www.samajalive.in
Monday, December 15, 2025
17.1 C
Bhubaneswar

ବାହାଦୂର ସୈନିକମାନଙ୍କୁ ସମ୍ମାନ ଜଣାଇଲେ ଉପରାଷ୍ଟ୍ରପତି

ଡେସ୍କ: ଆଜି କାର୍ଗିଲ ବିଜୟ ଦିବସର ୨୪ତମ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟସଭାରେ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ଼ ବାହାଦୂର ସୈନିକମାନଙ୍କୁ ସମ୍ମାନ ଜଣାଇଛନ୍ତି। ସେ କହିଛନ୍ତି, ୧୯୯୯ ମସିହାରେ ଆଜିର ଦିନରେ ଆମର ବୀର ଯବାନମାନେ ନିଜର ଅଦମସ୍ୟ ସାହସ ଏବଂ ଦୃଢ଼ ସଂକଳ୍ପ ଦ୍ୱାରା କାର୍ଗିଲରେ ଆମ ସୀମାରୁ ଅନୁପ୍ରବେଶକାରୀଙ୍କୁ ଘଉଡ଼ାଇ ଦେଇଥିଲେ। ଏହା ସହିତ ଆମ ସୈନ୍ୟବାହିନୀ ଏବଂ କର୍ମୀମାନଙ୍କୁ ମଧ୍ୟ ସଲାମ, ଯିଏ ଆମ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେବା ପାଇଁ ସବୁବେଳେ ପ୍ରସ୍ତୁତ ରହିଥାଆନ୍ତି। ଆମେ କାର୍ଗିଲ ଯୁଦ୍ଧରେ ସହିଦ୍ ହୋଇଥିବା ଲୋକମାନଙ୍କ ପ୍ରତି କୃତଜ୍ଞତା ପୂର୍ବକ ନିଜର ମଥା ନୁଆଁଇବା।

ସେ କହିଛନ୍ତି, ଆମର ସାହସୀ ସୈନିକମାନେ ଅନୁକରଣୀୟ ତଥା ନିଜର ଅଦମ୍ୟ ସାହସ ଦ୍ୱାରା, ଦୁର୍ଗମ ଅଞ୍ଚଳରୁ ଏବଂ ବହୁତ ପ୍ରତିକୂଳ ପାପ ସତ୍ତ୍ୱେ ମଧ୍ୟ ସାମ୍ନା କରି ଶତ୍ରୁମାନଙ୍କୁ ପରାସ୍ତ କରିଥିଲେ। ସେମାନଙ୍କର ଦୁଃସାହସିକତାର ଗାଥା ଆମକୁ ପ୍ରତ୍ୟେକ ଦିନ ଦେଶର ସେବା ପାଇଁ ପ୍ରେରଣା ଯୋଗାଇଥାଏ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories