www.samajalive.in
Monday, December 15, 2025
27.1 C
Bhubaneswar

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୁବ ସମ୍ବାଦ ଭାରତ ୨୦୪୭ ପାଳିତ

ଫୁଲବାଣୀ: ସ୍ଥାନୀୟ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ସଭାଗୃହ ଠାରେ ଯୁବ ସମ୍ବାଦ ଭାରତ ୨୦୪୭ କାର୍ଯ୍ୟକ୍ରମ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପରିବେଶ ଓ ନେହେରୁ ଯୁବ କେନ୍ଦ୍ର, ଫୁଲବାଣୀର ମିଳିତ ଆନୁକୁଲ୍ୟରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ସହ ଅନ୍ୟ ଯୁବବର୍ଗ ମଧ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଆସନ୍ତା ୨୦୪୭ ଭାରତ ବିଶ୍ୱ ମାନଚିତ୍ରରେ ଏକ ସମ୍ପୁର୍ଣ୍ଣ ବିକଶିତ ଦେଶ ଭାବେ ଗଢିତୋଳିବାରେ ଯୁବ ବର୍ଗର ଭୂମିକା ଉପରେ ଆଲୋଚନା ହୋଇଥିଲା।

ଅନୁଷ୍ଠିତ କାର୍ଯ୍ୟକ୍ରମରେ ଫୁଲବାଣୀ ପୌର ପରିଷଦର ଅଧ୍ୟକ୍ଷା ସ୍ମିତାରୀଣୀ ମହାନ୍ତି, ନେହୁରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ସଂଯୋଜକ ନଭନୀତ୍‌‌ କୁମାର, ପରିବେଶ ଅନୁଷ୍ଠାନର ଉପ-ସଭାପତି ଡଃ. ଅନନ୍ତ ଚରଣ ମିଶ୍ର, ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ. ସୁବାଷ ଚନ୍ଦ୍ର ପ୍ରଧାନ, ଏନ୍‌‌.ସି.ସି. କମାଣ୍ଡାଂଟ୍‌‌ ମେଜର ସଞ୍ଜିବ କୁମାର ବଳିୟାରସିଂ, ବରିଷ୍ଠ ଆଇନଜୀବି ବିଜୟ କୃଷ୍ଣ ପଟ୍ଟନାୟକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀର ସଂପାଦକ ଇଂ. ହରିଶଙ୍କର ରାଉତ, ସମାଜସେବୀ ଶଙ୍କର ନାରାୟଣ ମହାନ୍ତି, ସାମ୍ବାଦିକ ଅଶୋକ କୁମାର ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପ୍ରଧାନମନ୍ତ୍ରୀଙ୍କର ଏହି କାର୍ଯ୍ୟକ୍ରମ ଦେଶବ୍ୟାପି ପାଳନ କରିବାର ଉଦ୍ଦେଶ୍ୟ ସହ ସ୍ଥିରୀକୃତ କାର୍ଯ୍ୟଧାରା ଉପରେ ମନ୍ତବ୍ୟ ଦେବା ସହିତ ସମାଜର ଅବହେଳିତ ବ୍ୟକ୍ତି ବିଶେଷଙ୍କ ନିମନ୍ତେ କିଛି କାର୍ଯ୍ୟ କରିବାକୁ ଆହ୍ୱାନ ଦିଆଯାଇଥିଲା। କାର୍ଯ୍ୟକ୍ରମକୁ ଦେବାଶିଷ ମିଶ୍ର ପରିଚାଳନା କରିଥିବା ବେଳେ ଅତିଥି ଓ ଅଂଶଗ୍ରହଣକାରୀ ପଂଚପ୍ରଣର ଶପଥ ନେଇ ୨୦୪୭ ମସିହାରେ ଭାରତକୁ ବିକଶିତ କରି ଗଢିବାରେ ସ୍ୱପ୍ନ ଦେଖିଥିଲେ ଏବଂ ଏହାକୁ ବିଶ୍ୱରଞ୍ଜନ କର ପରିଚାଳନା କରିଥିଲେ। “ମେରି ମାଟି, ମେରି ମା” ଅଭିଯାନରେ ଅତିଥିମାନେ ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରି ଶୁଭାରମ୍ଭ କରିିଥିଲେ। ପରିବେଶ ଅନୁଷ୍ଠାନର ସମ୍ପାଦକ ଶାନ୍ତନୁ କୁମାର ମିଶ୍ର ପ୍ରାରମ୍ଭିକ ପରିଚାଳନା କରିଥିବା ବେଳେ, ନଟରାଜ କଳାମନ୍ଦିରର କଳାକାରମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଅଶୋକ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିବା ବେଳେ ସନ୍ତୋଷ କୁମାର ମିଶ୍ର, ପ୍ରୀତମ ମହାନ୍ତି, ବୈକୁଣ୍ଠ ଚରଣ ଦାସ, ନେହୁରୁ ଯୁବ କେନ୍ଦ୍ରର ସତ୍ୟବାନ ଦଳବେହେରା ଓ ଏନ୍‌‌.ୱାଇ.ଭି ମାନେ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories