www.samajalive.in
Monday, December 15, 2025
14.1 C
Bhubaneswar

ଓଡିଶା ସିଏସଆର ଏବଂ ପରିବେଶ କନକ୍ଲେଭ -୨୦୨୩ ଉଦଘାଟିତ

ଗୋପାଳପୁର: ଗୋପାଳପୁର ସ୍ଥିତ ପାର୍କ ବାୟ ଜୋନ ପରିସରରେ ଓଡିଶା ସିଏସଆର ଫୋରମ୍ ପକ୍ଷରୁ ଓଡିଶା ସିଏସଆର ଏବଂ ପରିବେଶ କନକ୍ଲେଭ -୨୦୨୩ ଆଜି ଉଦଘାଟିତ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଦେଶରେ ରହିଥିବା ଶିଳ୍ପ ସଂସ୍ଥା ମାନେ ସେମାନଙ୍କ ଲାଭାଂଶର କିଛି ଅର୍ଥକୁ ଦେଶର ବିକାଶ, ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରରେ ସିଂହ ଭାଗ ଖର୍ଚ୍ଚ କରୁଥିବା ବେଳେ କେବଳ ୭ ଶତକଡା ପରିବେଶ ସୁରକ୍ଷା ପାଇଁ କେବଳ ଗଛ ଲଗାଇବା ପାଇଁ କରିଥାନ୍ତି। ତା‌ହା ପରିତାପର ବିଷୟ ବୋଲି କହିବା ସହ ଏଥି ପ୍ରତି ସିଏସଆର ଫୋରମ୍ ଅଧିକ ଯତ୍ନବାନ ହେବା ସହ ପରିବେଶ ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦେବେ ବୋଲି ପ୍ରତିକ୍ରିୟା ରଖିଥିଲେ।

କନକ୍ଲେଭ ଆରମ୍ଭରେ ଓଡ଼ିଶା ସିଏସଆର ଫୋରମର ଆବାହକ ବି କେ ମିଶ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଏଲ ଆଇ ସି ବରିଷ୍ଠ ଡିଭିଜିନାଲ ମ୍ୟାନେଜର ଶ୍ରୀକାନ୍ତ ଦାରା ଏବଂ ମୁଖ୍ୟ ବକ୍ତା ଭାବେ ଜେଏସପିଏଲର ସିଏସଆର ଏବଂ ଶିକ୍ଷା ବିଭାଗ ସଭାପତି ପ୍ରସନ୍ନ ହୋତା ପ୍ରମୁଖ ମଞ୍ଚାସିନ ରହି ନିଜ ନିଜର ବ୍ୟକ୍ତବ୍ୟ ରଖିଥିଲେ। ସଭା ଶେଷରେ ସୁକାନ୍ତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶିଳ୍ପ ସଂସ୍ଥାର ପ୍ରତିନିଧି ସମେତ ବିଶେଷଜ୍ଞ ମାନେ ଯୋଗଦେଇ ଆଲୋଚନାରେ ସାମିଲ ହୋଇଥିଲେ। ଅପରାହ୍ନରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ପ୍ରଫେସର ସୁନ୍ଦର ନାରାୟଣ ପାତ୍ର, ନିଲାମ ମିଶ୍ର, ଡ଼ ବିଶ୍ବ ବନ୍ଦିତା କର, ଓମ୍ ପ୍ରକାଶ ସାହୁ, ମନୋରଞ୍ଜନ ମିଶ୍ର, ଦିଲ୍ଲିପ ମହାନ୍ତି, ଡ଼ ଲୋପାମୁଦ୍ରା ପ୍ରିୟଦର୍ଶିନୀ, ଆଶୁତୋଷ ଦାସ, ଜଗନ୍ନାଥ ଖୁଣ୍ଟିଆ, ଡ଼ ଆଦର୍ଶ ରଥ, ପ୍ରଫେସର ଏନ୍ ସି ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories