BJD Bijuli 480×75 Mob

ରାଜ୍ୟ କଂଗ୍ରେସ ସଂଖ୍ୟାଲଘୁ କମିଟିର ସାଧାରଣ ସମ୍ପାଦକ ହେଲେ ମେହେବୁବ

BJD Bijuli 480×75 Mob

ପିପିଲି: ପିପିଲି ଏନ୍‌‌ଏସି କଂଗ୍ରେସ କମିଟିର ସଭାପତି ଭାବେ କାର୍ଯ୍ୟ କରୁଥିବା ସେକ୍‌‌ ମେହେବୁବଙ୍କୁ ରାଜ୍ୟ କଂଗ୍ରେସ ସଂଖ୍ୟାଲଘୁ ସେଲ୍‌ର ସାଧାରଣ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଛି। କଂଗ୍ରେସ ସଂଖ୍ୟାଲଘୁ କମିଟିର ରାଷ୍ଟ୍ରୀୟ ସଭାପତି ଇମ୍ରାନ ପ୍ରତାପଗଡ଼ି ଏହି ପଦବୀରେ ସେକ୍‌‌ ମେହେବୁବଙ୍କ ସମେତ ମୋଟ୍‌‌ ୫ଜଣଙ୍କୁ ନିଯୁକ୍ତି ଦେଇଥିବା ସୂଚନା ମିଳିଛି। ଏହି ନିଯୁକ୍ତି ପରେ ସେ କଂଗ୍ରେସ ସଂଖ୍ୟାଲଘୁ କମିଟିର ରାଷ୍ଟ୍ରୀୟ ସଭାପତିଙ୍କ ସମେତ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ସଂଖ୍ୟାଲଘୁ କମିଟିର ରାଜ୍ୟ ସଭାପତି ଜିଆଉଲ୍‌‌ ହକ୍‌‌ ଓ ସ୍ଥାନୀୟ କଂଗ୍ରେସ ନେତା ତଥା ରାଜ୍ୟ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ରଙ୍କୁ କୃତଜ୍ଞତା ଜଣାଇଛନ୍ତି।

Comments are closed.