିର ହୋଇଥିବା ସୂଚନା ରହିଛି। କାର୍ଯ୍ୟକ୍ରମରେ ପାଟଣା ଗୋଷ୍ଠୀ ସହ ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ସେଠୀ, ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼କ୍ଟର ଲକ୍ଷ୍ମଣ ମହାନ୍ତ, ଜିପିଇଓ ରଶ୍ମିରେଖା ମହାନ୍ତି,ଡବ୍ଲୁଇଓ ସୁଭେନ୍ଦୁ ବଳ, ବିଏସଏସଓ ଅଭୟଚରଣ ଦେହୁରୀ, ପାଟଣା ରାଜସ୍ବ ପରିଦର୍ଶକ ବନମାଳୀ ନାୟକ, ବଡ଼ ପାଟଣା ସରପଞ୍ଚ ବିନତୀ ବାନରା, ସମିତି ସଭ୍ୟ ମୋହନ ସୁନ୍ଦର ମହାନ୍ତ ତଥା ପାଟଣାର ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

Comments are closed.