www.samajalive.in
Sunday, December 14, 2025
14.1 C
Bhubaneswar

ଆରତୀ କାରଖାନାର ମନମୁଖୀ କାର୍ଯ୍ୟକୁ ବିରୋଧ

ଗୁରୁଡ଼ିଝାଟିଆ: ଆରତୀ କାରଖାନାର ମନମୁଖୀ କାର୍ଯ୍ୟ ବିରୋଧରେ ଗୁରୁବାର କଖଡ଼ି ପଞ୍ଚାୟତ ପକ୍ଷରୁ ସରପଞ୍ଚ ଓ ସମିତିସଭ୍ୟଙ୍କ ନେତୃତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କାରଖାନା କର୍ତ୍ତୃପକ୍ଷ ପାରିପାର୍ଶ୍ବିକ ଉନ୍ନୟନ ମାଧ୍ୟମରେ ପଞ୍ଚାୟତ ପ୍ରତି ଆଖି ବୁଜିଦେବା, ପରିବେଶ ସୁରକ୍ଷା ପାଇଁ ପଦକ୍ଷେପ ନନେବା, ପଞ୍ଚାୟତର ବୈଷୟିକ ଡିଗ୍ରୀଧାରୀ ବେକାରୀମାନଙ୍କୁ ନିଯୁକ୍ତି ନଦେଇ ହତୋତ୍ସାହିତ କରିବା, ରାସ୍ତାଘାଟର ଉନ୍ନତି, ଆଲୋକୀକରଣ ପ୍ରତି ଆଖି ବୁଜିଦେବା ଓ ସମସ୍ତ ନୀତି ନିୟମକୁ ଉଲ୍ଲଂଘନ କରି ମହାନଦୀରୁ କଖଡି ପଞ୍ଚାୟତ ନିକଟରୁ କାରଖାନା ପାଇଁ ପାଣି ନେବା ସହ ଅନ୍ୟ କମ୍ପାନୀମାନଙ୍କୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇବା ଆଦିକୁ ନେଇ ସାମ୍ବାଦିକ ସମ୍ମିଳନୀରେ କଖଡ଼ି ସରପଞ୍ଚ କଳ୍ପନା ଛତାର ଓ ସମିତିସଭ୍ୟ ପ୍ରଦୀପ କୁମାର ମହାନ୍ତି କାରଖାନାର ଏତାଦୃଶ କାର୍ଯ୍ୟକୁ ଦୃଢ ନିନ୍ଦା କରିଛନ୍ତି। ଏଥିସହ ପଞ୍ଚାୟତ ପ୍ରତି ଏଭଳି ବୈମାତୃକ ମନୋବୃତ୍ତିକୁ ଦୃଢ ବିରୋଧ କରିଥିଲେ। କାରଖାନା କର୍ତ୍ତୃପକ୍ଷ ପାରିପାର୍ଶ୍ବିକ ଉନ୍ନୟନ ମାଧ୍ୟମରେ ପଞ୍ଚାୟତର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ଆର୍ଥିକ ବିକାଶ ପ୍ରତି ସଂପୂର୍ଣ୍ଣ ଆଖି ବୁଜିଦେଇଥିବା ବେଳେ ବ୍ୟାପକ ପ୍ରଦୂଷଣ କରି ଦୂଷିତ ଜଳ ଛାଡ଼ି ମତ୍ସ୍ୟଜୀବୀ ପରିବାରକୁ ଉଜାଡି ଦେଲାଣି ବୋଲି କହିିବାକୁ ପଛାଇ ନଥିଲେ। ଆଗାମୀ ଦିନରେ କାରଖାନା କର୍ତ୍ତୃପକ୍ଷ ପଞ୍ଚାୟତ ପ୍ରତି ସମସ୍ତ ପ୍ରକାର ସହଯୋଗ ନକଲେ କାରଖାନାକୁ ମହଙ୍ଗା ପଡ଼ିବ ବୋଲି ମଧ୍ୟ ଚେତାଇ ଦେଇଛନ୍ତି।

ଏ ସଂପର୍କରେ କାରଖାନା କର୍ତ୍ତୃପକ୍ଷଙ୍କୁ ପଚାରିବାରୁ କହିଥିଲେ, କଖଡି ପଞ୍ଚାୟତକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯାଇଛି। ସିଧା ସଳଖ ଭାବରେ ୨୭ଜଣଙ୍କୁ କାରଖାନାରେ ନିଯୁକ୍ତି ଦିଆଯାଇଥିବା ବେଳେ ୮୪ଜଣଙ୍କୁ ଠିକାଦାର ଜରିଆରେ ନିଯୁକ୍ତି ପ୍ରଦାନ କରାଯାଇଛି। ପଞ୍ଚାୟତର ୮ଜଣ କାରଖାନାରେ ଠିକାଦାର ଭାବେ କାର୍ଯ୍ୟ କରୁଥିବା ବେଳେ ଗାଁର ସ୍ୱଚ୍ଛତା ପାଇଁ ଶୌଚାଳୟ, ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ବାର୍ଷିକ ସହଯୋଗ ଓ ଅନ୍ୟାନ୍ୟ ଆଧ୍ୟାତ୍ମିକ ପୀଠର ଉନ୍ନତିକରଣ, ଜଳାଶ୍ରୟ ଖନନ ଓ ପୁନରୁଦ୍ଧାର କାର୍ଯ୍ୟରେ ମଧ୍ୟ କାରଖାନା କର୍ତ୍ତୃପକ୍ଷ ସହଯୋଗର ହାତ ବଢ଼ାଇଛନ୍ତି। ଆଗାମୀ ଦିନରେ ଯୋଗ୍ୟ ବୈଷୟିକ ଶିକ୍ଷିତମାନଙ୍କୁ ଆବଶ୍ୟକତା ଦୃଷ୍ଟିରୁ ନିଯୁକ୍ତି ପ୍ରଦାନ କରାଯିବ ବୋଲି କହିବା ସଙ୍ଗେ ସଙ୍ଗେ ସ୍ଥାନୀୟ ଅଞ୍ଚଳର ବିକାଶ ଓ ସମୃଦ୍ଧି ଦିଗରେ କାରଖାନା କର୍ତ୍ତୃପକ୍ଷ କାର୍ଯ୍ୟ କରୁଛି ବୋଲି କହିଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories