ବେଙ୍ଗାଲୁରୁ : ଦେଶରେ ଟମାଟୋ ଦର ଅହେତୁକ ବୃଦ୍ଧି ପାଇଥିବାବେଳେ ଏହାକୁ ନେଇ ନୂଆ ନୂଆ ଘଟଣା ଘଟୁଛି। ଏହି କ୍ରମରେ ଟମାଟୋ ଚୋରି ଅଭିଯୋଗରେ ଏକ ଦମ୍ପତିଙ୍କୁ ପୁଲିସ ଗିରଫ କରିଛି। କମ୍ ସମୟରେ ଅଧିକ ଅର୍ଥ ପାଇବା ଆଶାରେ ଏମ୍ ଭାସ୍କରନ (୩୮) ଓ ତାଙ୍କ ପତ୍ନୀ ସିନ୍ଧୁଜା (୩୫) ଟମାଟୋ ଚୋରି କରିଥିଲେ। ଜୁଲାଇ ୮ ତାରିଖ ରାତିରେ ସେମାନେ ଏକ ଟମାଟୋ ବୋଝେଇ ମିନି ଟ୍ରକ୍କୁ ଚୋରାଇ ନେଇଥିଲେ। ଏ ସମ୍ପର୍କରେ ଗାଡି ଚାଳକ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଗାଡିଟିରେ ୨୧୦ ଟ୍ରେ ଟମାଟୋ ରହିଥିଲା ଯାହାର ଆନୁମାନିକ ମୂଲ୍ୟ ୧.୫ଲକ୍ଷ ଟଙ୍କା। ପୁଲିସ ସିସିଟିଭି ଫୁଟେଜ ଆଧାରରେ ଗାଡିକୁ ଜବତ କରିଥିଲା ଓ ଅଭିଯୁକ୍ତ ଦ୍ବୟଙ୍କୁ ଗିରଫ କରିଥିଲା।
Popular Categories



