www.samajalive.in
Sunday, December 14, 2025
14.1 C
Bhubaneswar

ସଂସଦର ଉଭୟ ଗୃହରେ ମଣିପୁର ଝଡ – ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ଦାବିରେ ଲୋକସଭା ଅଚଳ

ଡେସ୍କ: ମଣିପୁର ହିଂସା ପ୍ରସଙ୍ଗକୁ ନେଇ ଆଜି ସଂସଦର ଉଭୟ ଗୃହର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଦୁଇ ଦୁଇ ଥର ଗୃହ ମୁଲତବୀ ହେବା ପରେ ଅପରାହ୍ନ ୩ଟାରେ ଲୋକସଭା ପୁଣି ଆରମ୍ଭ ହେବା କ୍ଷଣି ବିରୋଧୀ ଦଳ ସଦସ୍ୟମାନେ ହଟ୍ଟଗୋଳ ସୃଷ୍ଟି କରିଥିଲେ। ତେବେ ହଟ୍ଟଗୋଳ ଓ ସରକାର ବିରୋଧୀ ସ୍ଲୋଗାନ ମଧ୍ୟରେ ଜନ ବିଶ୍ୱାସ ସଂଶୋଧନ ବିଧେୟକ ୨୦୨୩ ଏବଂ ରିପିଲିଙ୍ଗ ଏବଂ ସଂଶୋଧନ ବିଧେୟକ ୨୦୨୨ ପାରିତ ହୋଇଥିଲା। ଏହା ପୂର୍ବରୁ ପ୍ରଥମ ମୁଲତବୀ ଘୋଷଣା ପରେ ଅପରାହ୍ନ ୨ଟାରେ ସଭାକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିରୋଧୀ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ସ୍ଲୋଗାନ ଦେବା ସହ ହଟ୍ଟଗୋଳ କରିଥିଲେ।

ଆଜି ସକାଳେ ଲୋକସଭା ଆରମ୍ଭ ହେବା ମାତ୍ରେ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିବୃତ୍ତି ଦାବିରେ କଂଗ୍ରେସ, ଟିଏମସି, ଡିଏମକେ, ଜେଡି (ୟୁ) ଏବଂ ଅନ୍ୟ ବିରୋଧୀ ଦଳର ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ବାଚସ୍ପତି ଓମ ବିର୍ଲା ବିରୋଧୀ ସଦସ୍ୟଙ୍କୁ ଗୃହରେ ଶାନ୍ତି ବଜାୟ ରଖିବାକୁ କହିଥିଲେ, କିନ୍ତୁ ଆନ୍ଦୋଳନକାରୀ ସଦସ୍ୟମାନେ ଏଥିପ୍ରତି ଦୃଷ୍ଟି ଦେଇନଥିଲେ। ବିରୋଧୀ ସଦସ୍ୟମାନେ କଳା ପୋଷାକ ପିନ୍ଧିଥିବାର ନଜର ଆସିଥିଲେ। ଏଭଳି ପରିସ୍ଥିତିରେ ମଧ୍ୟ ବାଚସ୍ପତି ପ୍ରଶ୍ନ କାଳ ଚଳାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ତାହା ସମ୍ଭବ ହୋଇନଥିଲା। ପରେ ସେ ଗୃହକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories