www.samajalive.in
Monday, December 15, 2025
17.1 C
Bhubaneswar

ଦେଶର ସବୁଠୁ ଗରିବ ବିଧାୟକ

ନୂଆଦିଲ୍ଲୀ : ଦେଶର ସବୁଠାରୁ ଗରିବ ବିଧାୟକ ହେଉଛନ୍ତି ନିର୍ମଳ କୁମାର ଧର। ନିର୍ମଳ କୁମାରଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ହେଉଛି ୧୭୦୦ ଟଙ୍କା। ତାଙ୍କ ପାଖରେ କୌଣସି ଜମିବାଡି, ଘରଦ୍ବାର, ସୁନା ଓ ରୁପା ଅଳଙ୍କାର, ଗାଡି, ଜୀବନ ବୀମା ଓ ବ୍ୟାଙ୍କ ଜମା ନାହିଁ। ବିଧାନସଭାକୁ ନିର୍ବାଚିତ ହେବା ପୂର୍ବରୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କାଟିଏ ନଥିବା ତାଙ୍କ ନିର୍ବାଚନ ସତ୍ୟପାଠରୁ ଜଣାଯାଇଛି। ଆସୋସିଏସନ୍‌ ଫର ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର) ଓ ନ୍ୟାସନାଲ ଇଲେକସନ୍ ୱାଚ୍‌ (ଏନଇଡବ୍ଲ୍ୟୁ)ର ପକ୍ଷରୁ ଦେଶର ୪୦୦୧ ବିଧାୟକଙ୍କ ନିର୍ବାଚନ ସତ୍ୟପାଠକୁ ତର୍ଜମା କରିବା ପରେ ଜାଣିବାକୁ ପାଇଛି ଯେ ନିର୍ମଳ ହେଉଛନ୍ତି ଦେଶର ସବୁଠାରୁ ଗରିବ ବିଧାୟକ। ୧୯୮୨ ମାର୍ଚ୍ଚ ୩୧ରେ ଜନ୍ମ ଗ୍ରହଣ କରିଥିବା ନିର୍ମଳ ୨୦୨୧ରେ ବିଜେପି ଟିକଟରେ ପଶ୍ଚିମବଙ୍ଗ ବାଙ୍କୁର ଜିଲା ଇନଦାସ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ତୃଣମୂଳ କଂଗ୍ରେସ ପ୍ରାର୍ଥୀଙ୍କୁ ୭୨୨୦ ଭୋଟରେ ପରାସ୍ତ କରିଥିଲେ। ସେ ତାଙ୍କ ନିର୍ବାଚନ ସତ୍ୟପାଠରେ ଦେଇଥିବା ତଥ୍ୟ ଅନୁଯାୟୀ ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୧୭୦୦ ଟଙ୍କା। ବିଧାୟକ ହେବା ପୂର୍ବରୁ ତାଙ୍କର ରୋଜଗାରର ଉତ୍ସ ଥିଲା ଟ୍ୟୁସନ। ଘରକୁ ଘର ଯାଇ ପିଲାଙ୍କୁ ଟ୍ୟୁସନ କରି ଯାହା ରୋଜଗାର କରୁଥିଲେ ସେଥିରେ ପରିବାର ଚଳାଉଥିଲେ। ତାଙ୍କ ପତ୍ନୀ ଗୃହିଣୀ। ୨୦୦୯ରେ ସେ ବର୍ଦ୍ଧମାନ ବିଶ୍ବବିଦ୍ୟାଳୟର ଇଂରାଜୀରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ଅର୍ଥ ଓ ବାହୁବଳ ନିର୍ବାଚନ ବୈତରଣୀ ପାର ହେବାର ପ୍ରମୁଖ ମାଧ୍ୟମ କୁହାଯାଉଥିବାବେଳେ ଏହାକୁ ଭୁଲ୍ ପ୍ରମାଣିତ କରିଛନ୍ତି ବିଜେପି ବିଧାୟକ ନିର୍ମଳ କୁମାର ଧର। ଏଡିଆର ଦେଶର ୨୮ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳ ୪୦୦୧ ବିଧାୟକଙ୍କ ନିର୍ବାଚନ ସତ୍ୟପାଠକୁ ଅନୁଧ୍ୟାନ କରି ଜାଣିବାକୁ ପାଇଛି ଯେ ତାମିଲନାଡୁର କଂଗ୍ରେସ ବିଧାୟକ ଡିକେ ଶିବକୁମାର ହେଉଛନ୍ତି ଦେଶର ସବୁଠାରୁ ଧନୀ ବିଧାୟକ। ଶିବକୁମାରଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୪୧୩ କୋଟି ଟଙ୍କା। ଦ୍ବିତୀୟ ଧନୀ ବିଧାୟକ ହେଉଛନ୍ତି କର୍ଣ୍ଣାଟକର କଂଗ୍ରେସର କେଏଚ୍ ପୁଟ୍ଟାସ୍ବାମୀ ଗୌଡା। ଗୌଡାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୨୬୭ କୋଟି ଟଙ୍କା। ତୃତୀୟ ଧନୀ ବିଧାୟକ ହେଉଛନ୍ତି କର୍ଣ୍ଣାଟକ କଂଗ୍ରେସର ପ୍ରିୟାକୃଷ୍ଣ। ପ୍ରିୟାକୃଷ୍ଣଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୧୫୬ କୋଟି ଟଙ୍କା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories