ଉଦ୍ଦାମ ସିଂହ
ପୂଜ୍ୟ ପ୍ରଣାମ
ଇଂରେଜ ଶାସନକୁ ବିରୋଧ କରି ସଶସ୍ତ୍ର ସଂଗ୍ରାମ କରିବାକୁ ଆଗେଇ ଆସିଥିବା ସରଦାର ଉଦ୍ଦାମ ସିଂହ ହେଉଛନ୍ତି ଦେଶଭକ୍ତିର ମୂର୍ତ୍ତିମନ୍ତ୍ର ପ୍ରତୀକ। ୧୮୯୯ ଡିସେମ୍ବର ୨୬ତାରିଖଦିନ ଅବିଭକ୍ତ ପଞ୍ଜାବରେ ଶେର ସିଂହ(ଉଦ୍ଦାମଙ୍କ ମୂଳ ନାମ)ଜନ୍ମଗ୍ରହଣ କରିଥିଲେ। ପିଲାଦିନୁ ବାପା-ମା’ଙ୍କୁ ହରାଇବା ପରେ ଏକ ଅନାଥଶ୍ରମରେ ତାଙ୍କ ଶୈଶବ କଟିଲା। ସେଇଠି ତାଙ୍କ ନାମ ଉଦ୍ଦାମ ସିଂହକୁ ପରିବର୍ତ୍ତିତ ହୋଇଥିଲା। ତାଙ୍କୁ ଯେତେବେଳେ ମାତ୍ର ୨୦ ବର୍ଷ ବୟସ,ଜାଲିଆନାୱାଲାବାଗ୍ ଗଣହତ୍ୟାର ସାକ୍ଷୀ ଭାବେ ସେ ହଜାରହଜାର ଲୋକଙ୍କୁ ବ୍ରିଟିଶ୍ ଗୁଳିରେ ଜୀବନ ହରାଇବା ଦେଖିଲେ। ତାଙ୍କ ଜୀବନର ଗତିପଥ ବଦଳାଇଦେଇଥିଲା ଏହି ଘଟଣା। ସହିଦ୍ ଭଗତ ସିଂହଙ୍କ ଦ୍ବାରା ମଧ୍ୟ ସେ ଗଭୀର ଭାବେ ଅନୁପ୍ରାଣିତ ହୋଇଥିଲେ। ୧୯୨୭ରେ ଭଗତ ସିଂହଙ୍କ ନିର୍ଦେଶରେ ବିଦେଶରୁ ଅସ୍ତ୍ରଶସ୍ତ୍ର ନେଇ ଭାରତ ଫେରୁଥିବାବେଳେ ଉଦ୍ଦାମଙ୍କୁ ପୁଲିସ୍ ଗିରଫ କରି ପାଞ୍ଚ ବର୍ଷ ଜେଲ୍୍ରେ ରଖିଥିଲା। ତା’ ପରେ ସେ ଜେଲ୍ରୁ ଖସିଯାଇ ଲଣ୍ଡନର କେତେକ କାରଖାନାରେ ଛଦ୍ମ ନାମରେ କାମ କଲେ। ୧୯୪୦ ମାର୍ଚ୍ଚ ୧୩ରେ ଜାଲିଆନାୱାଲାବାଗ୍ ଗଣହତ୍ୟାର ଆଦେଶ ଦେଇଥିବା ମାଇକେଲ୍ ଓ ଡାୟାର୍ଙ୍କୁ ଲଣ୍ଡନରେ ଗୁଳି କରି ହତ୍ୟା କରିଥିଲେ ଉଦ୍ଦାମ ସିଂହ। ବ୍ରିଟିଶ୍ ସରକାର ନିର୍ଭୀକ ଉଦ୍ଦାମଙ୍କ ଦୁଃସାହସକୁ ଦେଖି କି ପ୍ରମାଦ ଗଣିଲେ। ଅଧିକ ସମୟ ନ ନେଇ ତାଙ୍କୁ ଫାଶୀ ଦଣ୍ଡାଦେଶ ଦିଆଗଲା। ୧୯୪୦ ଜୁଲାଇ ୩୧ରେ ଫାଶୀଖୁଣ୍ଟରେ ଝୁଲିଥିଲେ ଉଦ୍ଦାମ ସିଂହ।
Comments are closed.