www.samajalive.in
Sunday, December 14, 2025
14.1 C
Bhubaneswar

ଆମେରିକାରେ ଅଛି ପରଗ୍ରହୀ ବା ଏଲିଅନ୍‌ଙ୍କ ଶବ

ଓ୍ୱାଶିଂଟନ୍‌ – ଆମେରିକା ନିକଟରେ ପରଗ୍ରହବାସୀ ବା ଏଲିଅନ୍‌ଙ୍କ ଯାନ ସହ ଶବ ଥିବା କଥା ଏହାର ଜଣେ ପୂର୍ବତନ ବରିଷ୍ଠ ଗୁଇନ୍ଦା ଅଧିକାରୀ କହିଛନ୍ତି । ଡେବିଡ୍‌ ଗ୍ରୁସ୍‌ ନାମକ ଅଧିକାରୀ ଏହି ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି । ବାଇଡେନ୍‌ ସରକାର ଏ ବିଷୟରେ ଅନ୍ୟମାନଙ୍କୁ କୌଣସି ସୂଚନା ଦେଉ ନଥିବା କଥା ସେ କହିଛନ୍ତି ।

ଗତ ୧୦ ବର୍ଷରୁ ଅଧିକ ସମୟ କାଳ ଆମେରିକା ଏ ବିଷୟରେ ଗବେଷଣା କରୁଛି । ଏଥିପାଇଁ ବିଭିନ୍ନ ରିଭର୍ସ ଇଂଜିନିୟରିଂ ପୋଗ୍ରାମ ଚାଲିଛି । ଏହା ସହ ଆମେରିକାର ପ୍ରତିରକ୍ଷା ବିଭାଗ ୟୁଏପିସହ unidentified anomalous phenomena  ଜଡିତ ଘଟଣାର ଯାଞ୍ଚ କରୁଛି ।

- Advertisement -

ଆମେରିକା ସରକାରଙ୍କ ନିକଟରେ ଏକ ୟୁଏଫ୍‌ଓ ବା ପରଗ୍ରହୀଙ୍କ ଯାନ , ଏବଂ ସେଥିରେ ଥିବା ପରଗ୍ରହୀ ବା ଏଲିଅନ୍‌ ସମ୍ଭବତଃ ଏହାର ପାଇଲଟ୍‌ଙ୍କ ଶବ ରହିଛି । ଏ ବିଷୟରେ ସେ ଅନ୍ୟ ଅଧିକାରୀଙ୍କ ଠାରୁ ସେ ଜାଣିବା ପାଇଁ ପାଇଥିଲେ ବୋଲି କହିଛନ୍ତି । ଏହି ଯାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ସଂଗ୍ରହ କରାଯାଇଥିବା କଥା ସେ ସୂଚନା ଦେଇଛନ୍ତି ।

ଆମେରିକାର ଆକାଶରେ ବିଭିନ୍ନ ସମୟରେ ୟୁଏଫ୍ଓ ଦେଖାଯାଇଛି । ଏହାର ପାଇଲଟ୍‌ମାନେ ବିଭିନ୍ନ ସମୟରେ ଅତି ଦ୍ରୁତଗତିରେ ଗୋଲାକାର ଯାନ ଯାଉଥିବା ଦେଖିବା ପାଇଁ ପାଇଥିଲେ । ଏପରିକି ଏହାର ଭିଡିଓ ଉତ୍ତୋଳନ କରିଥିଲେ । ଆମେରିକାର ଗୁଇନ୍ଦା ବିଭାଗ ପାଖରେ ଏହାର ପ୍ରମାଣ ଥିବା କଥା କୁହାଯାଉଛି ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories