www.samajalive.in
Monday, December 15, 2025
14.1 C
Bhubaneswar

ମୋ ବସ୍‌‌ ଚାଳକଙ୍କୁ ମାଡ ମାରିବା ଘଟଣାରେ ଜଣେ ଗିରଫ

ପିପିଲି: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ଟୋଲ୍‌‌ପ୍ଲାଜାଠାରେ ମୋ ବସ୍‌‌ ଚାଳକଙ୍କୁ ମାଡ ମାରିବା ଘଟଣାରେ ପିପିଲି ପୁଲିସ ସୁଆବରେଇ ଗ୍ରାମର ରମେଶ ଚନ୍ଦ୍ର ବାଘ(୫୦) ନାମକ ଜଣେ ଅଭିଯୁକ୍ତକୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ନିମାପଡ଼ା ସ୍ଥିତ ବିଚାର ବିଭାଗୀୟ ଜେଲ୍‌‌ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ବରମୁଣ୍ଡାଠାରୁ ସାତପଡ଼ା ଅଭିମୁଖେ ଯାଉଥିବା ମୋ ବସ୍‌‌କୁ ଗତ ୨୨ ତାରିଖ ଅପରାହ୍ନ ୪ଟା ସମୟରେ ଦୁଇଜଣ ବ୍ୟକ୍ତି ଏକ ବାଇକ୍‌‌ରେ ଆସି ପିପିଲି ଟୋଲ୍‌‌ପ୍ଲାଜାଠାରେ ଅଟକାଇଥିଲେ। ବସ୍‌‌ ମଧ୍ୟରେ ପଶି ସେମାନେ ବସ୍‌‌ର ଚାଳକ ଶତୃଘ୍ନ ପରିଡ଼ାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେବା ସହ ବିଭିନ୍ନ ଧମକଚମକ ଦେଇ ମାଡ ମାରିଥିଲେ। ଏଥିରେ ଶତୃଘ୍ନଙ୍କ ମୁଁହ, ଗାଲ ଓ କାନରେ ଆଘାତ ଲାଗିଥିବା ବେଳେ ସେ କୌଣସି ମତେ ବସ୍‌‌କୁ ପୁରୀ ପର୍ଯ୍ୟନ୍ତ ନେବା ପରେ ଅଧିକ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପୁରୀ ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଏନେଇ ସେହି ବସ୍‌‌ କର୍ମଚାରୀ ଭକ୍ତ ମହାନ୍ତିଙ୍କ ଲିଖିତ ଅଭିଯୋଗ ଉପରେ ୨୪ ତାରିଖରେ ପିପିଲି ଥାନାରେ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ ହୋଇଥିଲା। ପିପିଲି ଥାନା ଅଧିକାରୀ ଦୀପକ କୁମାର ଖଣ୍ଡାୟତରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏସ୍‌‌ଆଇ ସନ୍ଦୀପ ଦାସ, ତଦନ୍ତ ଅଧିକାରୀ ଏଏସ୍‌‌ଆଇ ସୁବାଷ ଚନ୍ଦ୍ର ବେହେରା ପ୍ରମୁଖ ବିଭିନ୍ନ ସ୍ଥାନରେ ଚଢାଉ କରି ଅଭିଯୁକ୍ତ ରମେଶକୁ ଗିରଫ କରିବାରେ ସଫଳ ହୋଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories