ଡେସ୍କ: ଦେଶର କୃଷକ ମାନଙ୍କ କଲ୍ୟାଣ ନିମନ୍ତେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଲକ୍ଷ ୨୫ ହଜାରଟି କୃଷକ ସମୃଦ୍ଧି କେନ୍ଦ୍ରର ଲୋକାର୍ପଣ କରିଛନ୍ତି। ରାଜସ୍ଥାନର ସିକର ଠାରେ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ଅବସରରେ ଏହି କେନ୍ଦ୍ର ଗୁଡିକର ଲୋକାର୍ପଣ କରିଛନ୍ତି। ଏଥି ସହିତ ଶ୍ରୀ ମୋଦୀ ୟୁରିଆ ଆବରଣଯୁକ୍ତ ‘ୟୁରିଆ ଗୋଲ୍ଡ’ ଓ ୧ ହଜାର ୬ ଶହଟି କୃଷକ ଉତ୍ପାଦକ ସଂଗଠନର ଶୁଭାରମ୍ଭ ମଧ୍ୟ କରିଛନ୍ତି।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସରକାର ନିରନ୍ତର ଭାବେ କୃଷକମାନଙ୍କ ଉନ୍ନତି ନିମନ୍ତେ କାର୍ଯ୍ୟ କରୁଛନ୍ତି। ୨୦୨୩ ଶେଷ ସୁଦ୍ଧା ଦେଶରେ ଆଉ ୧ ଲକ୍ଷ ୭୫ ହଜାର କୃଷକ ସମୃଦ୍ଧି କେନ୍ଦ୍ର ଖୋଲିବା ନେଇ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି।



