www.samajalive.in
Monday, December 15, 2025
27.1 C
Bhubaneswar

ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଫୁଲବାଣୀ:କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଂଚଳରେ ଏକ ଲଜ୍ଜାଜନକ ଘଟଣା ସମାନାକୁ ଆସିଛି। ଜଣେ ୧୬ ବର୍ଷର ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଫିରିଙ୍ଗିଆ ପୁଲିସ। ଗିରଫ ଅଭିଯୁକ୍ତ ଜଣକ ହେଲେ ବାପୁଜୀ ରଣା। ପିଡିତାଙ୍କ ମା ଫିରିଙ୍ଗିଆ ଥାନାରେ ଦେଇଥିବା ଏତାଲା ଅନୁସାରେ ନାବାଳିକାଙ୍କ ପିତା ଜନ୍ମରୁ ଅନ୍ଧ। ପିଡିତାଙ୍କ ପରିବାର ଅତି ଗରୀବ ଓ ନୀରିହ ହୋଇଥିବାର ସୁଯୋଗ ନେଇ ଅଭିଯୁକ୍ତ ନାବାଳିକା ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲା। କିଛିଦିନ ତଳେ ନାବାଳିକା ଜଣକ ଅସୁସ୍ଥ ହୋଇପଡିବା ଓ ବାରମ୍ବାର ବାନ୍ତି କରିବାରୁ ନାବାଳିକାଙ୍କ ପରିବାର ଲୋକଙ୍କ ମନରେ ସଂନ୍ଦେହ ସୃଷ୍ଟି ହୋଇଥିଲ। ଏହାପରେ ନାବାଳିକାଙ୍କ ମା ଗାଁରେ ଥିବା ଆଶାକର୍ମୀଙ୍କୁ ଏ ବିଷୟ ଜଣାଇଥିଲେ। ସମ୍ପୃକ୍ତ ଆଶାକର୍ମୀ ଗତ ୮ ତାରିଖ ଦିନ ପିଡିତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଚିକିତ୍ସା କରିବା ସହ ଗର୍ଭପରୀକ୍ଷା କରିଥିଲେ। ପରୀକ୍ଷା କରିବା ପରେ ନାବାଳିକା ଜଣକ ତିନିମାସର ଅନ୍ତସତ୍ୱା ଥିବା ଜଣାପଡିଥିଲା।

ପରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟର ଜନୈକ ନର୍ସଙ୍କ ପରାମର୍ଶ କ୍ରମେ ନାବାଳିକାଙ୍କୁ ଗର୍ଭନଷ୍ଟ କରିବା ପାଇଁ କିଛି ଔଷଧ ଖାଇବାକୁ ଦିଆଯାଇଥିଲ। ଏହାପରେ ସେ ଗୁରୁତର ଅସୁସ୍ଥ ହୋଇପଡିବାରୁ ତାଙ୍କୁ ପ୍ରାୟ ଛଅ ଦିନ ପାଇଁ ମେଡିକାଲରେ ଭର୍ତି କରାଯାଇଥିଲା। ନାବାଳିକା ଜଣକ ସୁସ୍ଥ ହେବା ପରେ ଗତ ୧୩ ତାରିଖ ପରିବାର ଲୋକ ତାଙ୍କୁ ଘରକୁ ନେଇ ଆସିଥିଲେ। ତେବେ ଘଟଣା ବିଷୟରେ କୈାଣସି ସୁତ୍ରରୁ ଶିଶୁ ସୁରକ୍ଷା ସମିତିର ସଦସ୍ୟ ମାନେ ଖବର ପାଇ ଗତ ୧୪ ତାରିଖ ଦିନ ନାବାଳିକାଙ୍କ ଘରକୁ ଯାଇ ତଦନ୍ତ କରିଥିଲେ। ଶିଶୁ ସୁରକ୍ଷା ସମିତିର ତଦନ୍ତରୁ ଘଟଣା ସମ୍ପର୍କରେ ଜଣାପଡିବା ପରେ ନାବଳିକାଙ୍କ ପରିବାର ପକ୍ଷରୁ ଗତ ୧୮ ତାରିଖ ଫିରିଙ୍ଗିଆ ଥାନାରେ ଲିଖିତ ଏତାଲା ଦିଆ ଯାଇଥିଲ। ଏତଲା ଅଧାରରେ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ତଦନ୍ତ କରିବା ପରେ ଅଭିଯୁକ୍ତ ବାପୁଜୀ ରଣାକୁ ସୋମବାର ସଦର ଥାନା ମିଣିଆ ଛକରୁ ଗିରଫ କରିଛନ୍ତି। ଏ ନେଇ ଫିରିଙ୍ଗିଆ ଥାନାରେ ଏକ ମାମାଲା ରୁଜୁ କରାଯାଇ ମଙ୍ଗଳବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଗିରଫ ଯୁବକ ଏବଂ ଦୁଷ୍କମର ଶୀକାର ହୋଇଥିବା ନାବାଳିକା ଉଭୟ ସଂପର୍କିୟ ବୋଲି ଜଣାପଡ଼ିଛି।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories