www.samajalive.in
Sunday, December 14, 2025
23.1 C
Bhubaneswar

୧୮ ଗୋରୁ ଉଦ୍ଧାର, ୨ଚାଲାଣକାରୀ ଗିରଫ 

ତିଗିରିଆ : ଏକ ପିକ୍ଅପ୍ ଭ୍ୟାନରେ ବେଆଇନ ଗୋରୁ ଚୋରାଚାଲାଣ ହେଉଥିବା ବେଳେ ରବିବାର ବିଳମ୍ବିତ ରାତିରେ  ତିଗିରିଆ ଥାନା ପୁଲିସ ଜବତ କରିଛି । ଗାଡ଼ିରେ ଚାଲାଣ ହେଉଥିବା ୧୮ଟି ଗୋରୁଙ୍କୁ ପୁଲିସ ଉଦ୍ଧାର କରିବା ସହିତ ଗାଡ଼ି ଚାଳକ ଏବଂ ପାଖରେ ଥିବା ଅନ୍ୟ ଜଣେ ସହଯୋଗୀକୁ ଗିରଫ କରି ଅଦାଲତ ଚାଲାଣ କରିଛି।

ଥାନା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପୁଲିସ ଗତକାଲି ରାତିରେ ପଇଁତରା ମାରୁଥିବା ବେଳେ ନୂଆପାଟଣା ପଟରୁ ଏକ ଗୋରୁ ବୋଝେଇ ଗାଡ଼ି ଆସୁଥିବାର ବିଶ୍ଵସ୍ଥ ସୂତ୍ରରୁ ଖବର ପାଇଥିଲେ। ଏହି ଖବର ପାଇବା ପରେ ପୁଲିସ ବିନ୍ଧାଣିମା ବାଇପାସ୍ ଠାରେ ଜଗି ରହିଥିଲେ। ଉକ୍ତ ଗୋରୁ ବୋଝେଇ ଗାଡ଼ିକୁ ସେଠାରେ ଅଟକାଇ ଜବତ କରି ଥାନାକୁ ଆଣିଥିଲେ। ଭ୍ୟାନରେ ୧୮ ଟି ଗୋରୁ ଅତି ଅମାନୁଷିକ ଭାବେ ବୋଝେଇ କରି ଚାଲାଣ ହେଉଥିବାରୁ ସେଥି ମଧ୍ୟରୁ ଗୋଟିଏ ଗୋରୁ ମୁତ୍ୟୁ ବରଣ କରିଥିବା ବେଳେ ଅନ୍ୟ ସମସ୍ତ ଖଣ୍ଡିଆ ଖାବରା ହୋଇଥିଲେ। ଏଣୁ ସମସ୍ତ ଗୋରୁଙ୍କୁ ଥାନା ପରିସରରେ ଚିକିତ୍ସା କରାଯାଇ ଛଡାଯାଇଥିଲା। ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି  ଗାଡିର ଚାଳକ ନରସିଂହପୁର ଥାନା ଅଞ୍ଚଳର ପ୍ରସନ୍ନ ବେହେରା (୫୨) ଏବଂ ସାଥିରେ ଥିବା ସହଯୋଗୀ କାନପୁର ଥାନା ଅଞ୍ଚଳର ଦେବାଶିଷ ବାରିକ୍ (୨୮)କୁ ଅଦାଲତ ଚାଲାଣ କରିଥିବା ଜଣାପଡ଼ିଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories