www.samajalive.in
Monday, December 15, 2025
17.1 C
Bhubaneswar

ନରମିଲେ ଦତ୍ତମହାପାତ୍ର ସେବକ ; ବୁଧବାର ବନକଲାଗି ପାଇଁ ରାଜି

ପୁରୀ : ଶ୍ରୀମନ୍ଦିର ପ୍ରଶାସନ ଏବଂ ଦତ୍ତମହାପାତ୍ର ସେବକଙ୍କ ଜିଦ୍‌ଖୋର ମନୋଭାବ ଯୋଗୁଁ ଏକମାସ ଧରି ଅଟକି ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ସିଂହାର (ବନକ ଲାଗି) ସେବା। ଗୁରୁବାର ଏହି ନୀତି କରିବାକୁ ଦତ୍ତମହାପାତ୍ର ନିଯୋଗ ଅଡ଼ିବସିଥିବାବେଳେ ବୁଧବାର ପାଇଁ ଜିଦ୍‌ ଧରିଛି ମନ୍ଦିର ପ୍ରଶାସନ। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଧମକ ସମେତ କାରଣ ଦର୍ଶାଅ ନୋଟିସର କୌଣସି ପ୍ରଭାବ ପଡ଼ିନାହିଁ। ଶ୍ରୀମନ୍ଦିର ନୀତି ସବ୍‌କମିଟି ବୈଠକରେ ଏହି ବିବାଦର ସମାଧାନ ହୋଇପାରିନାହିଁ। ତେଣୁ ଆଗାମୀ ୧ ତାରିଖ ଦିନ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିବା କାର୍ଯ୍ୟକ୍ରମ ରହିଛି। ବିକଳ୍ପ ବ୍ୟବସ୍ଥା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଆଲୋଚନା ଚାଲିଛି। ଏ ସମ୍ପର୍କରେ ପରିଚାଳନା କମିଟି ସଭ୍ୟ ଏବଂ ବରିଷ୍ଠ ସେବକଙ୍କ ମତାମତ ନିଆଯାଉଛି। ତେବେ ଶ୍ରୀମନ୍ଦିର ପରିଚାଳନା କମିଟି ଯଦି କହେ ବୁଧବାର ଶ୍ରୀଜୀଉଙ୍କ ବନକଲାଗି ପାଇଁ ସେମାନେ ପ୍ରସ୍ତୁତ ଥିବା ଦତ୍ତମହାପାତ୍ର ସେବକ ନିଯୋଗ ସମ୍ପାଦକ ମଦନ ମୋହନ ଦତ୍ତ ମହାପାତ୍ର କହିଛନ୍ତି। କେବଳ ବୁଧବାର ବନକଲାଗି କରାନଯାଇ ଗୁରୁବାର ମଧ୍ୟ କରାଯିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଏଥିଯୋଗୁ ବନକଲାଗି ବିବାଦର ସମାଧାନ ଆଶା ଦେଖା ଦେଇଛି।
ମଙ୍ଗଳବାର ହେବାକୁ ଥିବା ପରିଚାଳନା କମିଟି ବୈଠକ ନିଷ୍ପତ୍ତିକୁ ଉଭୟ ମନ୍ଦିର ପ୍ରଶାସନ ଏବଂ ଦତ୍ତ ମହାପାତ୍ର ନିଯୋଗ ଅପେକ୍ଷା କରିଛନ୍ତି। ଗଜପତି ମହାରାଜ ଶ୍ରୀଦିବ୍ୟସିଂହ ଦେବ ବୈଠକରେ ଅଧ୍ୟକ୍ଷତା କରିବେ। ଗୁରୁବାର ଶ୍ରୀଜୀଉଙ୍କ ନକ୍ଷେତ୍ର ବନ୍ଦାପନା, ଏକାନ୍ତ ନୀତି ଏବଂ ମହାଲକ୍ଷ୍ମୀ ଗାଧୁଆ ଆଦି କେତେକ ବିଶେଷ ନୀତି ଥିବାରୁ ପ୍ରତି ବୁଧବାର ବନକ ଲାଗି ପାଇଁ ନୀତିଗତ ଭାବେ ନିଷ୍ପତ୍ତି ଗ୍ରହଣ କରାଯିବ। ବୁଧବାର ଶ୍ରୀଜୀଉଙ୍କ ଶ୍ରୀମୁଖ ସିଂହାର କରାଯିବାକୁ କେତେକ ଶାସ୍ତ୍ର ପୁରାଣରେ ଉଲ୍ଲେଖ ରହିଛି। କୌଣସି କାରଣରୁ ଯଦି ବୁଧବାର ବନକଲାଗି ହୋଇ ନପାରେ ତା‌େ‌ହଲେ ଗୁରୁବାର କରାଯିବା ପରମ୍ପରା ରହିଛି। ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେଠାରୁ ଏପର୍ଯ୍ୟନ୍ତ ଥରୁଟିଏ ମଧ୍ୟ ଶ୍ରୀମନ୍ଦିର ରତ୍ନ ସିଂହାସନରେ ଶ୍ରଜୀଉଙ୍କ ଶ୍ରୀମୁଖ ସିଂହାର ନୀତି ହୋଇପାରିନାହିଁ। ମନ୍ଦିର ପ୍ରଶାସନ ଏବଂ ଦତ୍ତମହାପାତ୍ର ସେବକ ନିଜ ଜିଦ୍‌ରେ ଅଟଳ ଥିବାରୁ ଶ୍ରୀଜୀଉଙ୍କ ଏହି ସେବା ୩୦ଦିନ ଧରି ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏଥିଯୋଗୁ କୋଟି କୋଟି ଜଗନ୍ନାଥପ୍ରେମୀ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ଆଗାମୀ ପରିଚାଳନା କମିଟି ବୈଠକରେ ଏହି ବିବାଦର ସ୍ଥାୟୀ ସମାଧାନ କରାଯିବା ସହ ଶ୍ରୀଜୀଉଙ୍କ ସେବାରେ ଅବହେଳା କରିଥିବା ସେବକଙ୍କ ବିରୋଧରେ ଆଇନ ଅନୁଯାୟୀ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ମତ ପ୍ରକାଶ ପାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories