ଫୁଲବାଣୀ: କନ୍ଧମାଳ ଜିଲା ଚକାପାଦ ବ୍ଳକ ଅନ୍ତର୍ଗତ ଶଙ୍କରାଖୋଲ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜିଲା ପ୍ରଶାସନ ପକ୍ଷରୁ ଏକ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଫୁଲବାଣୀ ଉପଜିଲାପାଳ ଶେଷଦେବ ମିଶ୍ର , ସହକାରୀ ଜିଲାପାଳ ବିବେକାନନ୍ଦ ସାମଲ, କାର୍ଯ୍ୟାଳୟ ସହାୟକ ଜିତେନ୍ଦ୍ର ମାର୍ଥା ପ୍ରମୁଖ ଯୋଗଦେଇ ୱେର୍ବ ପୋର୍ଟାଲ, ସ୍ମାର୍ଟ ଫୋନ୍ ଓ ବୁଥ ସ୍ତରୀୟ ଅଧିକାରୀଙ୍କ ଜରିମଆରେ ଭୋଟର ତାଲିକାରେ ପଞ୍ଜିକରଣ, ସଂଶୋଧନ ଓ ସ୍ଥାନାନ୍ତରଣ ସହିତ ନୂତନ ଭୋଟରଙ୍କ ଗୁରୁତ୍ୱ ଓ ଦାୟିତ୍ୱ ଉପରେ ଆଲୋଚନା କରାଯାଇଥିଲା। ବିଦ୍ୟାଳୟ ସ୍ତରୀୟ ଭୋଟର କ୍ଲବ ଗଠନ ପାଇଁ ୪ ଜଣ ଛାତ୍ରୀଙ୍କୁ ଚୟନ କରାଯାଇଥିବା ବେଳେ ସେମାନେ ହେଲେ ଆଶାୟୀ ଦିଗାଲ, ସୁନିତା ବାଙ୍କ, ସୁଲଭା ପ୍ରଧାନ ଓ ପ୍ରୟିଙ୍କା ବେହେରା। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡଃ ସନ୍ତୋଷ କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ଅଧ୍ୟାପକ ଶବରାମ ବେହେରା, ରାମକୃଷ୍ଣ ମହାନ୍ତି ପ୍ରମୁଖ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ। ଏମ୍. ବାଳକୃଷ୍ଣ ଦୋରା, ବୈକୁଣ୍ଠନାଥ ସ୍ୱାଇଁ, ଗୀତାଞ୍ଜଳୀ ସାହୁ, ରିନାରାଣୀ ପ୍ରଧାନ ଓ ଅନ୍ୟମାନେ ସହଯୋଗ କରିଥିଲେ।
Popular Categories



